ETV Bharat / bharat

Indian Railwayର ବଡ଼ ନିଷ୍ପତ୍ତି, ମେଟ୍ରୋ ପରି ଏବେ ଟ୍ରେନରେ ମହିଳାଙ୍କୁ ମିଳିବ ରିଜର୍ଭ ବର୍ଥ - ଟ୍ରେନରେ ମହିଳାଙ୍କ ପାଇଁ ସିଟ ସଂରକ୍ଷଣ

ଏବେ ଟ୍ରେନ ଆସୁଥିବା ମହିଳାମାନଙ୍କୁ ସିଟ ପାଇଁ କୌଣସି ଚିନ୍ତା କରିବାକୁ ପଡ଼ିବ ନାହିଁ । ଯେଉଁଭଳି ବସ ଏବଂ ମେଟ୍ରୋରେ ମହିଳାମାନଙ୍କ ପାଇଁ ସିଟ ସଂରକ୍ଷଣ ରହିଥାଏ ସେହିଭଳି ଏବେ ଭାରତୀୟ ରେଳବାଇ ମଧ୍ୟ ମହିଳାମାନଙ୍କ ପାଇଁ ସିଟ ସଂରକ୍ଷଣ କରିବ । ଅଧିକ ପଢନ୍ତୁ

Indian Railwayର ବଡ଼ ନିଷ୍ପତ୍ତି, ମେଟ୍ରୋ ପରି ଏବେ ଟ୍ରେନରେ ମହିଳାଙ୍କୁ ମିଳିବ ରିଜର୍ଭ ବର୍ଥ

author img

By

Published : Dec 19, 2021, 1:20 PM IST

ନୂଆଦିଲ୍ଲୀ: ମହିଳାମାନଙ୍କ ପାଇଁ ଭାରତୀୟ ରେଳ ବିଭାଗର(Indian Railway) ବଡ଼ ପଦକ୍ଷେପ । ଏବେ ଟ୍ରେନ ଆସୁଥିବା ମହିଳାମାନଙ୍କୁ ସିଟ ପାଇଁ କୌଣସି ଚିନ୍ତା କରିବାକୁ ପଡ଼ିବ ନାହିଁ । ଯେଉଁଭଳି ବସ ଏବଂ ମେଟ୍ରୋରେ ମହିଳାମାନଙ୍କ ପାଇଁ ସିଟ ସଂରକ୍ଷଣ ରହିଥାଏ ସେହିଭଳି ଏବେ ଭାରତୀୟ ରେଳବାଇ ମଧ୍ୟ ମହିଳାମାନଙ୍କ ପାଇଁ ସିଟ ସଂରକ୍ଷଣ(special berths ) କରିବ ।

ତେବେ ଟ୍ରେନରେ ଦୂର ଯାତ୍ରା କରୁଥିବା ମହିଳାମାନଙ୍କ ଆରାମ ଦାୟକ ଯାତ୍ରା ପାଇଁ ସିଟ ସଂରକ୍ଷିତ କରାଯିବା ସହ ଅନେକ ସୁବିଧା ଉପଲବ୍ଧ ହେବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ(Union Railway Minister Ashwini Vaishnav) କହିଛନ୍ତି । ସେ କହିଛନ୍ତି ଯେ, ମେଲ ଓ ଏକ୍ସପ୍ରେସ ଟ୍ରେନର((Mail and Express Trains) ସ୍ଲିପର କ୍ଲାସରେ(Sleeper class) ୬ଟି ବର୍ଥ ସଂରକ୍ଷିତ ରହିବ । ଗରୀବ ରଥ, ରାଜଧାନୀ, ଦୂରନ୍ତ ସମେତ ସମସ୍ତ ଶୀତ ତାପ ନିୟନ୍ତ୍ରଣ ଏକ୍ସପ୍ରେସରେ ୩ ଟାୟାର ଏସି କୋଚରେ ବି ୬ ଟି ବର୍ଥ ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିବ ।

ପ୍ରତି ଏସି ସ୍ଲିପର କୋଚରେ(Sleeper class) ୬ ରୁ ୭ ଟି ଲୋୟର ବର୍ଥ(lower berths), ସମସ୍ତ ୩ ଟାୟାର ଏସି କୋଚରେ ୪ ରୁ ୫ ଟି ଲୋୟର ବର୍ଥ ଓ ୨ଟାୟାର ଏସି କୋଚରେ(2 tier coach) ୩ ରୁ ୪ଟି ଲୋୟର ବର୍ଥ(lower berths) ୪୫ ବର୍ଷରୁ ଅଧିକ, ଗର୍ଭବତୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ । ଟ୍ରେନରେ ମହିଳା ଯାତ୍ରୀଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ରେଳ ମନ୍ତ୍ରୀ (Railway Minister) କହିଛନ୍ତି ।

ଏହା ସହିତ ଟ୍ରେନ ଏବଂ ଷ୍ଟେସନରେ ମହିଳା ଯାତ୍ରୀଙ୍କ ସୁରକ୍ଷା ପାଇଁ GRP ସହାୟତାରେ ରେଳବାଇ ଦ୍ବାରା ପଦକ୍ଷେପ ନିଆଯାଉଛି । ଆପଣଙ୍କୁ କହି ରଖୁଛୁ ଯେ, ରେଳବାଇ ସୁରକ୍ଷା ବାହିନୀ ଗତ ବର୍ଷ ଟ୍ରେନ ଯୋଗେ ଯାତ୍ରା କରୁଥିବା ମହିଳା ଯାତ୍ରୀଙ୍କୁ ସୁରକ୍ଷା ଯୋଗାଇଦେବା ଲକ୍ଷ୍ୟରେ ‘ମେରୀ ସହେଲୀ’ (Meri Saheli) ନାମକ ଏକ ଯୋଜନା କରିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.