ETV Bharat / bharat

ଭାରତର ଖସିଛି ଅଶୋଧିତ ତୈଳ ଆଉଟପୁଟ, ଉଛୁଳିଲା ଗ୍ୟାସ ଉତ୍ପାଦନ

author img

By

Published : Jun 22, 2021, 10:44 PM IST

ଦେଶରେ ଅଶୋଧିତ ତୈଳ ଆଉଟପୁଟ ମେ ମାସରେ 6.3 ପ୍ରତିଶତ ହ୍ରାସ ହୋଇଛି । ONGC ର ଉତ୍ପାଦନ ବାତ୍ୟା ତାଉତେ କାରଣରୁ ପ୍ରାୟ ଦଶ ପ୍ରତିଶତ କମିଛି । ଅଧିକ ପଢନ୍ତୁ..

ଭାରତର ଖସିଛି ଅଶୋଧିତ ତୈଳ ଆଉଟପୁଟ, ଉଛୁଳିଲା ଗ୍ୟାସ ଉତ୍ପାଦନ
ଭାରତର ଖସିଛି ଅଶୋଧିତ ତୈଳ ଆଉଟପୁଟ, ଉଛୁଳିଲା ଗ୍ୟାସ ଉତ୍ପାଦନ

ନୂଆଦିଲ୍ଲୀ: ଦେଶରେ ଅଶୋଧିତ ତୈଳ ଆଉଟପୁଟ ମେ ମାସରେ 6.3 ପ୍ରତିଶତ ହ୍ରାସ ହୋଇଛି । ପବ୍ଲିକ ସେକ୍ଟର କମ୍ପାନୀ ONGC ର ଉତ୍ପାଦନ ବାତ୍ୟା ତାଉତେ କାରଣରୁ ପ୍ରାୟ ଦଶ ପ୍ରତିଶତ କମ୍ ହୋଇଛି । ମଙ୍ଗଳବାର ପ୍ରକାଶିତ ସରକାରୀ ତଥ୍ୟରେ ଏହି ସୂଚନା ସାମ୍ନାକୁ ଆସିଛି ।

ଅଶୋଧିତ ତୈଳ ଉତ୍ପାଦନ 2021 ମେ ମାସରେ 24.30 ଲକ୍ଷ ଟନ ରହିଛି । ଯାହାକି ଏହା ପୂର୍ବ ବର୍ଷ ମେ ମାସରେ ହୋଇଥିବା 26 ଲକ୍ଷ ଟନ ଉତ୍ପାଦନ ତୁଳନାରେ 6.32 ପ୍ରତିଶତ କମ ରହିଛି । ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ଦ୍ବାରା ଜାରି ସଦ୍ୟ ତଥ୍ୟରେ ଏନେଇ କୁହାଯାଇଛି । ସାର୍ବଜନୀକ କ୍ଷେତ୍ରର କମ୍ପାନୀ ତୈଳ ଓ ପ୍ରାକୃତିକ ଗ୍ୟାସ କର୍ପୋରେସନ (ଓଏନଜିସି)ର ଅଶୋଧିତ ତୈଳ ଉତ୍ପାଦନରେ ମେ ମଧ୍ୟରେ 9.63 ପ୍ରତିଶତର ବଡ ହ୍ରାସ ରେକର୍ଡ ହୋଇଛି ଓ ଏହା 15 ଲକ୍ଷ ଟନ ରହିଛି ।

ସାଇକ୍ଲୋନ ତାଉତେ ଯୋଗୁଁ ସୃଷ୍ଟି କଠିନ ପରିସ୍ଥିତି କାରଣରୁ ଉତ୍ପାଦନ ହ୍ରାସ ପାଇଛି । ONGC ର ପ୍ରମୁଖ ତୈଳ ଏବଂ ଗ୍ୟାସ ଉତ୍ପାଦନ କ୍ଷେତ୍ର ପଶ୍ଚିମ ଉପକୂଳବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ । ଯେଉଁଠାରେ ଗତ ମାସରେ ବାତ୍ୟା ଯୋଗୁଁ ଅର୍ଥନୈତିକ କାର୍ଯ୍ୟକଳାପ ପ୍ରଭାବିତ ହୋଇଥିଲା |

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.