ETV Bharat / bharat

ତିଳତିଳ ମାରୁଛି ମୃତ୍ୟୁର ଆର୍ତ୍ତନାଦ ଚିତ୍କାର... - ପାଖରୁ ମୃତ୍ୟୁ

ମୃତ୍ୟୁ...ହୃଦୟବିଦାରକ, ଅସହିଷ୍ଣୁ, ଅଦୃଶ୍ୟ, ଅପରିକଳ୍ପନୀୟ । ମୃତ୍ୟୁର ଗର୍ଜନରେ କମ୍ପୁଛି ଦେଶ । ନିଶ୍ବାସ ଟିକକ ପାଇଁ ତିଳ ତିଳ ଯନ୍ତ୍ରଣା ପରେ ଅଟକିଯାଉଛି ପ୍ରାଣବାୟୁ । ଆଖି ଆଗରେ ଚାଲିଯାଉଛି ପ୍ରିୟପରିଜନଙ୍କ ଜୀବନ । ମୃତ୍ୟୁ କେତେ ଭୟଙ୍କର, ତାକୁ ପାଖରୁ ଦେଖାଉଛି ରାକ୍ଷସରୂପୀ କୋରୋନା ..ଅଧିକ ପଢନ୍ତୁ:

ତିଳ ତିଳ ମାରୁଛି ମୃତ୍ୟୁର ଆର୍ତ୍ତନାଦ ଚିତ୍କାର

author img

By

Published : Apr 28, 2021, 9:42 PM IST

Updated : Apr 28, 2021, 10:09 PM IST

ହାଇଦ୍ରାବାଦ: ଅଦୃଶ୍ୟ ଆତଙ୍କର ଭୟରେ ଥରୁଛି ଛାତି । ମୃତ୍ୟୁର ଗର୍ଜନରେ କମ୍ପୁଛି ଦେଶ । ନିଶ୍ବାସ ଟିକକ ପାଇଁ ତିଳତିଳ ଯନ୍ତ୍ରଣା ପରେ ଥମିଯାଉଛି ଜୀବନ । ଆଖି ଆଗରେ ଝିଅ ଦେଖୁଛି ମାଆର ମୃତ୍ୟୁ , ଭେଣ୍ଡିଆ ପୁଅକୁ ବଞ୍ଚାଇବାକୁ କରୁଛି ବୁଢା ବାପା ଗୁହାରୀ । ଚିକିତ୍ସା ଅଭାବରୁ ପୁଅ ପ୍ରାଣବାୟୁ ଉଡିଯାଇଥିବା ଦେଖି ନିରୂପାୟ ମା’ ପାଲଟିଛି ନିଶବ୍ଦ । ସ୍ବାମୀ ଭୋ ଭୋ କାନ୍ଦି କହୁଛି ମୋ ସ୍ତ୍ରୀକୁ ବଞ୍ଚେଇଦିଅ । ଆଉ ଏହି ଦୃଶ୍ୟ ସମଗ୍ର ଦେଶକୁ କରିଦେଇଛି ସ୍ତବ୍ଧ । ସିନ୍ଦୁର ପାଇଁ କୋରୋନାକୁ ଖାତିର ନକରି ଛଟପଟ ହେଉଥିବା ସ୍ବାମୀ ମୁହଁରେ ମୁହଁ ଲଗାଇ ସ୍ତ୍ରୀ ଦେଉଛି ନିଶ୍ବାସ ।

ତିଳ ତିଳ ମାରୁଛି ମୃତ୍ୟୁର ଆର୍ତ୍ତନାଦ ଚିତ୍କାର

କୋଭିଡ ହସ୍ପିଟାଲ ବାହାରେ ବଞ୍ଚିବାକୁ ଆକୁଳ ଆର୍ତ୍ତନାଦ ଗୁହାରି କରିକରି ତଣ୍ଟି ଶୁଖିଯାଉଛି । ଅକ୍ସିଜେନ ବେଡଟିଏ ପାଇଁ ଲୋକ ହେଉଛନ୍ତି କାକୁତିମିନତି । ପ୍ରାଣମୁର୍ଚ୍ଛା ଉଦ୍ୟମ ପରେ ବି ରୁଗ୍ନ ସ୍ବାସ୍ଥ୍ୟବସ୍ଥା ଆପଣାର ମଣିଷକୁ ଛଡେଇ ନେଉଛି ପାଖରୁ । ଅସହାୟତାର ଏହି ଚିତ୍ର ଦେଖିଲେ ଛାତି ଫାଟିଯାଉଛି, ଆଖିରୁ ନିଗିଡି ଯାଉଛି ଲୁହର ଧାର ।

କେତେବେଳେ ନିଶ୍ବାସ ଅଟକିଯିବ ତା ଉପରୁ ଉଠିଯାଇଛି ବିଶ୍ବାସ । ସୁନାମୀ ଭଳି ମାଡି ଆସୁଥିବା ପ୍ରଳୟଙ୍କାରୀ କୋରୋନାର ଦ୍ବିତୀୟ ଲହରରେ ଛାରଖାର ହେଇଯାଉଛି ସୁନାର ସଂସାର । ନରହନ୍ତା ଭୂତାଣୁ ତାଣ୍ଡବରେ କେତେ ଯେ, ପରିବାର ଭାଙ୍ଗିଲାଣି ତାହା ଅକଳନୀୟ। ଅକ୍ସିଜେନ ଅଭାବରେ ଏତେ ରୋଗୀ ଅଣନିଶ୍ବାସୀ ହୋଇ ପ୍ରାଣ ହରାଉଛନ୍ତି ଯେ, ଏହି ସଂଖ୍ୟା ସରକାରୀ ରିପୋର୍ଟ ନୁହେଁ, ବଖାଣୁଛି ଶ୍ମଶାନରେ ଦାହ ପାଇଁ ଲାଇନରେ ରହିଥିବା ମୃତଦେହ ।

ସ୍ଥିତି ଏତେ ବିକଟାଳ କି ଅନ୍ତିମ ସଂସ୍କାର ପାଇଁ ଶ୍ମଶାନରେ ଖଣ୍ଡେ ଜାଗା ମିଳୁନି,ଏଣୁ ପାର୍କରେ ଜଳୁଛି ଚିତା । ଓଃ .. ଏସବୁ ଦେଖି ଭାଙ୍ଗିଯାଉଛି ଧୈର୍ଯ୍ୟର ବାଡ ବନ୍ଧ । ହେଲେ ଆମେ ହାରିବା ନାହିଁ, ଦୃଢ ମନୋବଳ ଓ ସୀମିତ ସାଧନ ମଧ୍ୟରେ ଜିତିବାକୁ ହେବ କୋରୋନା ବିରୋଧୀ ଯୁଦ୍ଧ । ମାନିବାକୁ ହେବ କୋଭିଡ ନିୟମାବଳୀ । ତେବେ ଯାଇ ମୃତ୍ୟୁର ମହାତାଣ୍ଡବରେ ଲାଗିବ ବିରାମ ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

Last Updated : Apr 28, 2021, 10:09 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.