ETV Bharat / bharat

କାନାଡା ନାଗରିକ ପାଇଁ ଭିସା ବାତିଲ କଲା ଭାରତ - ହରଦୀପ ସିଂହ ନିଜ୍ଜାର ହତ୍ୟା

କାନାଡା ନାଗରିକଙ୍କ ପାଇଁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଭିସା ବାତିଲ କଲା ଭାରତ । ଅଧିକ ପଢନ୍ତୁ

କାନାଡା ନାଗରିକ ପାଇଁ ଭିସା ବାତିଲ କଲା ଭାରତ
କାନାଡା ନାଗରିକ ପାଇଁ ଭିସା ବାତିଲ କଲା ଭାରତ
author img

By ETV Bharat Odisha Team

Published : Sep 21, 2023, 5:08 PM IST

ନୂଆଦିଲ୍ଲୀ: କାନାଡା ସହ କୂଟନୈତିକ ବିବାଦ ମଧ୍ୟରେ ଭାରତ ସରକାରଙ୍କ ବଡ ପଦକ୍ଷେପ । କାନାଡା ନାଗରିକଙ୍କ ପାଇଁ ଭିସା ସେବା ବାତିଲ କଲା ଭାରତ । ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏଁ କାନାଡା ଲୋକେ ଭାରତ ଆସିପାରିବେ ନାହିଁ । ଏନେଇ ଭାରତରେ ଥିବା ଅନଲାଇନ ଭିସା ଆପ୍ଲିକେସନ ସେଣ୍ଟର ବିଏଲଏସ ଇଣ୍ଟରନ୍ୟାସନାଲ (BLS International) ପକ୍ଷରୁ ଆଜି(ଗୁରୁବାର) ଏକ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି । ପରିଚାଳନାଗତ କାରଣରୁ ୨୦୨୩ ସେପ୍ଟେମ୍ବର ୨୧ରୁ ଆରମ୍ଭ କରି ପରବର୍ତ୍ତୀ ନୋଟିସ ଜାରି ହେବା ପର୍ଯ୍ୟନ୍ତ ଭାରତୀୟ ଭିସା ସେବା ବାତିଲ କରାଯାଇଥିବା ଭିସା ଆପ୍ଲିକେସନ ସେଣ୍ଟର ପକ୍ଷରୁ ଏହାର ୱେବସାଇଟରେ ପୋଷ୍ଟ କରାଯାଇଛି ।

କାନାଡା ନାଗରିକଙ୍କୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଭିସା ମିଳିପାରିବ ନାହିଁ । ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାର ହତ୍ୟାକାଣ୍ଡ ପାଇଁ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଭାରତ ବିରୋଧରେ ଅଭିଯୋଗ ଆଣିବାର ୩ ଦିନ ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ସୋମବାର ଦିନ ପ୍ରଧାନମନ୍ତ୍ରୀ ଟ୍ରୁଡୋ କାନାଡା ସଂସଦକୁ ସମ୍ବୋଧିତ କରି ଅଭିଯୋଗ କରିଥିଲେ ଯେ, ଖଲିସ୍ତାନ ଟାଇଗର ଫୋର୍ସ ମୁଖ୍ୟ ହରଦୀପ ସିଂହ ନିଜ୍ଜାରଙ୍କୁ ଗୁଳି କରି ହତ୍ୟା କରାଯିବା ପଛରେ ଭାରତ ସରକାରଙ୍କ ଏଜେଣ୍ଟର ହାତ ରହିଛି । ଏହାପରେ ସେ କାନାଡାରେ ଅବସ୍ଥାପିତ ଜଣେ ବରିଷ୍ଠ ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଥିଲେ ।

ଏହାମଧ୍ୟ ପଢନ୍ତୁ: Canada vs India: ହିନ୍ଦୁଙ୍କୁ କାନାଡା ଛାଡିବାକୁ ଖଲିସ୍ତାନୀଙ୍କ ଧମକ, ସତର୍କ ରହିବାକୁ ସାଂସଦଙ୍କ ପରାମର୍ଶ

ଏହାମଧ୍ୟ ପଢନ୍ତୁ: କାନାଡାରେ ଗ୍ୟାଙ୍ଗଷ୍ଟାର ସୁଖଦୁଲ ସିଂକୁ ହତ୍ୟା; ଭାରତରୁ ଥିଲା ଫେରାର୍

ଭାରତର ବୈଦେଶିକ ମନ୍ତ୍ରଣାଳୟ ଟ୍ରୁଡୋଙ୍କ ଅଭିଯୋଗକୁ ଅଯଥା ଓ ଉଦ୍ଦେଶ୍ୟମୂଳକ କହି ଦୃଢ ଭାବରେ ଖଣ୍ଡନ କରିବା ସହ ଭାରତରେ ଥିବା କାନାଡା କୂଟନୀତିଜ୍ଞଙ୍କୁ ବିଦା କରିଥିଲା । କାନାଡାରେ ଆଶ୍ରୟ ନେଇଥିବା ଖଲିସ୍ତାନୀ ଆତଙ୍କବାଦୀ ଓ ଉଗ୍ରବାଦୀଙ୍କ ଉପରୁ ଫୋକସ ହଟାଇବାକୁ ଏହିଭଳି ଅଭିଯୋଗ କରାଯାଉଛି ବୋଲି ଭାରତ କହିଥିଲା । ତେବେ କୂଟନୀତିଜ୍ଞଙ୍କ ବହିଷ୍କାର ସହିତ ଦୁଇ ଦେଶ ମଧ୍ୟରେ କୂଟନୈତିକ ଉତ୍ତେଜନା ପ୍ରକାଶ ପାଇଥିଲା । ଏପରିକି ଦୁଇ ଦେଶ ନିଜର ନାଗରିକଙ୍କୁ ପାଇଁ ଟ୍ରାଭେଲ ଆଡଭାଇଜରୀ ଜାରି କରିଥିଲେ । କାନାଡା ଯାଉଥିବା ଭାରତୀୟ ନାଗରିକମାନେ ଯାତାୟତ ସମୟରେ ଅଧିକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଥିଲା ।

ଏହାମଧ୍ୟ ପଢନ୍ତୁ: India vs Canada: ଭାରତ ଆସୁଥିବା ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲା କାନାଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.