ETV Bharat / bharat

VACCINATION; 200 ଦିନରେ 50 କୋଟି ଲୋକଙ୍କୁ ଟିକା, ପ୍ରଧାନମନ୍ତ୍ରୀ କଲେ ପ୍ରଶଂସା

ଶୁକ୍ରବାର ଦିନ ଦେଶରେ ୫୦ କୋଟି ଟୀକାକରଣ ଅତିକ୍ରମ କରିଛି । ଏଥିରେ ଟିକା ପ୍ରସ୍ତୁତିକାରୀ ବୈଜ୍ଞାନିକ, ଡାକ୍ତରଙ୍କ ସହ ଅନ୍ୟାନ୍ୟ ବ୍ୟକ୍ତି ବିଶେଷଙ୍କ ଅବଦାନ ଅତୁଳନୀୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଅଧିକ ପଢନ୍ତୁ...

India's fight against Covid receives strong impetus, says PM as vaccinations cross 50 crore
କୋଭିଡ ବିରୋଧରେ ବଡ ବିଜୟ; 2 ଶହ ଦିନରେ ୫୦ କୋଟି ଲୋକଙ୍କୁ ଟିକା, ପ୍ରଧାନମନ୍ତ୍ରୀଙ୍କ ପ୍ରଂଶାସ
author img

By

Published : Aug 7, 2021, 7:24 AM IST

ନୂଆଦିଲ୍ଲୀ: ଦେଶ କୋରୋନା ମହାମାରୀ ସହ ଲଢୁଛି । ସଂକ୍ରମଣ ବିରୋଧରେ ଜାରି ରହିଛି ଟୀକାକରଣ । ଦେଶ ମହାମାରୀ ମୁକାବିଲାରେ ଅଗ୍ରସର ହେଉଛି । ମାତ୍ର ଦୁଇ ଶହ ଦିନ ମଧ୍ୟରେ ୫୦ କୋଟି ଲୋକଙ୍କୁ ଟିକାକରଣ କରାଯାଇଛି । ଯାହା ମହାମାରୀ ବିରୋଧରେ ବଡ ବିଜୟ । ଏଥିରେ ଟିକା ପ୍ରସ୍ତୁତିକାରୀ ବୈଜ୍ଞାନିକ, ଡାକ୍ତରଙ୍କ ସହ ଅନ୍ୟାନ୍ୟ ବ୍ୟକ୍ତି ବିଶେଷଙ୍କ ଅବଦାନ ଅତୁଳନୀୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଶୁକ୍ରବାର ଦିନ ଦେଶରେ 43.29 ଲକ୍ଷରୁ ଅଧିକ ଡୋଜ ଦିଆଯାଇଛି । ଏହାସହ ୫୦ କୋଟି ଟିକାକରଣ ଦେଶରେ ପାର କରିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ମଧ୍ୟ ସୂଚନା ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ଟୁଇଟ କରିଛନ୍ତି । ମହାମାରୀ ସମୟରେ ଭାରତରକୁ ଏକ ମଜବୁତ ଦିଗ ମିଳିଛି । ତାହା ହେଉଛି ସଞ୍ଜିବନୀ ସଦୃଶ କୋରୋନା ଟିକା । ସମସ୍ତଙ୍କୁ ମାଗଣାରେ କୋରୋନା ଟିକା ଯୋଗାଯାଉଛି । ଦେଶରେ ଟିକାକରଣ ଜାନୁଆରୀ ୧୬ରୁ ଆରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯାଇଥିଲା । ପରେ ଫେବୃଆରୀ ୨ରୁ ଆଗଧାଢିର କୋରୋନା ଯୋଦ୍ଧାଙ୍କୁ ଟିକା ଦିଆଯାଇଥିଲା ।

ଏହାପରେ ପରବର୍ତ୍ତୀ ପର୍ଯ୍ୟାୟରେ ଅର୍ଥାତ ମାର୍ଚ୍ଚ ୧ରୁ ବରିଷ୍ଠ ନାଗରିକଙ୍କୁ ଟୀକାକରଣ ଦେଶରେ ଆରମ୍ଭ ହୋଇଥିଲା । ଯେଉଁମାନଙ୍କର ବୟସ ୬୦ ବର୍ଷରୁ ଅଧିକ ଥିଲା । ଏହାସହ ଏପ୍ରିଲ 1ରୁ 45 ବର୍ଷରୁ ଅଧିକ ବୟସ୍କ ସମସ୍ତଙ୍କ ପାଇଁ ଟୀକାକରଣ ଆରମ୍ଭ କରାଯାଇଥିଲା । ଏହା ପରେ ସରକାର 18 ବର୍ଷରୁ ଅଧିକ ବୟସର ଲୋକଙ୍କ ପାଇଁ ମେ 1ରୁ ଟୀକାକରଣ କରିବାକୁ ଅନୁମତି ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.