ETV Bharat / bharat

ପୂର୍ବ ଲଦାଖରୁ ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର ଦାବି; ଚୀନ ସହ ଭାରତର ଆଲୋଚନା - Indian envoy to China meets Chinese Vice FM

ଲଦାଖରେ ପାଙ୍ଗୋଙ୍ଗ ଅଞ୍ଚଳରୁ ଚୀନ ଓ ଭାରତ ପକ୍ଷରୁ ସେନା ପଛକୁ ହଟିବାରେ ଲାଗିଛନ୍ତି । ପୂର୍ବ ଲଦାଖରୁ ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର ଦାବି ନେଇ ପୁଣି ଚୀନ ସହ ଆଲୋଚନା କରିଛି ଭାରତ । ଅଧିକ ପଢନ୍ତୁ...

ପୂର୍ବ ଲଦାଖରୁ ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର ଦାବି

author img

By

Published : Mar 6, 2021, 7:24 AM IST

ବେଜିଂ: ପ୍ରକୃତ ନିୟନ୍ତ୍ରଣ ରେଖା ଲଦାଖରେ ଉଭୟ ଦେଶ ପଛକୁ ହଟିବାରେ ଲାଗିଛନ୍ତି । ସେନା ପ୍ରତ୍ୟାହାର ନେଇ ଆଗେଇବାରେ ଲାଗିଛନ୍ତି । ଏହି କ୍ରମରେ ଶୁକ୍ରବାର ଚୀନର ଭାରତୀୟ ରାଷ୍ଟ୍ରଦୂତ ବିକ୍ରମ ମିଶ୍ରି ଚାଇନାର ଉପବୈଦେଶିକ ମନ୍ତ୍ରୀ ଲିଓ ଝାୱହିଙ୍କ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତକାରରେ ପୂର୍ବ ଲଦାଖରେ ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର ନେଇ ଆଲୋଚନା କରାଯାଇଥିଲା । ଏହା ଦ୍ବାରା ଦୁଇ ଦେଶ ମଧ୍ୟରେ ଶାନ୍ତି ବଜାୟୀ ରହିବା ସହ ଦ୍ବିପାକ୍ଷିକ ସମ୍ପର୍କ ମଜବୁତ ହେବ ବୋଲି ଜଣାଇପଡିଛି । ଏନେଇ ବିକ୍ରମ ମିଶ୍ରି ଟ୍ବିଟ କରି ଜଣାଇଛନ୍ତି ।

ଲଦାଖର ପାଙ୍ଗୋଙ୍ଗ ହ୍ରଦର ଉତ୍ତର ଓ ଦକ୍ଷିଣ ବ୍ୟାଙ୍କ ଅଞ୍ଚଳରୁ ଉଭୟ ଦେଶ ନିଜର ଅସ୍ତ୍ରଶସ୍ତ୍ର ସମେତ ସେନାବଳ ପଛକୁ ହଟିବା ପରେ ଏହି ବୈଠକ କରାଯାଇଥିଲା । ଗତ ମାସରେ ସେନା ପ୍ରତ୍ୟାହାର ନେଇ ଉଭୟ ଦେଶର 10ମ ପର୍ଯ୍ୟାୟ କମାଣ୍ଡରସ୍ତରୀୟ ଆଲୋଚନା ହୋଇଥିଲା । ଭାରତ ହଟ ସ୍ପ୍ରିଙ୍ଗ, ଗୋଗ୍ରା, ଡେପସାଙ୍ଗ ଭଳି ଅଞ୍ଚଳରେ ଦ୍ରୁତଗତିରେ ସେନା ହଟାଇବାକୁ ଦାବି ରଖିଥିଲା ।

ଭାରତୀୟ ରାଷ୍ଟ୍ରଦୂତ ବିକ୍ରମ ମିଶ୍ରି ଟ୍ବିଟ କରି କହିଛନ୍ତି, ସେ ଚାଇନାର ଉପବୈଦେଶିକ ମନ୍ତ୍ରୀଙ୍କ ସହ ଭେଟ ହୋଇଥିଲେ । ଉଭୟ ଦେଶ ମଧ୍ୟରେ ଶାନ୍ତି ବଜାୟୀ ରଖିବା ସହ ଦ୍ବିପାକ୍ଷିକ ସମ୍ପର୍କକୁ ମଜବୁତ କରିବାକୁ ଆଲୋଚନା କରିଥିଲେ । ଅନ୍ୟ ଏକ ଟ୍ବିଟରେ ସେ କହିଛନ୍ତି, ଅବଶିଷ୍ଟ ଅଞ୍ଚଳରେ ଉତ୍ତେଜନା ଶେଷ କରିବା ଉପରେ ଗୁରୁତ୍ବ ଦେଇଥିଲେ ।

ଚାଇନାର ଉପବୈଦେଶିକ ମନ୍ତ୍ରୀ ଲିଓ ଝାୱହି ପୂର୍ବରୁ ଭାରତରେ ଚୀନ ରାଷ୍ଟ୍ରଦୂତ ରହିଥିଲେ ।

ସୂଚନାଯୋଗ୍ୟ, ଗତ ବର୍ଷ ଏପ୍ରିଲ-ମେ ମାସରେ ଭାରତ ଓ ଚାଇନା ମଧ୍ୟରେ ଉତ୍ତଜେନା ଆରମ୍ଭ ହୋଇଥିଲା । ଏହାକୁ ସମାପ୍ତ କରିବାକୁ ଉଭୟ ଦେଶ ମଧ୍ୟରେ ବିଭିନ୍ନ ପ୍ରକାରର ଆଲୋଚନା କରାଯାଇଥିଲା । ପାଙ୍ଗୋଙ୍ଗ ଅଞ୍ଚଳରୁ ଉଭୟ ଦେଶ ନିଜ ସେନା ପଛକୁ ନେଇଛନ୍ତି । ଖୁବଶୀଘ୍ର ଅନ୍ୟ ଅଞ୍ଚଳରୁ ହଟିବେ ବୋଲି ପ୍ରୟାସ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.