ହାଇଦ୍ରାବାଦ: ବିଶ୍ବ ପ୍ରମୁଖ ଦେଶର ରାଜନୀତିରେ ଭାରତୀୟ ବଂଶୋଦ୍ଭବ କମାଲ କରୁଛନ୍ତି(Indian origin heads of different countries) । ନିଜ ମାଟିଠାରୁ ଦୂରରେ ରହିଲେ ସୁଦ୍ଧା ଏମାନେ ଭାରତୀୟ ସଂସ୍କୃତି ସହ ଜଡ଼ିତ ରହି ଆସିଛନ୍ତି । ଏଭଳି ବ୍ୟକ୍ତିତ୍ବ ବିଭିନ୍ନ ପ୍ରାଶ୍ଚତ୍ୟ ଦେଶ ବା ଅଣପ୍ରାଶ୍ଚାତ୍ୟ ଦେଶରେ ନେତୃତ୍ବ ନେବା ଫଳରେ ଭାରତୀୟ ସଂସ୍କୃତିର ପ୍ରଚାରପ୍ରସାର ସୁଗମ ହୋଇ ପାରିଛି । ଋଷି ସୁନକ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଦାୟିତ୍ବ ନେବାପରେ ଏହି ପ୍ରାଶ୍ଚାତ୍ୟ ଦେଶରେ ଏଭଳି ଆଶା ସଞ୍ଚାର ହୋଇଛି । ଋଷି ସୁନକଙ୍କ ଭଳି ଅନେକ ଦେଶରେ ଭାରତୀୟ ବଂଶୋଦ୍ଭବ ପ୍ରମୁଖ ଦାୟିତ୍ବରେ ରହିଛନ୍ତି । ନଜର ପକାନ୍ତୁ...
୨୦୨୦ରେ ଗୁୟାନାର ରାଷ୍ଟ୍ରପତି ଦାୟିତ୍ବ ନେଇଥିଲେ ମହମ୍ମଦ ଇର୍ଫାନ୍ । ଏକ ଇଣ୍ଡୋ-ଗାଇନିଜ୍ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ମହମ୍ମଦ ଇର୍ଫାନ୍ । ସେହିଭଳି ୨୦୧୭ରେ ମୋରିସିୟସର ପ୍ରଧାନମନ୍ତ୍ରୀ ଦାୟିତ୍ବ ନେଇଥିଲେ ପ୍ରବିନ୍ଦ ଜୁଗ୍ନୌଥ । ସେ ଜଣେ ଭାରତୀୟ ହିନ୍ଦୁ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ସେହିଭଳି ମୋରିସିୟସର ରାଷ୍ଟ୍ରପତି ଦାୟିତ୍ବରେ ଅଛନ୍ତି ପୃଥୀରାଜସିଂହ ରୁପୁନ । ସେ ଏକ ହିନ୍ଦୁ ଆର୍ଯ୍ୟ ସମାଜ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ୨୦୧୯ରେ ସେ ମୋରିସିୟସର ରାଷ୍ଟ୍ରପତି ଦାୟିତ୍ବ ନେଇଛନ୍ତି ।
ଦକ୍ଷିଣ ଆମେରିକର ସୁରିନେମ ନାମ ଦେଶର ରାଷ୍ଟ୍ରପତି ଅଛନ୍ତି ଚନ୍ଦିକା ପ୍ରସାଦ ସନ୍ତୋଖୀ । ସେ ୧୯୫୯ରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପରିବାରର ଭାରତୀୟ ମୂଳ ସହ ସମ୍ପର୍କ ରହିଛି । ଏହି ତାଲିକାରେ ଯୁକ୍ତରାଷ୍ଟ୍ର ଆମେରିକାର ଉପରାଷ୍ଟ୍ରପତି କମଳା ହାରିସ୍ଙ୍କୁ ବାଦ ଦିଆଯାଇ ପାରିବ ନାହିଁ । ସେ ମଧ୍ୟ ଜଣେ ଭାରତୀୟ ବଂଶଦ୍ଭୋବ । ତାଙ୍କ ମାଆ ତାମିଲନାଡ଼ୁ ତିରୁଭରୁର୍ ଜିଲ୍ଲାର ତୁଲାସେନ୍ଦ୍ରିପୁରମ ଅଞ୍ଚଳ ବାସିନ୍ଦା ଥିଲେ । ବିବାହ ପରେ ସେ ଆମେରିକା ଚାଲି ଯାଇଥିଲେ ।
କମଳା ହାରିସଙ୍କ ମାଆ ଶ୍ୟାମା ଗୋପାଳନ ତୁଲାସେନ୍ଦ୍ରିପୁରମ ଅଞ୍ଚଳ ବାସିନ୍ଦା ଥିଲେ । ଏହିଭଳି ଭାବରେ ବିଶ୍ବର ପ୍ରମୁଖ ଦେଶରେ ପ୍ରମୁଖ ନେତୃତ୍ବରେ ରହିଛନ୍ତି ଭାରତୀୟ ବଂଶଦ୍ଭୋବ । ଏହି ୫ଟି ଦେଶ ଛଡ଼ା ଅନ୍ୟ କେତେକ ଦେଶରେ ମଧ୍ୟ ଭାରତୀୟ ବଂଶୋଦ୍ଭବ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ରହିଛନ୍ତି । ଏହି ତାଲିକାରେ ତ୍ରିନିଦାଦ୍ ଓ ତୋବାଗୋ, ମାଲେସିଆ, ଫିଜି ଓ ଆୟାର୍ଲାଣ୍ଡ ଭଳି ଦେଶ ରହିଛି ।