ETV Bharat / bharat

ଋଷିଆ ଗସ୍ତରେ ଯିବେ ଭାରତର ବୈଦେଶିକ ସଚିବ

author img

By

Published : Feb 16, 2021, 7:18 AM IST

Updated : Feb 16, 2021, 7:29 AM IST

ଦୁଇ ଦିନିଆ ଋଷିଆ ଗସ୍ତରେ ଯିବେ ଭାରତର ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶୀଙ୍ଗଳା । ଅଧିକ ପଢନ୍ତୁ...

ଭାରତର ବୈଦେଶିକ ସଚିବ
ଭାରତର ବୈଦେଶିକ ସଚିବ

ନୂଆଦିଲ୍ଲୀ: ଋଷିଆ ଗସ୍ତରେ ଯିବେ ଭାରତର ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶୀଙ୍ଗଲା । ଋଷିଆ ଡେପୁଟି ବୈଦେଶିକ ମନ୍ତ୍ରୀ ଇଗୋର ମୋର୍ଗୁଲୋଭଙ୍କ ନିମନ୍ତ୍ରଣରେ ଫେବୃଆରୀ 17ରୁ 18ତାରିଖ ଯାଏଁ ଋଷିଆର ମସ୍କୋ ଗସ୍ତରେ ଯିବେ ।

ଭାରତ-ଋଷିଆ ମଧ୍ୟରେ ଆୟୋଜିତ ପରବର୍ତ୍ତୀ ଗୋଲ ଟେବୁଲ ବୈଠକରେ ଯୋଗ ଦେବେ । ଏହା ସହିତ ଉଭୟ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ସମୀକ୍ଷ କରିବେ ବୋଲି ସୋମବାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ଏହି ଗସ୍ତ ସମୟରେ ଭାରତର ବୈଦେଶିକ ସଚିବ ଋଷିଆର ଡେପୁଟି ବୈଦେଶିକ ସଚିବ ସର୍ଗି ରାଇବକୋଭଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ତାଙ୍କ ସହିତ ଆନ୍ତର୍ଜାତୀୟ ତଥା ଆଞ୍ଚଳିକ ସ୍ତରର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ବିଷୟରେ ଆଲୋଚନା କରିବେ । ଭାରତ ଋଷିଆ ସମ୍ପର୍କ ନେଇ ବୈଦେଶିକ ସଚିବ ଅଭିଭାଷଣ ଦେବା ନେଇ ବିବୃତ୍ତିରେ ପ୍ରକାଶ ପାଇଛି ।

କୋଭିଡ-19 ମହାମାରୀ ସମୟର କଠିନ ପରିସ୍ଥିତିରେ ଭାରତ ଓ ଋଷିଆ ଦୁଇ ଦେଶ ମଧ୍ୟରେ ସ୍ବତନ୍ତ୍ର ତଥା ସୁବିଧାଜନକ ରଣନୈତିକ ଭାଗିଦାରୀ ବଜାୟ ରଖିଛି । ଚଳିତ ବର୍ଷ ଭାରତ ବୈଦେଶିକ ସଚିବଙ୍କ ପ୍ରଥମ ଋଷ ଗସ୍ତ । ଗସ୍ତରେ ଋଷ ଫେଡେରେଶନ ସହିତ ଭାରତ ଘନିଷ୍ଠ ବନ୍ଧୁତ୍ବକୁ ଗୁରୁତ୍ବ ଦେଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Feb 16, 2021, 7:29 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.