ETV Bharat / bharat

ୟେମାନ ଉପକୂଳରୁ UAE ଜାହାଜ ଅପହରଣ, ୭ ଭାରତୀୟଙ୍କ ମୁକ୍ତି ପାଇଁ ଉଦ୍ୟମ ଆରମ୍ଭ କଲା ଭାରତ - ୟେମାନ ଉପକୂଳରୁ ଭାରତୀୟ ଅପହରଣ

ୟେମାନ ଉପକୂଳରୁ UAE ଜାହାଜ ଅପହରଣ ଘଟଣା । କ୍ର୍ୟୁ ସଦସ୍ୟଙ୍କ ମଧ୍ୟରେ ୭ ଭାରତୀୟ ଥିବା ସୂଚନା । ସମସ୍ତଙ୍କ ମୁକ୍ତି ପାଇଁ ପ୍ରୟାସ ଆରମ୍ଭ କଲେ ସରକାର । ସମସ୍ତ ଅପହୃତ ଭାରତୀୟ ସୁରକ୍ଷିତ ଥିବା ବୈଦେଶିକ ମନ୍ତ୍ରଣାଳୟର ସୂଚନା । ଅଧିକ ପଢନ୍ତୁ

ୟେମାନ ଉପକୂଳରୁ UAE ଜାହାଜ ଅପହରଣ, ୭ ଭାରତୀୟଙ୍କ ମୁକ୍ତି ପାଇଁ ଉଦ୍ୟମ ଆରମ୍ଭ କଲା ଭାରତ

author img

By

Published : Jan 12, 2022, 7:59 AM IST

ନୂଆଦିଲ୍ଲୀ: ଜାନୁଆରୀ ୨ ତାରିଖରେ ୟେମାନ ଇପକୂଳରୁ ହାଇତି ବିଦ୍ରୋହୀମାନଙ୍କ ଦ୍ୱାରା ଅପହରଣ ହୋଇଥିବା UAE ଜାହାଜରେ ଥିବା ୭ ଭରାତୀୟଙ୍କୁ ମୁକ୍ତ କରିବା ଲାଗି ଉଦ୍ୟମ ଆରମ୍ଭ କରିଛି ଭାରତ । ଭାରତୀୟଙ୍କୁ ମୁକ୍ତ କରିବା ପାଇଁ ହାଇତି ଉପରେ ଚାପ ପକାଉଛି ଭାରତ । ସେହିପରି ୟେମେନରେ ବର୍ତ୍ତମାନ ଦେଖାଯାଇଥିବା ବିବାଦର ବୃଦ୍ଧି ନେଇ ଭାରତ ମଧ୍ୟ ଉଦବେଗ ପ୍ରକାଶ କରିବା ସହ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ସମସ୍ତ ପକ୍ଷ ପ୍ରୟାସ ଆରମ୍ଭ କରିବେ ବୋଲି ମଧ୍ୟ ଭାରତ ଆଶା ମଧ୍ୟ ରଖିଛି ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚି ଏକ ବିବୃତ୍ତିରେ କହିଛନ୍ତି ଯେ ଅପହୃତ ସମସ୍ତ ଭାରତୀୟ ମାନେ ସୁରକ୍ଷିତ ଅଛନ୍ତି ଏବଂ ଜାହାଜ ଅପରେଟରଙ୍କ ସହ ଭାରତ ସରକାର ଯୋଗାଯୋଗ ମଧ୍ୟ କରୁଛନ୍ତି । ଜାନୁୟାରୀ 2 ତାରିଖରେ ୟୁଏଇର ଜାହାଜ ‘ରୁବାବି’କୁ ହୋଡିଡା (ୟେମେନ) ବନ୍ଦରରୁ ଅପହରଣ କରିନେଇଛି ହାଇତିର ଏକ ବିଦ୍ରୋହୀ ଗୋଷ୍ଠୀ । ଉକ୍ତ ଜାହାଜରେ ୭ ଜଣ ଭାରତୀୟ ନାଗରିକ ଥିବା ସ୍ପଷ୍ଟ ହେବା ପରେ ସେମାନଙ୍କ ସୁରକ୍ଷା ଓ ମୁକ୍ତି ପାଇଁ ଭାରତ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯିବା ସହ ଘଟଣା ଉପରେ ମଧ୍ୟ ନଜର ରଖାଯାଇଥିବା ବାଗଚି କହିଛନ୍ତି ।

ଉକ୍ତ ଜାହାଜରେ ମୋଟ 11 ଜଣ କ୍ରୁ ସଦସ୍ୟ ଥିବାବେଳେ ସେମାନଙ୍କ ମଧ୍ୟରେ ୭ ଭାରତୀୟ ରହିଛନ୍ତି । ଜାହାଜ କମ୍ପାନୀ ତଥା ଅନ୍ୟାନ୍ୟ ଉତ୍ସରୁ ମିଳିଥିବା ସୂଚନା ଅନୁସାରେ, ସମସ୍ତ ଭାରତୀୟ ସୁରକ୍ଷିତ ଅଛନ୍ତି, ଭାରତ ସରକାର ସେମାନଙ୍କର ଶୀଘ୍ର ମୁକ୍ତ ହେବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି ବୋଲି କହିଛନ୍ତି ମୁଖପାତ୍ର ବାଗଚି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.