ETV Bharat / bharat

'ଭାରତର ମୂଳଦୁଆ ଉପରେ ଆକ୍ରମଣ ହୋଇଛି, ମିଳିମିଶି କାମ କରିବୁ'

ବିରୋଧୀ ଦଳ ବୈଠକ ଶେଷ ହେବା ପରେ ପ୍ରତିକ୍ରିୟା ରଖିଲେ ରାହୁଲ ଗାନ୍ଧୀ । କହିଲେ ଭାରତର ମୂଳଦୁଆ ଉପରେ ଆକ୍ରମଣ ହୋଇଛି, ଆମେ ଏହା ବିରୁଦ୍ଧରେ ଏକାଠି ଲଢିବୁ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jun 23, 2023, 6:54 PM IST

Updated : Jun 23, 2023, 8:20 PM IST

ବିରୋଧୀ ଦଳ ବୈଠକ ନେଇ ପ୍ରତିକ୍ରିୟା ରଖିଲେ ରାହୁଲ ଓ ମମତା

ପାଟନା: ବିହାରରେ ଆଜି ବିଜେପି ବିରୋଧରେ ବସିଥିଲା ବିରୋଧୀଙ୍କ ମହାମେଳି । ବିଜେପି ଶାସିତ କେନ୍ଦ୍ର ସରକାରଙ୍କୁ ଗାଦିଚ୍ୟୁତ କରିବା ଲାଗି ଆଲୋଚନା କରିଥିଲେ ୧୬ଟି ବିରୋଧୀ ଦଳର ନେତା । ତେବେ ବୈଠକ ଶେଷ ହେବା ପରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସେ କହିଛନ୍ତି ଯେ ଭାରତର ମୂଳଦୁଆ ଉପରେ ଆକ୍ରମଣ ହୋଇଛି । ଆମେ ବିରୋଧୀ ଦଳ ସମସ୍ତେ ଏକାଠି ହୋଇ କାମ କରିବୁ । ସାଧାରଣ ଆଦର୍ଶଗତ ମୂଲ୍ୟବୋଧକୁ ସୁରକ୍ଷିତ ରଖିବା ଦିଗରେ କାର୍ଯ୍ୟ କରିବୁ ।

ବିରୋଧୀ ଦଳ ବୈଠକ ଶେଷ ହେବା ପରେ ଅନେକ ଦଳର ମୁଖ୍ୟ ମିଳିତ ପ୍ରେସ କନଫରେନ୍ସର ଆୟୋଜନ କରିଥିଲେ । ସମସ୍ତେ ସେଠାରେ ଉପସ୍ଥିତ ରହି ବୈଠକ ସମ୍ପର୍କରେ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଥିଲେ । ଏହି ଅବସରରେ ରାହୁଲ ଗାନ୍ଧୀ କହିଥିଲେ, " ଭାରତର ମୂଳଦୁଆ, ବିରୋଧୀଙ୍କ ସ୍ବର ଓ ଅନୁଷ୍ଠାନଗୁଡ଼ିକ ଉପରେ ବିଜେପି ଓ ଆରଏସଏସ ଆକ୍ରମଣ କରୁଛି । ଏହା ବିଚାରଧାରାର ଲଢେଇ । ଏହି ଲଢେଇରେ ଆମେ ସମସ୍ତେ ଏକାଠି ରହିଛୁ । ଆମମାନଙ୍କ ମଧ୍ୟରେ ଭିନ୍ନତା ଥିଲେ ମଧ୍ୟ ଏହି ଲଢେଇ ଏକାଠି ଲଢିବୁ । ବିରୋଧୀ ମହାମେଣ୍ଟର ଏହା ଏକ ପ୍ରକ୍ରିୟା । ଆଗକୁ ଏହା ଆହୁରି ମଜଭୁତ ହେବ ।"

ଏହା ବି ପଢନ୍ତୁ- Patna Opposition Meeting: ରାହୁଲଙ୍କ ସ୍ବାଗତରେ ଖୋଲିଲା ପ୍ରେମର ଦୋକାନ

ସେହିପରି ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ପ୍ରତିକ୍ରିୟା ରଖି କହିଥିଲେ, " ଦିଲ୍ଲୀରେ ଆମେ ଅନେକ ବୈଠକ କରିଛୁ, ହେଲେ ଏହାର ଫଳ ମିଳିନାହିଁ । ଏଣୁ ପାଟନାରୁ ଆମେ ଏହି ଲଢେଇ ଆରମ୍ଭ କରିଛୁ । ଏବେ ଆମେ ସମସ୍ତେ ଏକାଠି ରହିଛୁ । ଆଗକୁ ଏକାଠି ହୋଇ ଲଢେଇ ଜାରି ରଖିବୁ । ଆମେ ବିରୋଧୀ ନୁହେଁ, ଆମେ ଦେଶର ଜଣେ ଜଣେ ନାଗରିକ । ଏଣୁ ଦେଶର ସୁରକ୍ଷା ଦିଗରେ ଆମେ କାମ କରିବୁ । ଆମେ ମଧ୍ୟ ଦେଶପ୍ରେମୀ । ବିଜେପି ଯେଉଁ ତାନାସାହି କରୁଛି, ତାକୁ ଦମନ କରିବାରେ ଆମେ ଉଦ୍ୟମ କରିବୁ । ଏମାନେ ବେରୋଜଗାରୀ, ଦଳିତଙ୍କ ବିକାଶ ସମ୍ପର୍କରେ ଚିନ୍ତା କରନ୍ତି ନାହିଁ ।"

ସୂଚନା ଥାଉ କି ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ଶାସିତ କେନ୍ଦ୍ର ସରକାରଙ୍କ ହାତରୁ ଶାସନ କ୍ଷମତା ଛଡ଼ାଇ ନେବା ଲାଗି ପ୍ରାକ ପ୍ରସ୍ତୁତି ଆରମ୍ଭ ହୋଇଛି । ବିଜେପିର ଭୋଟ ହାର ବୃଦ୍ଧିକୁ ଲକ୍ଷ୍ୟ କଲେ ବିରୋଧୀମାନଙ୍କୁ ଏକତ୍ରିତ ହେବାର ଆବଶ୍ୟକତା ରହିଛି । ଏଣୁ ପାଟନାରେ ଅନୁଷ୍ଠିତ ହୋଇଛି ବିରୋଧୀ ଦଳ ବୈଠକ । ସେପଟେ ଏହା ଉପରେ ଅନେକ ବିଜେପି ନେତା ପ୍ରତିକ୍ରିୟା ରଖିଛନ୍ତି । ନୀତିଶଙ୍କ ବରଯାତ୍ରୀର ବର କିଏ ବୋଲି ପ୍ରଶ୍ନ କରିଛି ବିଜେପି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ମେଳିକୁ ଫଟୋ ସେସନ ବୋଲି କହିଛନ୍ତି । ବିରୋଧୀମାନେ ଯେତେ ଥର ବି ବୈଠକ କଲେ କେବେ ଏକତ୍ରିତ ହୋଇପାରିବେ ନାହିଁ ବୋଲି ସେ କହିଛନ୍ତି ।

Last Updated : Jun 23, 2023, 8:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.