ETV Bharat / bharat

ପାକିସ୍ତାନୀ କୋଷ୍ଟ ଗାର୍ଡ କବଳରୁ ୬ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କଲା ICG

author img

By

Published : Oct 14, 2022, 7:12 PM IST

ପାକିସ୍ତାନୀ ତଟରକ୍ଷୀ ବାହିନୀ କବଳରୁ ୬ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କଲା ଭାରତୀୟ ତଟରକ୍ଷୀ ବାହିନୀ(Indian Coast Guard rescued Indian fishermen) । ପାକିସ୍ତାନୀ ମାରିଟାଇମ ସିକ୍ୟୁରିଟି ଏଜେନ୍ସି ଭାରତୀୟ IMBL ସୀମାରେ ପଶି ଭାରତୀୟ ମତ୍ସ୍ୟଜୀବୀଙ୍କୁ ନେଇଯାଇଥିଲା । ଅଧିକ ପଢ଼ନ୍ତୁ

Indian Coast Guard rescued six Indian fishermen from Pakistani captivity
ପାକିସ୍ତାନୀ କୋଷ୍ଟ ଗାର୍ଡ କବଳରୁ ୬ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କଲା ICG

ନୂଆଦିଲ୍ଲୀ: ପାକିସ୍ତାନୀ ତଟରକ୍ଷୀ ବାହିନୀ କବଳରୁ ୬ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କଲା ଭାରତୀୟ ତଟରକ୍ଷୀ ବାହିନୀ (Indian Coast Guard rescued Indian fishermen)। ଗତ ଅକ୍ଟୋବର ୬ ତାରିଖରେ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଅଟକ ରଖିଥିଲା ପାକିସ୍ତାନୀ ତଟରକ୍ଷୀ ବାହିନୀ । ଖବର ମିଳିବା ପରେ ସେମାନଙ୍କୁ ପାକିସ୍ତାନୀ ମାରିଟାଇମ ସିକ୍ୟୁରିଟି ଏଜେନ୍ସିରୁ ଉଦ୍ଧାର କରାଯାଇଛି ।

ଗତ ଅକ୍ଟୋବର ୬ ତାରିଖରେ ଭାରତୀୟ ମତ୍ସ୍ୟଜୀବୀ ବୋଟ୍‌ ହର୍ଶିଦି-୫ ଗୁଜରାଟର ଜଖାଉରେ ତଟରେ ମାଛ ଧରୁଥିଲା । ତେବେ ପାକିସ୍ତାନ ସୀମା ନିକଟସ୍ଥ ସାମୁଦ୍ରିକ ଅଞ୍ଚଳରେ ସେମାନେ ମାଛ ଧରୁଥିବାରୁ ସେମାନଙ୍କ ବୋଟ୍‌ ଉପରକୁ ଫାୟରିଂ କରିଥିଲା ପାକିସ୍ତାନୀ ମାରିଟାଇମ ସିକ୍ୟୁରିଟି ଏଜେନ୍ସି । ଅନ୍ଧାର ରାତିରେ ପାକିସ୍ତାନ ପକ୍ଷରୁ ଆକ୍ରମଣ ହୋଇଥିବାରୁ ବୋଟ୍‌ଟି ବୁଡ଼ିବା ଆରମ୍ଭ କରିଥିଲା । ରେଡିଓ ଜରିଆରେ ଏହାକୁ ନେଇ ଖବର ପାଇବାପରେ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବାକୁ ପହଞ୍ଚିଥିଲା ଭାରତୀୟ ତଟରକ୍ଷୀ ବାହିନୀ ।

ପାକିସ୍ତାନୀ ମାରିଟାଇମ ସିକ୍ୟୁରିଟି ଏଜେନ୍ସିର ବରକତ୍‌ ବୋଟ୍‌ରୁ ଭାରତୀୟ ମତ୍ସ୍ୟଜୀବୀଙ୍କ ବୋଟ୍‌ ଉପରକୁ ଆକ୍ରମଣ ହୋଇଥିଲା । ମତ୍ସ୍ୟଜୀବୀ ବୋଟ୍‌ରେ ୭ ଜଣ ମତ୍ସ୍ୟଜୀବୀ ରହିଥିଲେ । ଜଣଙ୍କୁ ଭାରତୀୟ ତଟରକ୍ଷୀ ବାହିନୀ ଉଦ୍ଧାର କରିଥିବା ବେଳେ ଅନ୍ୟ ୬ ଜଣଙ୍କୁ ପାକିସ୍ତାନୀ ତଟରକ୍ଷୀ ବାହିନୀ ବର୍‌କତ୍‌ରେ ଅଟକ ରଖିଥିଲା । ଏହାପରେ ଭାରତୀୟ ତଟରକ୍ଷୀ ବାହିନୀ ପାକିସ୍ତାନ ତଟରକ୍ଷୀ ବୋଟ୍‌ ବର୍‌କତ୍‌ ସହ ସମ୍ପର୍କ କରି ଅନ୍ୟ ୬ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି ।

ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବା ପରେ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଛି । ୭ ଜଣଙ୍କ ମଧ୍ୟରୁ ଜଣେ ସାମାନ୍ୟ ଆହତ ହୋଇଛନ୍ତି । ପାକିସ୍ତାନୀ ମାରିଟାଇମ ସିକ୍ୟୁରିଟି ଏଜେନ୍ସି ଭାରତୀୟ IMBL ସୀମାରେ ପଶି ଭାରତୀୟ ମତ୍ସ୍ୟଜୀବୀଙ୍କୁ ନେଇଯାଇଥିଲା । ଏହାକୁ ନେଇ ତଦନ୍ତ ଆରମ୍ଭ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.