ETV Bharat / bharat

‘ଡ୍ରୋନ ଡେଞ୍ଜର ବଢାଇଛି ଚ୍ୟାଲେଞ୍ଜ’

ଡ୍ରୋନ ସହଜରେ ଉପଲବ୍ଧ ହେଉଥିବାରୁ ସୁରକ୍ଷାକର୍ମୀଙ୍କ ପାଇଁ ଚ୍ୟାଲେଞ୍ଜକୁ ବଢାଇଛି ବୋଲି କହିଛନ୍ତି ସ୍ଥଳସେନା ମୁଖ୍ୟ । ଅଧିକ ପଢନ୍ତୁ...

ଡ୍ରୋନ ଡେଞ୍ଜର ଉପରେ ସ୍ଥଳସେନା ମୁଖ୍ୟଙ୍କ ବୟାନ, ସହଜରେ ଉପଲବ୍ଧତା ବଢାଇଛି ଚ୍ୟାଲେଞ୍ଜ

author img

By

Published : Jul 1, 2021, 10:51 PM IST

ଶ୍ରୀନଗର: ଜମ୍ମୁ ବାୟୁସେନା ଏୟାର ଷ୍ଟେସନରେ ଆକ୍ରମଣ ପରେ ଡ୍ରୋନ ଡେଞ୍ଜରକୁ ନେଇ ବଢିଛି ଚିନ୍ତା । ଡ୍ରୋନ ସହଜରେ ଉପଲବ୍ଧ ହେଉଥିବାରୁ ସୁରକ୍ଷାକର୍ମୀଙ୍କ ପାଇଁ ଚ୍ୟାଲେଞ୍ଜକୁ ବଢାଇଛି ବୋଲି କହିଛନ୍ତି ସ୍ଥଳସେନା ମୁଖ୍ୟ ମନୋଜ ମୁକୁନ୍ଦ ନର୍ଭାଣେ ।

ଡ୍ରୋନ ଆକ୍ରମଣ ଚ୍ୟାଲେଞ୍ଜକୁ ନେଇ ଉଠାଯାଉଛି ପଦକ୍ଷେପ । ସମସ୍ତ ଯବାନଙ୍କୁ ଉତ୍ପନ୍ନ ବିପଦ ବାବଦରେ ଅବଗତ କରାଯାଇଥିବା ନର୍ଭାଣେ କହିଛନ୍ତି ।

ଆର୍ମି ଚିଫ କହିଛନ୍ତି, ବିପଦର ମୁକାବିଲା କରିବା ପାଇଁ କ୍ଷମତାର ବିକଶିତ କରାଯାଉଛି । ଡ୍ରୋନ ସହଜରେ ଉପଲବ୍ଧ ହେଉଥିବାରୁ ନିଶ୍ଚିତରୂପେ ଜଟିଳତା ଓ ଚ୍ୟାଲେଞ୍ଜ ବଢିଛି ।

ସୀମାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ହ୍ରାସ ବିଷୟ ଉଠାଇ ଜେନେରାଲ ନର୍ଭାଣେ କହିଛନ୍ତି, ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତି ପରେ ଏଲଓସିରେ ଅନୁପ୍ରବେଶ ହୋଇନାହିଁ । ଅନୁପ୍ରବେଶ ହ୍ରାସ ଯୋଗୁଁ ଆତଙ୍କବାଦୀଙ୍କ ସଂଖ୍ୟା କମିଥିବା କହିଛନ୍ତି ନର୍ଭାଣେ ।

ଜମ୍ମୁ କାଶ୍ମୀରକୁ ନେଇ ଆର୍ମି ଚିଫ୍‌ କହିଛନ୍ତି, ଏଭଳି ତତ୍ତ୍ବ ସର୍ବଦା ରହିବେ ଯାହା ଶାନ୍ତି ଓ ବିକାଶ ପ୍ରକ୍ରିୟା ଆଗରେ ବାଧା ସାଜିବାକୁ ପ୍ରୟାସ କରିବେ । ଆମକୁ ଏହାର ଧ୍ୟାନ ରଖିବାକୁପଡିବ ବୋଲି ସ୍ଥଳସେନା ମୁଖ୍ୟ ନିଜ ବୟାନରେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.