ETV Bharat / bharat

କାନାଡାରେ ଭାରତୀୟଙ୍କ ଛାତ୍ରଙ୍କୁ ଗୁଳି କରି ହତ୍ୟା, ଦୁଃଖ ପ୍ରକାଶ କଲେ ଜୟଶଙ୍କର

author img

By

Published : Apr 9, 2022, 11:35 AM IST

କାନାଡାରେ ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା । ଏନେଇ ଦୁଃଖ ପ୍ରକାଶ କଲେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର । ଅଧିକ ପଢନ୍ତୁ

କାନାଡରେ ଭାରତୀୟଙ୍କ ଛାତ୍ରଙ୍କୁ ଗୁଳି କରି ହତ୍ୟା, ଦୁଃଖ ପ୍ରକାଶ କଲେ ଜୟଶଙ୍କର

ନୂଆଦିଲ୍ଲୀ: କାନାଡାରେ ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା । ମୃତକ ହେଉଛନ୍ତି ୨୧ ବର୍ଷୀୟ କାର୍ତ୍ତିକ ବାସୁଦେବ । କାନାଡା ଟୋରୋଣ୍ଟୋ(Toronto) ସହରର ସ୍ଥାନୀୟ ମେଟ୍ରୋ ଷ୍ଟେସନ(subway station) ବାହାରେ ତାଙ୍କୁ ହତ୍ୟା କରାଯାଇଛି । ଏନେଇ ବୈଦଶିକ ମନ୍ତ୍ରୀ ଜୟଶଙ୍କର ଟ୍ବିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି । ଭାରତୀୟ ଛାତ୍ରଙ୍କୁ ହତ୍ୟା ଘଟଣାରେ ମୁଁ ଦୁଃଖିତ । ମୃତ ଛାତ୍ରଙ୍କ ପରିବାରକୁ ମୋର ଗଭୀର ସମବେଦନା ବୋଲି ଜୟଶଙ୍କର କହିଛନ୍ତି ।

ଶୁକ୍ରବାର ଟୋରୋଣ୍ଟୋରେ ଥିବା ଭାରତୀୟ ଦୂତାବାସ ଭାରତୀୟ ଛାତ୍ରଙ୍କ ହତ୍ୟାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛି । ଦୂତାବାସ ମୃତ ଛାତ୍ରଙ୍କ ପରିବାର ସହ ଯୋଗାଯୋଗରେ ଅଛି ଏବଂ ତାଙ୍କ ମରଶରୀରକୁ ଶୀଘ୍ର ଭାରତ ପଠାଇବାରେ ଯଥାସମ୍ଭବ ସହୟତା ପ୍ରଦାନ କରାଯିବ ବୋଲି କହିଛି । ଯାହାସୂଚନା ରହିଛି, ଗୁରୁବାର ସନ୍ଧ୍ୟାରେ ଏହି ହତ୍ୟାକାଣ୍ଡ ଘଟିଛି । ଅପରାହ୍ନ ୫ଟା(ସ୍ଥାନୀୟ ସମୟ) ସମୟରେ ଜଣେ ବନ୍ଧୁକଧାରୀ ଷ୍ଟେସନ ବାହାରେ କାର୍ତ୍ତିକଙ୍କୁ ହତ୍ୟା କରିଥିବା ଟୋରୋଣ୍ଟୋ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.