ETV Bharat / bharat

Operation Ganga: ଅବଶିଷ୍ଟ ଭାରତୀୟଙ୍କୁ ବୁଦାପେଷ୍ଟରେ ପହଞ୍ଚିବାକୁ ଦୂତାବାସର ପରାମର୍ଶ

author img

By

Published : Mar 6, 2022, 4:47 PM IST

ଶେଷ ପର୍ଯ୍ୟାୟରେ ପହଞ୍ଚଛି ଭାରତ ସରକାରଙ୍କ ଦ୍ବାରା ଜାରି ରହିଥିବା ଉଦ୍ଧାର ଅପରେସନ ଗଙ୍ଗା । ଅବଶିଷ୍ଟ ଭାରତୀୟଙ୍କୁ ହଙ୍ଗେରୀ ରାଜଧାନୀ ବୁଦାପେଷ୍ଟରେ ପହଞ୍ଚିବା ପାଇଁ ନିର୍ଦ୍ଦିଷ୍ଟ ସମୟ ଦେଲା ଦୂତାବାସ । ଫସି ରହିଥିଲେ ଜରୁରୀ ସୂଚନା ଦେବା ପାଇଁ ବ୍ୟବସ୍ଥା ହୋଇଛି ଅନଲାଇନ ଗୁଗୁଲ ଫର୍ମ । ଅଧି ପଢନ୍ତୁ

Operation Ganga
ଶେଷ ପର୍ଯ୍ୟାୟରେ ଅପରେସନ ଗଙ୍ଗା, ଅବଶିଷ୍ଟ ଭାରତୀୟଙ୍କୁ ବିଦାପେଷ୍ଟରେ ପହଞ୍ଚିବା ପାଇଁ ସମୟ ଦେଲା ଦୂତାବାସଶେଷ ପର୍ଯ୍ୟାୟରେ ଅପରେସନ ଗଙ୍ଗା, ଅବଶିଷ୍ଟ ଭାରତୀୟଙ୍କୁ ବିଦାପେଷ୍ଟରେ ପହଞ୍ଚିବା ପାଇଁ ସମୟ ଦେଲା ଦୂତାବାସ

ନୂଆଦିଲ୍ଲୀ: ଶେଷ ପର୍ଯ୍ୟାୟରେ ପହଞ୍ଚଛି ଭାରତ ସରକାରଙ୍କ ଦ୍ବାରା ଜାରି ରହିଥିବା ଅପରେସନ ଗଙ୍ଗା । ଏବେ ସୁଦ୍ଧା ପ୍ରାୟ 21 ହଜାର ଛାତ୍ରଛାତ୍ରୀଙ୍କୁୁ ଉଦ୍ଧାର କରି ସ୍ବଦେଶ ଫେରାଇ ଆଣି ସାରିଥିବାବେଳେ ଅନ୍ୟମାନଙ୍କୁ ମଧ୍ୟ ହଙ୍ଗେରୀ ରାଜଧାନୀ ବୁଦାପେଷ୍ଟରେ ପହଞ୍ଚିବା ପାଇଁ ନିର୍ଦ୍ଦିଷ୍ଟ ସମୟ ଦେଇଛି କିବରେ ଅବସ୍ଥାପିତ ଭାରତୀୟ ଦୂତାବାସ । ପୂର୍ବାହ୍ନ 10ରୁ 12ଟା ମଧ୍ୟରେ ସେମାନଙ୍କୁୁ ବୁଦାପେଷ୍ଟର ସିଟି ସେଣ୍ଟରରେ ପହଞ୍ଚିବା ପାଇଁ ପରାମର୍ଶ ଦିଆଯାଇଛି । ଏନେଇ ଦୂତାବାସ ପକ୍ଷରୁ ଏକ ପ୍ରେସ ବାର୍ତ୍ତା ମାଧ୍ୟମରେ ସମସ୍ତଙ୍କୁ ଅବଗତ କରାଯାଇଛି ।

  • Important Announcement: Embassy of India begins its last leg of Operation Ganga flights today. All those students staying in their OWN accommodation ( other than arranged by Embassy) are requested to reach @Hungariacitycentre , Rakoczi Ut 90, Budapest between 10 am-12 pm

    — Indian Embassy in Hungary (@IndiaInHungary) March 6, 2022 " class="align-text-top noRightClick twitterSection" data=" ">

ଏବେ ସୁଦ୍ଧା ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ଫସି ରହିଥିବା ଭାରତୀୟଙ୍କୁ ତୁରନ୍ତ ସେମାନଙ୍କ ସମ୍ପର୍କିତ ଜରୁରୀ ସୂଚନା ପ୍ରଦାନ କରିବା ପାଇଁ କୁହାଯାଇଛି । ସେମାନଙ୍କ ନାମ, ପାସପୋର୍ଟ ନମ୍ବର ଓ ବର୍ତ୍ତମାନର ଠିକଣା ସମ୍ପର୍କରେ ସୂଚନା ଦେବା ପାଇଁ ଏକ ଅନଲାଇନ ଗୁଗୁଲ ଫର୍ମ ମଧ୍ୟ ବ୍ୟବସ୍ଥା କରିଛିି ଦୂତାବାସ । ଫଳରେ ସେମାନଙ୍କୁ ତୁରନ୍ତ ଚିହ୍ନଟ କରାଯିବା ସହ ସେମାନଙ୍କୁ ହଙ୍ଗେରୀ ଅଭିମୁଖେ ମଧ୍ୟ ଆଣିବାର ବ୍ୟବସ୍ଥା କରାଯାଇ ପାରିବ ।

କିଛି ଛାତ୍ରଙ୍କୁ ଦୂତାବାସ ପକ୍ଷରୁ ଉଦ୍ଧାର କରାଯାଇ ବିଭିନ୍ନ ଥଇଥାନ କେନ୍ଦ୍ରରେ ରଖାଯାଇଥିବା ବେଳେ ଅନ୍ୟ କିଛି ଭାରତୟୀ ସେମାନଙ୍କ ନିଜସ୍ବ ବ୍ୟବସ୍ଥାରେ ରହିଛନ୍ତି । ତେଣୁ ଉଦ୍ଧାର ଅଭିଯାନ ଶେଷ ହେବା ପୂର୍ବରୁୁ ସେମାନଙ୍କୁ ବୁଦାପେଷ୍ଟରେ ପହଞ୍ଚିବା ପାଇଁ ନିର୍ଦ୍ଦେଶ ରହିଛି ।

ଅନ୍ୟପଟେ ଅପରେସନ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ମନ୍ତ୍ରଣାଳୟ କହିଛି ଗତ ସପ୍ତାହକ ମଧ୍ୟରେ 63 ଫ୍ଲାଇଟରେ 13,300 ଭାରତୀୟଙ୍କୁ ଅଣା ଯାଇଥିବାବେଳେ ଗତ 24 ଘଣ୍ଟା ମଧ୍ୟରେ 15 ବିମାନରେ 2500 ଭାରତୀୟ ସ୍ବଦେଶ ଫେରିଛନ୍ତି । ସେହିପରି ଆଗାମୀ 24 ଘଣ୍ଟା ପାଇଁ ମଧ୍ୟ 13 ଫ୍ଲାଇଟର ଅବଶିଷ୍ଟ ଭରାତୀୟଙ୍କୁ ଫେରାଇବା ପାଇଁ ବ୍ୟବସ୍ଥା କରାଯାଇଛି । ଅପରେସନ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ମୋଟ 21 ହଜାର ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ସ୍ବଦେଶ ଫେରାଯାଇଥିବା ବୈଦେଶିକ ମନ୍ତ୍ରଣାଳୟ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.