ETV Bharat / bharat

କାନାଡା ସୀମାରୁ ଭାରତୀୟ ପରିବାରଙ୍କ ସମେତ ୮ ମୃତଦେହ ଉଦ୍ଧାର - କାନାଡାରୁ ଆମେରିକାକୁ ପ୍ରବେଶ

କାନାଡା ବର୍ଡରରୁ ଭାରତୀୟ ପରିବାରଙ୍କ ସମେତ ୮ଜଣଙ୍କ ମୃତଦେହ ଉଦ୍ଧାର । ବେଆଇନ ଭାବେ କାନାଡାରୁ ଆମେରିକାକୁ ପ୍ରବେଶ କରିବା ବେଳେ ଡଙ୍ଗା ବୁଡି ଜୀବନ ଯାଇଥିବା ସୂଚନା । ଅଧିକ ପଢନ୍ତୁ

Indian family found dead
Indian family found dead
author img

By

Published : Apr 1, 2023, 9:10 AM IST

ଓଟାଓ୍ବା: କାଳ ହେଲା ଅନୁପ୍ରବେଶ । ପାଣି ମଝିରେ ଡଙ୍ଗା ବୁଡି ଚାଲିଗଲା ୮ ଜୀବନ । ସେଥିମଧ୍ୟରେ ଭାରତୀୟ ପରିବାର ରହିଥିବା ସୂଚନା । ବେଆଇନ ଭାବେ କାନାଡାରୁ ଆମେରିକାକୁ ପ୍ରବେଶ କରିବା ବେଳେ ପାଣିରେ ବୁଡି ୮ଜଣଙ୍କ ଜୀବନ ଯାଇଥିବା ନେଇ ଗତକାଲି(ଶୁକ୍ରବାର) କାନାଡାର ଏକ ଅଧିକାରୀ ସୂଚନା ଦେଇଛନ୍ତି ।

ତେବେ ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ସମସ୍ତେ ଲରେନ୍ସ ନଦୀ ପାର ହୋଇ କାନାଡାରୁ ଆମେରିକା ଆସୁଥିଲେ । ଏହି ସମୟରେ ହଠାତ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡିଯାଇଥିଲା । ଫଳରେ ଡଙ୍ଗାରେ ରହିଥିବା ସମସ୍ତ ଯାତ୍ରୀ ବୁଡିଯାଇଥିଲେ । ତେବେ କାନାଡା କୋଷ୍ଟଗାର୍ଡଙ୍କ ସହାୟତାରେ ପୋଲିସ ଡଙ୍ଗା ଓଲିଟି ଥିବା ଅଞ୍ଚଳରୁ ୬ଟି ମୃତଦେହ ଉଦ୍ଧାର କରିଥିଲା ।

ଏହାମଧ୍ୟ ପଢନ୍ତୁ: Pakistan food crisis: ଖାଦ୍ୟ ବଣ୍ଟନ ବେଳେ ଦଳାଚକଟା, ୧୧ ମୃତ

ତେବେ ପରବର୍ତ୍ତୀ ସମୟରେ ସର୍ଚ୍ଚ ଅପରେସନରେ ଶୁକ୍ରବାର ଆଉ ୨ଟି ମୃତଦେହ ଉଦ୍ଧାର କରିଥିଲା ପୋଲିସ । ତେବେ ଖବର ଅନୁସାରେ ମୃତ ୮ଜଣ ଦୁଇଟି ପରିବାରର ହୋଇଥିବା ନେଇ ସୂଚନା ରହିଛି । ଜଣେ ଭାରତୀୟ ପରିବାରର ହୋଇଥିବା ବେଳେ ଅନ୍ୟଜଣେ ରୋମାନିଆର ବୋଲି ଜଣାପଡିଛି । ତେବେ ମୃତ ପରିବାର ସଦସ୍ୟଙ୍କ ମଧ୍ୟରେ ଶିଶୁ ମଧ୍ୟ ରହିଥିଲେ । ଉକ୍ତ ଶିଶୁଟି ରୋମାନିଆ ପରିବାରର ହୋଇଥିବା ନେଇ ପୋଲିସ ପକ୍ଷରୁ କୁହାଯାଇଛି ।

ତେବେ ଡଙ୍ଗାରେ ମୋଟ କେତେଜଣ ରହିଥିଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ନଥିବା ବେଳେ ବର୍ତ୍ତମାନ ସୁଦ୍ଧା ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଛି । ପାଣିପାଗରେ ପରିବର୍ତ୍ତନ ଯୋଗୁଁ ଏଭଳି ଏକ ଦୁଃଖଦ ଘଟଣା ଘଟିଥାଇ ପାରେ ବୋଲି ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି । ଅନ୍ୟପଟେ ଏହି ଘଟଣାକୁ ନେଇ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ତ୍ରୁଦେଉ ଅନେକ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି, " କେଉଁ ପରିସ୍ଥିତିରେ ଏହି ଦୁଇ ପରିବାର ମଧ୍ୟରେ ଏହି ଦୁର୍ଘଟଣା ହେଲା, କଣ ପାଇଁ ଡଙ୍ଗା ବୁଡି ନିରିହ ଜୀବନ ଚାଲିଗଲା ସେନେଇ ତଦନ୍ତ ଆରମ୍ଭ ହେବା ଦରକାର । ତେବେ ପରିବାର ପରିଜନଙ୍କୁ ହରାଇ ଦୁଃଖରେ ଭାଙ୍ଗିପଡିଥିବା ଲୋକଙ୍କୁ ନ୍ୟାୟ ପ୍ରଦାନ କରିବା ଆବଶ୍ୟକ ।"

ପ୍ରକାଶଥାଉକି, ଜାନୁଆରୀ ୨୦୨୨ ମସିହାରେ କାନାଡା ଆମେରିକା ବର୍ଡରରୁ ୪ ଜଣ ଭାରତୀୟଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏହା ପୂର୍ବରୁ ଏପ୍ରିଲ ୨୦୨୨ ରେ ୬ଜଣ ଭାରତୀୟଙ୍କ ମୃତଦେହ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.