ETV Bharat / bharat

Indian Mission Vandalism in UK: ଆକ୍ରମଣକୁ ନିନ୍ଦା କଲେ ଥରୁର, କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

author img

By

Published : Mar 20, 2023, 5:13 PM IST

ଲଣ୍ଡନରେ ଭାରତୀୟ ଦୂତାବାସରେ ଖଲିସ୍ତାନୀ ସମର୍ଥକଙ୍କ ଭଙ୍ଗାରୁଜା ଘଟଣାକୁ ନିନ୍ଦା କଲେ ଶଶୀ ଥରୁର୍‌ । ଘଟଣାରେ ତଥ୍ୟ ରଖିବାକୁ ଲଣ୍ଡନକୁ ସମନ ଜାରି କରିଛି ନୂଆଦିଲ୍ଲୀ । ଅଧିକ ପଢନ୍ତୁ

ଆକ୍ରମଣକୁ ନିନ୍ଦା କଲେ ଥରୁର, କାର୍ଯ୍ୟାନୁଷ୍ଠାନ ନେବାକୁ କେନ୍ଦ୍ର ନିକଟରେ କଲେ ଦାବି

ହାଇଦ୍ରାବାଦ: ଲଣ୍ଡନରେ ଅବସ୍ଥାପିତ ଭାରତୀୟ ଦୂତାବାସ ଉପରେ ଖଲିସ୍ତାନୀ ସମର୍ଥକଙ୍କ ଆକ୍ରମଣ ଓ ଭଙ୍ଗାରୁଜା ଘଟଣାକୁ ନିନ୍ଦା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର । କେନ୍ଦ୍ର ସରକାର ଏହି ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବିଭିନ୍ନ ଦେଶରେ କାର୍ଯ୍ୟରତ ଭାରତୀୟ କୂଟନୀତିଜ୍ଞଙ୍କ ସୁରକ୍ଷା ନିଶ୍ଚିତ କରନ୍ତୁ ବୋଲି ଥରୁର କହିଛନ୍ତି । ପଞ୍ଜାବରେ ଖଲିସ୍ତାନୀ ସମର୍ଥକ ସଂଗଠନ ‘ପଞ୍ଜାବ ଓ୍ବାରିସ ଦେ’ର ମୁଖ୍ୟ ଅମ୍ରିତପାଲ ସିଂ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ପରେ ବ୍ରିଟେନରେ ଥିବା ଶିଖ ବିଛିନ୍ନତାବାଦୀମାନେ ପ୍ରତିବାଦ କରିଥିଲେ ।

ଆଜି(ସୋମବାର) ପୂର୍ବାହ୍ନରେ ସେମାନେ ସଂଘବଦ୍ଧ ଭାବେ ରାଜଧାନୀ ଲଣ୍ଡନରେ ଥିବା ଭାରତୀୟ ଦୂତାବାସରେ ଭଙ୍ଗାରୁଜା କରିବା ସହ କାର୍ଯ୍ୟାଳୟରେ ଲାଗିଥିବା ତ୍ରିରଙ୍ଗାକୁ ମଧ୍ୟ କାଢି ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଦେଶବ୍ୟାପୀ ଉଦବେଗ ପ୍ରକାଶ ପାଇଛି । ଏହି ଘଟଣାକୁ ଅତି ଗମ୍ଭୀରତାର ସହ ନେଇଛି କେନ୍ଦ୍ର ସରକାର । ନୂଆଦିଲ୍ଲୀରେ ଅବସ୍ଥାପିତ ବ୍ରିଟେନ ଉପ-ଉଚ୍ଚାୟୁକ୍ତଙ୍କୁ ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ରଖିବା ପାଇଁ ବୈଦେଶିକ ମନ୍ତ୍ରଣାଳୟ ସମନ ଜାରି କରିଛି ।

ଖଲିସ୍ତାନୀ ସମର୍ଥକଙ୍କ ଆକ୍ରମଣ ସମୟରେ ଭାରତୀୟ ଦୂତାବାସ ବାହାରେ ବେଶ କିଛି ସମୟ ଧରି ଏପରି ଅପ୍ରୀତିକର ପରିସ୍ଥିତି ଦେଖାଯାଇଥିଲେ ସୁଦ୍ଧା କେହି ଜଣେ ହେଲେ ବ୍ରିଟିଶ ସୁରକ୍ଷାକର୍ମୀ ଉପସ୍ଥିତ ନଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ସୋସିଆଲ ମିଡିଆ ୟୁଜର୍ସମାନେ ବ୍ରିଟିଶ ପୋଲିସ ବ୍ୟବସ୍ଥା ଉପରେ ପ୍ରଶ୍ନ କରିଥିଲେ । ଏହି ଘଟଣାରେ ଶଶୀ ଥରୁର କହିଛନ୍ତି, ଏହି ଘଟଣା ଅତ୍ୟନ୍ତ ଚିନ୍ତାଜନକ । ସେ ଏଥିରେ ଗଭୀର ଭାବେ ଆଘାତପ୍ରାପ୍ତ । ବ୍ରିଟେନ ଭାରତର ଏକ ବନ୍ଧୁ ରାଷ୍ଟ୍ର ହୋଇଥିବା ସତ୍ତ୍ବେ ମଧ୍ୟ ଏପରି ଘଟଣାରେ କୌଣସି ସୁରକ୍ଷା ଜନିତ ତତ୍ପରତା ପ୍ରକାଶ ନକରିବା ଚିନ୍ତାଜନକ । ଘଟଣା ପୂର୍ବରୁ କୌଣସି ଆଗୁଆ ସୁରକ୍ଷା ବ୍ୟବସ୍ଥା କରାଯାଇନଥିବା ଥରୁର ଅଭିଯୋଗ କରିଛନ୍ତି ।

ଥରରୁ ଆହୁରି ମଧ୍ୟ କହିଛନ୍ତି, ‘‘ଆମେ ଅଷ୍ଟ୍ରେଲିଆରେ ଆକ୍ରମଣର ଶିକାର ହୋଇସାରିଛୁ । ଏବେ ଲଣ୍ଡନରେ ମଧ୍ୟ ଆକ୍ରମଣ ହେଲା । ଏପରି ସୁରକ୍ଷା ଅବ୍ୟବସ୍ଥାର ଓ ସୁରକ୍ଷା ଅଭାବ ଫଳରେ ଏବେ ସବୁଠି ଆକ୍ରମଣ ହେବା ପାଇଁ ଆମେ ଅନୁମତି ଦେବା ପରି ଅନୁଭବ ହେଉଛି । ଏପରି ଘଟଣା ଘଟିବାକୁ ଥିବା ବିଭିନ୍ନ ଦେଶର ସମସ୍ତ ସମ୍ଭାବ୍ୟ ସ୍ଥାନରେ ସୁରକ୍ଷା କଡାକଡି କରିବା ପାଇଁ ଭାରତ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ ।’’ ବିଦେଶରେ ଭାରତର ମର୍ଯ୍ୟାଦା ରକ୍ଷା କରିବା ସହ ଅନ୍ୟ ଦେଶଗୁଡିକରେ ଥିବା ଦୂତାବାସ କାର୍ଯ୍ୟାଳୟରେ ଆଗୁଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ପାଇଁ କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଥରୁର କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.