ETV Bharat / bharat

Dekho Apna Desh: ୧୭ ଦିନିଆ 'ଶ୍ରୀ ରାମାୟଣ ଯାତ୍ରା' ଆରମ୍ଭ କଲା IRCTC

ଦେଶର ଧାର୍ମିକ ସ୍ଥାନକୁ ଭ୍ରମଣ କରିବା ପାଇଁ ଭାରତ ସରକାର ଆରମ୍ଭ କରିଛନ୍ତି 'ଦେଖୋ ଅପନା ଦେଶ' ଅଭିଯାନ । ଏଥିଲାଗି IRCTC ୧୭ ଦିନିଆ ଶ୍ରୀରାମାୟଣ ଯାତ୍ରା ଆରମ୍ଭ କରିଛି । ଅଧିକ ପଢନ୍ତୁ...

author img

By

Published : Sep 5, 2021, 5:22 PM IST

Dekho Apna Desh: ୧୭ ଦିନିଆ ଶ୍ରୀରାମାୟଣ ଯାତ୍ରା ଆରମ୍ଭ କଲା IRCTC

ନୂଆଦିଲ୍ଲୀ: ଭାରତର ଧାର୍ମିକ ପର୍ଯ୍ୟଟନ ସ୍ଥଳକୁ ଭ୍ରମଣ କରିବା ପାଇଁ ଭାରତ ସରକାର 'ଦେଖୋ ଅପନା ଦେଶ' ନାମରେ ଏକ ଭିନ୍ନ ପଦକ୍ଷେପ ଆପଣାଇଛନ୍ତି । ଏହାକୁ ପ୍ରୋତ୍ସାହିତ କରିବା ପାଇଁ ଭାରତୀୟ ରେଳ କ୍ୟାଟେରିଂ ଏବଂ ପର୍ଯ୍ୟଟନ ନିଗମ (IRCTC) ଡିଲକ୍ସ AC ପର୍ଯ୍ୟଟନ ଟ୍ରେନ ମାଧ୍ୟମରେ ୧୭ ଦିନିଆ ଶ୍ରୀ ରାମାୟଣ ଯାତ୍ରା ଆରମ୍ଭ କରିଛି । ଏହି ଯାତ୍ରା ମାଧ୍ୟମରେ ପର୍ଯ୍ୟଟକଙ୍କୁ ପ୍ରଭୁ ରାମଚନ୍ଦ୍ରଙ୍କ ସହିତ ଜଡ଼ିତ ସମସ୍ତ ଧାର୍ମିକ ସ୍ଥାନକୁ ଭ୍ରମଣ ପାଇଁ ନିଆଯିବ ବୋଲି ଜଣାପଡ଼ିଛି ।

ଦିଲ୍ଲୀର ସଫଦରଜଙ୍ଗ ରେଲୱେ ଷ୍ଟେସନରୁ ୨୦୨୧ ନଭେମ୍ବର ୭ରୁ ଆରମ୍ଭ ହେବାକୁ ଯାଉଛି । ଏହି ଯାତ୍ରା ୧୭ ଦିନ ଧରି ଚାଲିବାକୁ ଥିବା ବେଳେ ମୋଟ ୭୫୦୦ କିଲୋମିଟର ରାସ୍ତାକୁ ଅତିକ୍ରମ କରିବ । ପ୍ରଥମ ଯାତ୍ରାରେ ପର୍ଯ୍ୟଟକମାନେ ରାମଙ୍କ ଜନ୍ମଭୂମି ଅଯୋଧ୍ୟାକୁ ଯାତ୍ରା କରିବେ । ଏହି ଟ୍ରିପରେ ରାମ ଜନ୍ମଭୂମି, ହନୁମାନ ମନ୍ଦିର ଓ ନନ୍ଦିଗ୍ରାମର ଭାରତ ମନ୍ଦିରରେ ଭ୍ରମଣ କରିବେ । ଅଯୋଧ୍ୟା ପରେ ଅନ୍ୟ ପର୍ଯ୍ୟଟନ ସ୍ଥାନ ବିହାରର ସିତାମଢି, ମାତା ସୀତାଙ୍କ ଜନ୍ମସ୍ଥାନ ଓ ନେପାଳର ଜାନକପୁରର ରାମ-ଜାନକୀ ମନ୍ଦିର ମଧ୍ୟ ବୁଲିବେ ପର୍ଯ୍ୟଟକ । ସୀତାମଢି ପରେ ଟ୍ରେନ ବାରଣାସୀକୁ ଯିବ । ଏଠାରେ ପର୍ଯ୍ୟଟକ ବାରଣାସୀ, ପ୍ରୟାଗ, ଶ୍ରୀଙ୍ଗଭେରପୁର ଓ ଚିତ୍ରକୁଟକୁ ମଧ୍ୟ ଭ୍ରମଣ ପାଇଁ ଯିବେ । ବାରଣାସୀ, ପ୍ରୟାଗ ଓ ଚିତ୍ରକୁଟରେ ପର୍ଯ୍ୟଟକଙ୍କ ରାତ୍ରିଯାପନ ପାଇଁ ବ୍ୟବସ୍ଥା କରାଯିବ ।

ଏହାପରେ ଟ୍ରେନ ନାସିକ ଅଭିମୁଖେ ଯାତ୍ରା କରିବ । ଏଠାରେ ତ୍ରୟମ୍ବକେଶ୍ବର ମନ୍ଦିର ବୁଲିବେ ପର୍ଯ୍ୟଟକ । ଏହାପରେ ଟ୍ରେନ ହାମ୍ପିଠାରେ ରହିବ । ଏଠାରେ କିସ୍କିନ୍ଧା ସହରକୁ ମଧ୍ୟ ପରିଭ୍ରମଣ କରିବେ ପର୍ଯ୍ୟଟକ । ଏଠାରେ ପ୍ରଭୁ ହନୁମାନଙ୍କ ଜନ୍ମସ୍ଥାନ ଓ ଅନ୍ୟାନ୍ୟ ଧାର୍ମିକ ସ୍ଥାନକୁ ବୁଲି ଶେଷରେ ରାମେଶ୍ବରମ ବୁଲିବେ ପର୍ଯ୍ୟଟକ । ଏହି Deluxe AC ପର୍ଯ୍ୟଟକ ଟ୍ରେନରେ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ଏଥିରେ ଡାଇନିଂ ରେଷ୍ଟୁରାଣ୍ଟ, ସେନସର ଲାଗିଥିବା ଶୌଚାଳୟ, ମଡର୍ଣ୍ଣ ରୋଷେଇଗାର ଆଦି ରହିଛି ।

ଏହି ଟ୍ରେନକୁ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀର ଭାଗ କରାଯାଇଛି । ସୁରକ୍ଷା ବ୍ୟବସ୍ଥା ପାଇଁ ଟ୍ରେନରେ CCTV କ୍ୟାମେରା ସହିତ ପ୍ରତି କୋଚ୍‌ରେ ସିକ୍ୟୁରିଟି ରହିଛନ୍ତି । ଏହି ସ୍ବତନ୍ତ୍ର ଟ୍ରେନରେ ସମ୍ପୂର୍ଣ୍ଣ ଭ୍ରମଣ ପାଇଁ ଦ୍ବିତୀୟ ଶ୍ରେଣୀ AC ପାଇଁ ୮୨ ହଜାର ୯୫୦ ଟଙ୍କା ନେଉଥିବା ବେଳେ ପ୍ରଥମ ଶ୍ରେଣୀ AC ପାଇଁ ୧ ଲକ୍ଷ ୨ ହଜାର ୯୫ ଟଙ୍କା ପୈଠ କରିବାକୁ ପଡିବ । କୋଭିଡ଼ ମହାମାରୀକୁ ଲକ୍ଷ୍ୟ ରଖି ଏହି ସ୍ବତନ୍ତ୍ର ଟ୍ରେନରେ ଯାତ୍ରା କରିବାକୁ ଥିବା ପର୍ଯ୍ୟଟକଙ୍କ ପାଇଁ ସମ୍ପୂର୍ଣ୍ଣ ଟୀକାକରଣ ବାଧ୍ୟତାମୂଳକ କରାଯାଇଛି । ଏହାସହିତ IRCTC ସମସ୍ତଙ୍କୁ ମାସ୍କ, ଗ୍ଲୋଭ୍ସ ଓ ସାନିଟାଇଜର ଥିବା ଏକ ସେଫ୍ଟି କିଟ ଦେବ ବୋଲି ଜଣାପଡି଼ଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.