ETV Bharat / bharat

ଆମେରିକାଠୁ ଲିଜ୍‌ରେ ଆସିଲା ଡ୍ରୋନ, ଡ୍ରାଗନ ଛାତିରେ ଛନକା

author img

By

Published : Nov 25, 2020, 6:11 PM IST

ଆମେରିକା କମ୍ପାନୀଠୁ ଲିଜ୍‌ରେ ଅଣାଯାଇଥିବା ଦୁଇଟି ପ୍ରିଡେଟର ଡ୍ରୋନକୁ ଭାରତୀୟ ନୌସେନାରେ କରାଯାଇଛି ସାମିଲ । ଅଧିକ ପଢନ୍ତୁ...

ଆମେରିକାରୁ ଲିଜ୍‌ରେ ଆସିଲା ଡ୍ରୋନ, ଡ୍ରାଗନ ଛାତିରେ ଛନକା

ନୂଆଦିଲ୍ଲୀ: ସୀମାରେ ଚୀନ ସହ ଜାରି ଉତ୍ତେଜନା ମଧ୍ୟରେ ଆମେରିକା ଓ ଭାରତ ସମ୍ପର୍କରେ ଦେଖିବାକୁ ମିଳିଛି ନୂଆ ଝଲକ । ଆମେରିକା କମ୍ପାନୀଠୁ ଲିଜ୍‌ରେ ଅଣାଯାଇଥିବା ଦୁଇଟି ପ୍ରିଡେଟର ଡ୍ରୋନକୁ ଭାରତୀୟ ନୌସେନାରେ କରାଯାଇଛି ସାମିଲ ।

ହିନ୍ଦ-ପ୍ରଶାନ୍ତ ମହାସାଗରେ ନଜର ରଖିବ ଏହି ଡ୍ରୋନ । କେବଳ ଏତିକି ନୁହେଁ, ଏହି ଡ୍ରୋନକୁ ପୂର୍ବ ଲଦାଖର ବାସ୍ତବିକ ନିୟନ୍ତ୍ରଣ ରେଖା(LAC)ରେ ମଧ୍ୟ ମୁତୟନ କରାଯାଇପାରେ ।

ଭାରତ-ଚୀନ ବିବାଦକୁ ଦୃଷ୍ଟିରେ ରଖି ଏହି ଦୁଇଟି ଆମେରିକୀୟ ଡ୍ରୋନ୍ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜରୁରୀକାଳୀନ କ୍ରୟ ଅଧୀନରେ ଅନୁମତି ଦିଆଯାଇଥିଲା । ପରେ ଏହାକୁ ନୌସେନାରେ ଅନ୍ତର୍ଭୁକ୍ତ କରାଯାଇଛି । ସରକାରୀ ଶୀର୍ଷ ସୂତ୍ରର ସୂଚନା ଅନୁଯାୟୀ ଏହି ଡ୍ରୋନଗୁଡିକ ନଭେମ୍ବରର ଦ୍ବିତୀୟ ସପ୍ତାହରେ ଭାରତରେ ପହଞ୍ଚିଥିବା ବେଳେ ​​ 21 ନଭେମ୍ବରରେ ଭାରତୀୟ ନୌସେନାର ଆଇଏନଏସ ରଜାଲି ବେସରେ ଆୟୋଜିତ ଫ୍ଲାଇଙ୍ଗ୍‌ ଅପରେସନରେ ସାମିଲ କରାଯାଇଥିଲା ।

ଡ୍ରୋନଗୁଡିକ ଉଡ଼ାଣ କାର୍ଯ୍ୟ ଆରମ୍ଭ କରିସାରିଛନ୍ତି ଏବଂ ସାମୁଦ୍ରିକ ଶକ୍ତି ପାଇଁ ଏହା ଅତ୍ୟନ୍ତ ପ୍ରଭାବଶାଳୀ ପ୍ରମାଣିତ ହେବ । ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ସୂତ୍ରରୁ ପ୍ରକାଶ ଯେ ଆମେରିକାର କ୍ରୁମାନେ ମଧ୍ୟ କମ୍ପାନୀରୁ ଆସିଛନ୍ତି, ଯେଉଁମାନେ ନୌସେନାକୁ ଏହି ଡ୍ରୋନ ମେସିନ ଚଳାଇବାରେ ସାହାଯ୍ୟ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.