ETV Bharat / bharat

ଆମେରିକାରେ ପୃଥକ ସ୍ଥାନରେ ଦୁଇ ଭରତୀୟଙ୍କୁ ଗୁଳିକରି ହତ୍ୟା, ପରିବାରର ଅନ୍ୟ ସଦସ୍ୟ ଗୁରୁତର

ଆମେରିକାରେ ପୃଥକ ସ୍ଥାନରେ ଦୁଇ ଭରତୀୟଙ୍କୁ ଗୁଳିକରି ହତ୍ୟା କଲେ ଦୁର୍ବୃତ୍ତ । ଜଣେ 52 ବର୍ଷୀୟ ବ୍ୟକ୍ତି ଓ 23 ବର୍ଷୀୟ ଛାତ୍ର ଗୁଳିମାଡରେ ମୃତ । ପରିବାର ଓ ବନ୍ଧୁ ଆହତ । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ

author img

By

Published : Jan 25, 2023, 10:04 PM IST

ଆମେରିକାରେ ଜଣେ ଭରତୀୟଙ୍କୁ ଗୁଳିକରି ହତ୍ୟା
ଆମେରିକାରେ ଜଣେ ଭରତୀୟଙ୍କୁ ଗୁଳିକରି ହତ୍ୟା

ହାଇଦ୍ରାବାଦ: ଆମେରିକାର ଦଇଟି ପୃଥକ ସ୍ଥାନରେ ଦୁଇ ଭାରତୀୟଙ୍କୁ ଗୁଳି କରି ହତ୍ୟା କରାଯାଇଛି । ପ୍ରଥମ ହତ୍ୟାକାଣ୍ଡଟି ଚଳିତ ମାସ 20 ତାରିଖରେ ଘଟିଥିବା ବେଳେ ଦ୍ବିତୀୟଟି 23 ତାରିଖରେ ଘଟିଛି । ଜାନୁଆରୀ 20ରେ ଆମେରିକୀୟ ସହର ଜର୍ଜିଆରେ ହୋଇଥିବା ଗୁଳିକାଣ୍ଡରେ ପିନାଲ କୁମାର ପଟେଲଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ତାଙ୍କ ପତ୍ନୀ ଓ ଝିଅ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ପୋଲିସ ତଦନ୍ତ ଜାରି ରଖିଛି ।

  • 2 Indian Americans killed in 2 separate incidents. 52-yr-old Pimalkumar Patel,his wife&child were shot in Thoroughbred Lane,Georgia on Jan 20; Patel died. While,23-yr-old Devsish Nandepu was shot dead in an armed robbery on Jan 22 at Princeton Park,Chicago: US' AOL & ABC7 Chicago

    — ANI (@ANI) January 25, 2023 " class="align-text-top noRightClick twitterSection" data=" ">

ଏହି ଘଟଣା ଜାନୁୟାରୀ 20 ତାରିଖରେ ଜର୍ଜିଆର ହାର୍ଟଲି ବ୍ରିଜରୋଡ ନିକଟ ଥୋରୋବ୍ରେଡ ଲେନରେ ଘଟିଥିଲା । ପିନାଲ ପଟେଲ ଏବଂ ତାଙ୍କ ପରିବାର ସଦସ୍ୟ କୌଣସି କାମରୁ ଘରକୁ ଫେରୁଥିବା ବେଳେ ତିନିଜଣ ମୁଖା ପିନ୍ଧା ଦୁର୍ବୃତ୍ତ ବନ୍ଧୁକଧାରୀ ସେମାନଙ୍କ ଉପରେ ଅତର୍କିତ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ଏଥିରେ ଘଟଣାସ୍ଥଳରେ ପିନାଲ ପଟେଲଙ୍କ ମୃତ୍ୟୁ ହୋଇଥିଲା । ସେହିପରି ତାଙ୍କ ପତ୍ନୀ ଓ ତାଙ୍କ ଝିଅ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏବେ ମଧ୍ୟ ଉଭୟଙ୍କର ଚିକିତ୍ସା ଜାରି ରହିଛି ।

ସେହିପରି ଗତ ରବିବାର (22 ତାରିଖ)ରେ ଚିକାଗୋର ପ୍ରିନ୍ସଟମ ପାର୍କ ଅଞ୍ଚଳରେ ଅନ୍ୟ ଏକ ହତ୍ୟାକାଣ୍ଡକୁ ରୂପ ଦେଇଛନ୍ତି ଦୁର୍ବୃତ୍ତ । ଗୁଳିମାଡରେ 23 ବର୍ଷୀୟ ଭାରତୀୟ ଛାତ୍ର ଦେବାଶିଷ ନେନ୍ଦୁପୁ ପ୍ରାଣ ହରାଇଛନ୍ତି । ଏହା ଏକ ଶସସ୍ତ୍ର ଡକାୟତି ବୋଲି ପୋଲିସ କହିଛି । ଦେବାଶିଷ ଓ ତାଙ୍କ ବନ୍ଧୁଙ୍କ ଠାରୁ ଲୁଟ କରିବା ପାଇଁ ଏପରି ଆକ୍ରମଣ ହୋଇଛି । ଘଟଣାସ୍ଥଳରେ 23 ବର୍ଷୀୟ ଯୁବକ ଦେବାଷିଶଙ୍କ ମୃତ୍ୟୁ ହୋଇଥିଲା । ତାଙ୍କର ଜଣେ ବନ୍ଧୁ ସାଇ ଚରଣ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ରହିଛନ୍ତି ।

ଗୋଟିଏ ସପ୍ତାହ ମଧ୍ୟରେ ଆମେରିକାରେ ଭାରତୀୟଙ୍କୁ ଆକ୍ରମଣର ଏହା ଦ୍ୱିତୀୟ ଘଟଣା । ଯାହାକୁ ନେଇ ସେଠାକାର ପ୍ରବାସୀ ଭାରତୀୟ ସମ୍ପ୍ରଦାୟ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ନିକଟରେ ଆମେରିକାରେ ଏକାଧିକ ସହରରେ କ୍ରମାଗତ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଥିଲା । ଲୁନାର ନ୍ୟୁ-ଇୟର ପାଳନ ସମୟରେ ଏପରି ଆକ୍ରମଣ ଘଟାଇଥିଲା ଦୁର୍ବୃତ୍ତ । ଆମେରିକାରେ ବାରମ୍ବାର ଏପରି ଅତର୍କିତ ଗୁଳିକାଣ୍ଡ ହେବା ଘଟଣାର ଇତିହାସ ମଧ୍ୟ ବେଶ ପୁରୁଣା । ଆସଲ୍ଟ ରାଇଫଲ ଓ ବନ୍ଧୁକ ରଖିବା ଉପରେ କଟକଣା ଜାରି କରିବା ପାଇଁ ଆମେରିକା ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.