ETV Bharat / bharat

୭ ରାଜ୍ୟର ୧୭ ଷ୍ଟେସନରେ କୋଭିଡ୍ କୋଚ୍ ସ୍ଥାପନ କଲା ଭାରତୀୟ ରେଳବାଇ - indian railways has set up covid care isolation coaches at 17 stations of 7 states

କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ ଦେଶର ୭ଟି ରାଜ୍ୟର ୧୭ଟି ଷ୍ଟେସନରେ ଆଇସୋଲେସନ କୋଚ୍ ନିୟୋଜିତ କରିଛି ଭାରତୀୟ ରେଳବାଇ । ଅଧିକ ପଢନ୍ତୁ...

୭ ରାଜ୍ୟର ୧୭ ଷ୍ଟେସନରେ କୋଭିଡ୍ କୋଚ୍ ସ୍ଥାପନ କଲା ଭାରତୀୟ ରେଳବାଇ

author img

By

Published : May 9, 2021, 1:11 PM IST

ନୂଆଦିଲ୍ଲୀ: ସାରାଦେଶ ଏବେ କୋରୋନା ମହାମାରୀର ଦ୍ବିତୀୟ ଲହରୀ ସହ ଲଢେଇ କରୁଥିବା ବେଳେ ଭାରତୀୟ ରେଳବାଇ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ତେବେ କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ ଦେଶର ୭ଟି ରାଜ୍ୟର ୧୭ଟି ଷ୍ଟେସନରେ ଆଇସୋଲେସନ କୋଚ୍ ନିୟୋଜିତ କରିଛି ଭାରତୀୟ ରେଳବାଇ । ରାଜ୍ୟଗୁଡିକର ଚାହିଦା ଅନୁଯାୟୀ ରେଳବାଇ ଦେଶର ବିଭିନ୍ନ ସ୍ଥାନକୁ ବିଚ୍ଛିନ୍ନ କୋଚ୍ ପରିବହନ କରିଛି । ରେଳ ଷ୍ଟେସନରେ ନିୟୋଜିତ ଆଇସୋଲେସନ କୋଚରେ ଡାକ୍ତରଙ୍କ ସୁବିଧା ସମେତ ସମସ୍ତ ସୁବିଧା ପାଇବାକୁ ସମସ୍ତ ପ୍ରକାର ପ୍ରୟାସ କରାଯାଉଛି ।

ସୂଚନା ମୁତାବିକ, ବର୍ତ୍ତମାନ ୨୯୮ କୋଚ୍ ବିଭିନ୍ନ ରାଜ୍ୟକୁ ହସ୍ତାନ୍ତର କରାଯାଇଛି । ଯେଉଁଠାରେ କୋରୋନା ରୋଗୀଙ୍କ ପାଇଁ ୪୭୦୦ରୁ ଅଧିକ ବେଡ୍ ରହିଛି । ଏହା ସହ ସ୍ୱାସ୍ଥ୍ୟ ସୁବିଧାର ଯାଞ୍ଚ ପାଇଁ ଆରପିଏଫ୍ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ରେଳବାଇ ମହାରାଷ୍ଟ୍ରରେ ୬୦ ଟି କୋଚ୍ ନିୟୋଜିତ କରିଛି । ନନ୍ଦୁରବାରରେ ୧୧୬ କୋଭିଡ ରୋଗୀ ମଧ୍ୟ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ଏହାସହ ୨୩ ରୋଗୀ ବର୍ତ୍ତମାନ ବିଭିନ୍ନ କୋଚରେ କହି ଚିକିତ୍ସିତ ହେଇଛନ୍ତି । ରାଳବାଇ ଏହା ମଧ୍ୟ କହିଛି ଯେ, 11 କୋଭିଡ କେୟାର କୋଚ୍ ରାଜ୍ୟର ଇନଲ୍ୟାଣ୍ଡ କଣ୍ଟେନର ଡିପୋରେ ମୁତୟନ କରି ନାଗପୁର ନଗର ନିଗମକୁ ଦିଆଯାଇଛି । ଯେଉଁଠାରେ 9ଜଣ କୋରୋନା ରୋଗୀଙ୍କୁ ଆଇସୋଲେଶନରେ ଭର୍ତ୍ତି କରାଯାଇଛି ।

ଏପଟେ ପାଲଘରରେ 24 କୋଚ୍ ପ୍ରଦାନ କରାଯାଇଛି । ଏହାସହ ମଧ୍ୟପ୍ରଦେଶରେ 42 ଟି ଆଇସୋଲେଶନ କୋଚ୍ ନିୟୋଜିତ କରାଯାଇଛି, ଇନ୍ଦୋର ସ୍ଥିତ ତିହି ଷ୍ଟେସନରେ 320 ବେଡ଼ ବିଶିଷ୍ଠ 22 ଟି କୋଚ୍, ଭୋପାଲରେ 22 କୋଚ୍, ଆସାମର ଗୌହାଟୀରେ 21 ଏବଂ ସିଲଚର ପାଖ ବଦରପୁରରେ 20ଟି କୋଚ୍ ନିୟୋଜିତ କରାଯାଇଛି । ସେପଟେ ଦିଲ୍ଲୀରେ 1200 ବେଡ଼ ବିଶିଷ୍ଠ 75ଟି କୋଚ୍ ନିୟୋଜିତ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.