ETV Bharat / bharat

Russia Ukraine War: କିବରେ ଗୁଳିମାଡ, ଜଣେ ଭାରତୀୟ ଛାତ୍ର ଆହତ - Russia Ukraine War

କିବରେ ଗୁଳିମାଡରେ ଭାରତୀୟ ଛାତ୍ର ଆହତ । ଦୂତାବାସ ପକ୍ଷରୁ ହସ୍ପିଟାଲରେ ଭର୍ତ୍ତି । ଆସନ୍ତାକାଲି (ସୋମବାର) ଭାରତ ଫେରିବା ନେଇ କେନ୍ଦ୍ରମନ୍ତ୍ରୀ ଭି.କେ ସିଂଙ୍କ ସୂଚନା । ଅଧିକ ପଢନ୍ତୁ

କିବରେ ଗୁଳିମାଡ, ଜଣେ ଭାରତୀୟ ଛାତ୍ର ଆହତ
କିବରେ ଗୁଳିମାଡ, ଜଣେ ଭାରତୀୟ ଛାତ୍ର ଆହତ
author img

By

Published : Mar 6, 2022, 9:40 PM IST

ନୂଆଦିଲ୍ଲୀ: ୟୁକ୍ରେନ ରାଜଧାନୀ କିବରେ ଗୁଳିମାଡରେ ଜଣେ ଭାରତୀୟ ଛାତ୍ର ଆହତ ଆହତ । ଛାତ୍ରଜଣଙ୍କ ହରଜୋତ ସିଂ ବୋଲି ସୂଚନା ମିଳିଛି । ତେବେ ଆଜି କିବରେ ଜାରି ରହିଥିବା ସଂଘର୍ଷ ମଧ୍ୟରେ ତାଙ୍କ ଦେହରେ ଗୁଳିମାଡ ହୋଇଛି । ତାଙ୍କୁ ଭାରତୀୟ ଦୂତାବାସ ପକ୍ଷରୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ପୋଲାଣ୍ଡରେ ଅପରେସନ ଗଙ୍ଗାର ନେତୃତ୍ବ ନେଉଥିବା କେନ୍ଦ୍ରମନ୍ତ୍ରୀ ଭି.କେ ସିଂ ସୂଚନା ଦେଇଛନ୍ତି ।

ମନ୍ତ୍ରୀ ସିଂ କହିଛନ୍ତି, ଗୁଳିମାଡରେ ଛାତ୍ର ଜଣଙ୍କ ଆହତ ହୋଇଥିବା ବେଳେ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ରହିଛି । ଏହି ଗୁଳିକାଣ୍ଡରେ ସେ ନିଜର ପାସପୋର୍ଟ ମଧ୍ୟ ହଜାଇ ଦେଇଛନ୍ତି । ତେବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କଲେ ଆସନ୍ତାକାଲି(ସୋମବାର) ତାଙ୍କୁ ଭାରତ ଫେରାଇ ଅଣାଯିବା ନେଇ ମଧ୍ୟ ମନ୍ତ୍ରୀ ସିଂ ସ୍ପଷ୍ଟ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଆହତ ହୋଇଥିବା ଛାତ୍ରଜଣଙ୍କ ଏକ କ୍ୟାବ ବୁକ କରି ପୋଲାଣ୍ଡ ସୀମା ଅଭିମୁଖେ ଯାତ୍ରା କରୁଥିବା ବେଳେ କୌଣସି କାରଣରୁ ତାଙ୍କୁ ପୁନର୍ବାର କିବ ଫେରିବାକୁ ପଡିଥିଲା । ତେବେ ସେଠାରେ ଜାରି ରହିଥିବା ସଂଘର୍ଷ ମଧ୍ୟରେ ସେ ଆହତ ହୋଇଛନ୍ତି । ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ଭାରତୀୟ ଦୂତାବାସ ଦ୍ୱାରା ତୁରନ୍ତ ତାଙ୍କର ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଥିଲା । ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.