ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଖୋଲିଲା ଭାରତର ପ୍ରଥମ ଥ୍ରୀ ଡି' ପ୍ରିଣ୍ଟେଡ ପୋଷ୍ଟ ଅଫିସ । ସହରର କେମ୍ବ୍ରିଜ ଲେଆଉଟଠାରେ ଏହା ନିର୍ମିତ ହୋଇଛି । ସବୁଠୁ ଖାସ କଥା ହେଉଛି ସ୍ବଦେଶୀ ଜ୍ଞାନ କୌଶଳର ବ୍ୟବହାର କରାଯାଇ ଏହାକୁ ମାତ୍ର ୪୫ ଦିନରେ ନିର୍ମାଣ କରାଯାଇଛି । ଏହି ପୋଷ୍ଟ୍ ଅଫିସର ଆକାର ବେଶ ଆକର୍ଷଣୀୟ ହୋଇଥିବା ବେଳେ ରୋବୋଟିକ ନିର୍ମାଣ ଟେକ୍ନୋଲୋଜି ବ୍ୟବହାର କରାଯାଇ ଏହାକୁ ଖୁବ୍ କମ ଦିନରେ ନିର୍ମାଣ କରାଯାଇଥିବା ନେଇ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।
-
The spirit of Aatmanirbhar Bharat!
— Ashwini Vaishnaw (@AshwiniVaishnaw) August 18, 2023 " class="align-text-top noRightClick twitterSection" data="
🇮🇳India’s first 3D printed Post Office.
📍Cambridge Layout, Bengaluru pic.twitter.com/57FQFQZZ1b
">The spirit of Aatmanirbhar Bharat!
— Ashwini Vaishnaw (@AshwiniVaishnaw) August 18, 2023
🇮🇳India’s first 3D printed Post Office.
📍Cambridge Layout, Bengaluru pic.twitter.com/57FQFQZZ1bThe spirit of Aatmanirbhar Bharat!
— Ashwini Vaishnaw (@AshwiniVaishnaw) August 18, 2023
🇮🇳India’s first 3D printed Post Office.
📍Cambridge Layout, Bengaluru pic.twitter.com/57FQFQZZ1b
ଏହି ଥ୍ରୀ ଡି' ପୋଷ୍ଟ ଅଫିସ ୧୦୨୧ ବର୍ଗ ଫୁଟ ଜମିରେ ଠିଆ ହୋଇଛି । ଭାରତୀୟ ଡାକ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ IIT ମାଡ୍ରାସ୍ର ଟେକ୍ନିକାଲ ମାର୍ଗଦର୍ଶନ ଦ୍ବାରା ଏହି ନୂଆ ଧରଣର ପୋଷ୍ଟ ଅଫିସ ନିର୍ମିତ ହୋଇଛି । ଏନେଇ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, "ଏହା ହେଉଛି ଆତ୍ମନିର୍ଭର ଭାରତର ଏକ ଝଲକ । ସ୍ବଦେଶୀ ଜ୍ଞାନକୌଶଳର ବିକାଶର ଝଲକ । ପୂର୍ବରୁ ଯାହାକି ଅସମ୍ଭବ ଲାଗୁଥିଲା ଆଜି ତାହା ଭାରତବର୍ଷରେ ସମ୍ଭବ ହୋଇଛି ।"
-
Every Indian would be proud to see India's first 3D printed Post Office at Cambridge Layout, Bengaluru. A testament to our nation's innovation and progress, it also embodies the spirit of a self-reliant India. Compliments to those who have worked hard in ensuring the Post… pic.twitter.com/Y4TrW4nEhZ
— Narendra Modi (@narendramodi) August 18, 2023 " class="align-text-top noRightClick twitterSection" data="
">Every Indian would be proud to see India's first 3D printed Post Office at Cambridge Layout, Bengaluru. A testament to our nation's innovation and progress, it also embodies the spirit of a self-reliant India. Compliments to those who have worked hard in ensuring the Post… pic.twitter.com/Y4TrW4nEhZ
— Narendra Modi (@narendramodi) August 18, 2023Every Indian would be proud to see India's first 3D printed Post Office at Cambridge Layout, Bengaluru. A testament to our nation's innovation and progress, it also embodies the spirit of a self-reliant India. Compliments to those who have worked hard in ensuring the Post… pic.twitter.com/Y4TrW4nEhZ
— Narendra Modi (@narendramodi) August 18, 2023
କଣ ରହିଛି ଖାସ୍ ?:- ଏହି ଥ୍ରୀ ଡି' ପ୍ରିଣ୍ଟିଂ ପୋଷ୍ଟ ଅଫିସ୍ ପଛରେ ବହୁ ରୋଚକ ତଥ୍ୟ ରହିଛି । ଏହି ଡାକ ଅଫିସଟି ସ୍ବୟଂଚାଳିତ ଟେକ୍ନୋଲୋଜି ଜରିଆରେ ନିର୍ମିତ ହୋଇଛି । ପୂର୍ବରୁ ନିର୍ଦ୍ଧାରିତ ଡିଜାଇନ୍ ଅନୁସାରେ ରୋବୋଟିକ ପ୍ରିଣ୍ଟର୍ଟି ଲେୟାରଗୁଡ଼ିକୁ ଖଞ୍ଜି ଥାଏ । ଏହାପରେ ଏକ ସ୍ବତନ୍ତ୍ର ଧରଣର କଂକ୍ରିଟ୍ ସଙ୍ଗେ ସଙ୍ଗେ ଶକ୍ତ ହୋଇ ଉକ୍ତ ଲେୟାରକୁ ମଜଭୁତ କରିଥାଏ । ସାଧାରଣତଃ ଏହି ଡାକ ଅଫିସକୁ ପାରମ୍ପରିକ ଢଙ୍ଗରେ ନିର୍ମାଣ କଲେ ପ୍ରାୟ ୬ରୁ ୮ ମାସ ସମୟ ଲାଗୁଥିବା ବେଳେ ଏହି ନୂଆ ଧରଣର ରୋବୋଟିକ ଟେକ୍ନୋଲୋଜି ମାଧ୍ୟମରେ ମାତ୍ର ୪୫ ଦିନରେ ନିର୍ମାଣ କରାଯାଇଛି । ସମୟ ସାପେକ୍ଷ ନିର୍ମାଣ ଶୈଳୀର ବିକଳ୍ପ ଭାବେ ଏହି ନୂଆ ଟେକ୍ନୋଲୋଜି ଉଭା ହୋଇଛି ।
ଏହା ବି ପଢନ୍ତୁ- ଇଞ୍ଜନିଂୟରିଂ କ୍ଷେତ୍ରରେ ଭାରତୀୟ ସେନାର କରାମତି, ତିଆରି କଲେ ପ୍ରଥମ 3D ପ୍ରିଣ୍ଟେଡ ଘର
ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ:- ଏହି ପୋଷ୍ଟ ଅଫିସଟି ଶୁକ୍ରବାର ଉଦଘାଟିତ ହେବାପରେ ଏଭଳି ନୂଆ ଧରଣର ଟେକ୍ନୋଲୋଜିକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ଦେଶର ବିକାଶ ଓ ଇନୋଭେସନର ସଙ୍କେତ ଏବଂ ଆତ୍ମନିର୍ଭର ଭାରତର ପରିଚୟ ବୋଲି କହିଛନ୍ତି ମୋଦି । ଏହି ସ୍ବତନ୍ତ୍ର ଧରଣର ପୋଷ୍ଟ ଅଫିସ ନିର୍ମାଣ ଓ ଏହି ଡିଜାଇନ୍ ପ୍ରସ୍ତୁତ କରିଥିବା ପ୍ରତିଟି ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ।
କଣ 3D ପ୍ରିଣ୍ଟିଂ ଟେକ୍ନୋଲୋଜି:- ଏହା ଏକ ଉନ୍ନତ ଧରଣର ଟେକ୍ନୋଲୋଜି, ଯାହାକି ନିର୍ମାଣ କାର୍ଯ୍ୟକୁ ସ୍ବଳ୍ପ ସମୟକୁ ଆଣିଥାଏ । ଯେକୌଣସି କୋଠା ତିଆରି ହେବାକୁ ଥିଲେ କମ୍ପ୍ୟୁଟରରେ ଏହାର ଏକ ଡିଜାଇନ୍ ପ୍ରସ୍ତୁତ ହୋଇଥାଏ । ଉକ୍ତ ଡିଜାଇନ୍ ଅନୁସାରେ ଲେୟାର ପ୍ରସ୍ତୁତ ହୋଇଥିବା ବେଳେ ରୋବୋଟିକ ମେସିନ୍ ସାହାଯ୍ୟରେ ତାହାକୁ ଖଞ୍ଜା ଯାଇଥାଏ । ଏଥିରେ IIT ମାଡ୍ରାସ୍ର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଏହାପୂର୍ବରୁ ଆଇଆଇଟି ଗୌହାଟି ପକ୍ଷରୁ ଭାରତୀୟ ସେନାଙ୍କ ଲାଗି ଏକ ଥ୍ରୀ ଡି' ସେଣ୍ଟ୍ରି ପୋଷ୍ଟ ମଧ୍ୟ ନିର୍ମାଣ କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ