ETV Bharat / bharat

Social Media friendship: ପ୍ରେମ ପାଇଁ ପାର୍‌ କଲେ ସୀମା, ସ୍ବାମୀଙ୍କୁ ବୁଲି ଯାଉଛି କହି ପାକିସ୍ତାନରେ ସ୍ତ୍ରୀ

author img

By

Published : Jul 24, 2023, 11:12 AM IST

ପ୍ରେମକୁ ପାଇବାକୁ ପାକିସ୍ତାନରୁ ଭାରତ ଚାଲି ଆସିଥିବା ସୀମା ହାଇଦର ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା ଥମିନାହିଁ । ଏବେ ଆଉ ଏକ ସମାନ ଘଟଣା ସାମ୍ନାକୁ ଆସିଛି । ହେଲେ ଟିକେ ଅଲଗା । ଜାଣିବାକୁ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

women reached Pakistan to meet her friend
Social Media friendship

ଜୟପୁର/ରାଜସ୍ଥାନ: ପାକିସ୍ତାନୀ ମହିଳା ସୀମା ହାଇଦରକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ପବଜୀ ଖେଳରୁ ଭାରତୀୟ ଯୁବକଙ୍କ ପ୍ରେମରେ ପଡି 4 ପିଲାଙ୍କୁ ଧରି ନେପାଳ ଦେଇ ଭାରତ ଆସିଥିବା ସୀମା ହାଇଦରଙ୍କୁ ନେଇ ଚର୍ଚ୍ଚା ଥମିନାହିଁ । ଏଯାଏ ଶୀତଳ ପଡିନାହିଁ ସୀମା ହାଇଦର ଘଟଣା । ଏହାରି ଭିତରେ ସୀମା ପାରର ଆଉ ଏକ ଘଟଣା ସାମ୍ନାକୁ ଆସିଛି । ଏଥର ପାକିସ୍ତାନରୁ ନୁହେଁ ବରଂ ଭାରତରୁ ପାକିସ୍ତାନ ଚାଲି ଯାଇଛନ୍ତି ଜଣେ ମହିଳା । ସୋସିଆଲ ମିଡିଆ ବନ୍ଧୁତାରେ ଦିୱାନା ହୋଇ ବନ୍ଧୁଙ୍କୁ ଭେଟିବାକୁ ଭାରତରୁ ପାକିସ୍ତାନ ଚାଲିଯାଇଛନ୍ତି ରାଜସ୍ଥାନ ଅଲବରର ଅଞ୍ଜୁ । ସ୍ବାମୀଙ୍କୁ ଜୟପୁର ବୁଲି ଯାଉଛି ବୋଲି କହି ପାକିସ୍ତାନ ପଳାଇଥିବା ଜଣାପଡିଛି ।

ପାକିସ୍ତାନରେ ଅଞ୍ଜୁ: ଅଞ୍ଜୁ ରାଜସ୍ଥାନର ଅଲବର ଜିଲ୍ଲାର ତାଙ୍କ ପରିବାର ସହ ରୁହନ୍ତି । ସେ ଜୟପୁରରେ ଏକ ପ୍ରାଇଭେଟ କମ୍ପାନୀରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାମ କରନ୍ତି । ତାଙ୍କ ସ୍ବାମୀ ଅରବିନ୍ଦ ଜାଣିବାକୁ ପାଇଛନ୍ତି ଯେ ଜୟପୁର ବୁଲି ଯିବାକୁ କହି ଅଞ୍ଜୁ ପାକିସ୍ତାନ ଲାହୋରରେ ଅଛନ୍ତି । ପୋଲିସ ଘଟଣା ବିଷୟରେ ଜାଣିବାକୁ ପାଇ ତଦନ୍ତ ନେଇ ଅଞ୍ଜୁଙ୍କ ସ୍ବାମୀଙ୍କୁ ପଚରାଉଚରା କରିଥିଲେ । ଅଞ୍ଜୁଙ୍କ ସ୍ବାମୀ ଅରବିନ୍ଦ କହିଛନ୍ତି,''ସେ ବୁଲିବାକୁ ଜୟପୁର ଯାଇଥିଲା । ଏବେ ସେ କେଉଁଆଡେ ଗଲେ ତାର କୌଣସି ଖବର ନାହିଁ । ପୋଲିସ ଘଟଣାର ତଦନ୍ତ କରିବା ପରେ ଜାଣିବାକୁ ପାଇଛି ଯେ ସୋସିଆଲ ମିଡିଆ ବନ୍ଧୁଙ୍କୁ ଭେଟିବାକୁ ଅଞ୍ଜୁ ପାକିସ୍ତାନ ଯାଇଛନ୍ତି । ବ୍ରିଟିଶ ଭିସା ନେଇ ଜୁଲାଇ 21ରେ ସେ ପାକିସ୍ତାନ ଯାଇଥିବା ଜଣାପଡିଛି । ଲାହୋରରେ ରହୁଥିବା ଜଣେ ଯୁବକଙ୍କୁ ଭେଟିବାକୁ ସେ ପାକିସ୍ତାନ ଯାଇଛନ୍ତି । ମାତ୍ର ସେ ପାକିସ୍ତାନରେ କିପରି ପହଞ୍ଚିଲେ ଏହା ଜଣାପଡିନାହିଁ । ଅଞ୍ଜୁଙ୍କ ସ୍ବାମୀ ଉତ୍ତରପ୍ରଦେଶର ମୂଳ ବାସିନ୍ଦା । 2007ରୁ ସେ ରାଜସ୍ଥାନରେ ରହୁଛନ୍ତି ।

ଅଞ୍ଜୁଙ୍କ ପାକିସ୍ତାନ ଯିବା ନେଇ ତାଙ୍କ ସ୍ବାମୀଙ୍କୁ ପଚରାଉଚରା କରାଯାଇଥିଲା । ସେ କହିଛନ୍ତି, ''ଅଞ୍ଜୁ ଏକ ପ୍ରାଇଭେଟ କମ୍ପାନୀରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାମ କରନ୍ତି । ସେ ପ୍ରଥମେ ହିନ୍ଦୁ ଥିଲେ ମାତ୍ର ପରବର୍ତ୍ତୀ ସମୟରେ ସେ ଇସାଇ ଧର୍ମ ଗ୍ରହଣ କରିଥିଲେ । ଆମର ଦୁଇ ଝିଅ ଅଛନ୍ତି । 3 ଦିନ ପୂର୍ବରୁ ସେ ଜୟପୁର ବୁଲିବାକୁ କହି ଘରୁ ଯାଇଥିଲେ । ଏହା ପରେ ତାଙ୍କ ସହ ମୋର କୌଣସି ଯୋଗଯୋଗ ହୋଇନାହିଁ । ମୁଁ ଶୁଣିବାକୁ ପାଇଛି ଯେ ସେ ପାକିସ୍ତାନର ଲାହୋରରେ ଅଛନ୍ତି । ସେ ଫେରି ଆସନ୍ତୁ ।''

ଘଟଣାକୁ ନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି, ''ପାକିସ୍ତାନର ଏକ ଚିଠି ମିଳିଛି । ପାକିସ୍ତାନର ନସରୁଲ୍ଲା ଖାନ ନାମକ ଜଣେ ଯୁବକଙ୍କ ପାଖକୁ ଅଞ୍ଜୁ ଯାଇଥିବା ଜଣାପଡିଛି । ଏନେଇ ଅଞ୍ଜୁଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିବା ମାତ୍ର ହୋଇପାରିନାହିଁ । ନସରୁଲ୍ଲା ଖାନଙ୍କୁ ସେ ସୋସିଆଲ ମିଡିଆରେ ଭେଟିଥିଲେ । ଘଟଣା ନେଇ ତଦନ୍ତ ଜାରି ରହିଛି । ଏବେ ଯାଏ କିଛି ସଠିକ ସୂଚନା ମିଳିନାହିଁ ତେଣୁ ଏବେ ଏହି ଘଟଣା ନେଇ ଅଧିକ କଛି କହି ହେବନାହିଁ ।''

ଏହା ବି ପଢନ୍ତୁ....ସୀମା ହାଇଦରକୁ ଏହି ୧୩ଟି ପ୍ରଶ୍ନ ପଚାରିଲା ଏଟିଏସ: ଉତ୍ତର ଶୁଣି ଆଶ୍ଚର୍ଯ୍ୟ ଅଫିସର

ଏହା ବି ପଢନ୍ତୁ...Seema Haider: କାହା ଚେହେରାରେ ଲେଖା ନଥାଏ ସେ ପାକିସ୍ତାନୀ: ୟୁପି ସ୍ପେଶାଲ ଡିଜି

ଏହା ବି ପଢନ୍ତୁ...ସୀମା ହାଇଦର ମାମଲା: ଆତଙ୍କୀ ଲିଙ୍କ୍ ଖୋଳତାଡ ଆରମ୍ଭ କଲା ୟୁପି ATS

ପ୍ରେମକୁ ପାଇବାକୁ ନେପାଳ ଦେଇ ପାକିସ୍ତାନ ଆସିଥିବା ସୀମା ହାଇଦରକୁ ନେଇ ଚର୍ଚ୍ଚା ଥମିନାହିଁ । ଏହାରି ଭିତରେ ସୋସିଆଲ ମିଡିଆ ବନ୍ଧୁଙ୍କୁ ଭେଟିବାକୁ ଜଣେ ମହିଳା ଭାରତରୁ ପାକିସ୍ତାନ ଯିବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଏଠି ପ୍ରଶ୍ନ ଉଠୁଛି ଅଞ୍ଜୁ ପାକିସ୍ତାନ ଗଲେ କିପରି । କଡା ସୁରକ୍ଷା ବଳୟ ଭେଦ କରି ସୀମା ପାର କଲେ କିପରି ତାହା ଏବେ ବଡ ପ୍ରଶ୍ନ । ଏହି କିପରି ସମ୍ଭବ ହେଲା ନେଇ ଖୋଳତାଡ ଆରମ୍ଭ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.