ETV Bharat / bharat

ଭାରତୀୟ ତଟରକ୍ଷୀ ଦିବସ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

author img

By

Published : Feb 1, 2023, 11:08 AM IST

ଆଜି 47ତମ ଭାରତୀୟ ତଟରକ୍ଷୀ ଦିବସ ପାଳନ କରୁଛି ଦେଶ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ

indian coast guard day
ଭାରତୀୟ ତଟରକ୍ଷୀ ଦିବସ

ନୂଆଦିଲ୍ଲୀ: ଭାରତୀୟ ତଟ ସୁରକ୍ଷା ଦାୟିତ୍ବ ଇଣ୍ଡିଆନ କୋଷ୍ଟଗାର୍ଡ ବା ଭାରତୀୟ ତଟରକ୍ଷାବାହିନୀ ହାତରେ ଅର୍ପଣ କରାଯାଇଛି । ଏ ନେଇ ତଟରକ୍ଷାବାହିନୀର ଯବାନମାନେ ଜୀବନକୁ ଉତ୍ସର୍ଗ କରିଛନ୍ତି । ସ୍ଥଳ ଜଳ ଓ ଆକାଶରେ ଦେଶକୁ ସୁରକ୍ଷା ଦେବା ପାଇଁ ନିୟୋଜିତ ହୋଇଛନ୍ତି ଆମ ସେନା । ସେଥିପାଇଁ ତ ନିଶ୍ଚିନ୍ତ ହୋଇ ଆମେ ଶୋଇ ପାରୁଛୁ । ଆଜି 47ତମ ଭାରତୀୟ ତଟରକ୍ଷୀ ଦିବସ ପାଳନ କରୁଛି ଦେଶ । ଜଳ ପଥରେ ଶତ୍ରୁକୁ ମାତ ଦେବାକୁ ସଜାଗ ଆମ ସେନା । ସମୁଦ୍ର ପଥକୁ ସୁରକ୍ଷା ଦେବାକୁ ଆପ୍ରାଣ ଉଦ୍ୟମ କରୁଛନ୍ତି । ସେମାନଙ୍କ ସେବା ସମ୍ପର୍କରେ ସେଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଫେବୃଆରୀ 1 ତାରିଖକୁ ଭାରତୀୟ ତଟରକ୍ଷୀ ବାହିନୀ ଦିବସ ଭାବେ ପାଳନ କରାଯାଏ ।

  • Greetings to all Coast Guard personnel on their Raising Day. The Indian Coast Guard is known for its professionalism and efforts to keep our coasts safe. I also convey my best wishes to them for their future endeavours. @IndiaCoastGuard pic.twitter.com/K1iahYMj8G

    — Narendra Modi (@narendramodi) February 1, 2023 " class="align-text-top noRightClick twitterSection" data=" ">

ଭାରତୀୟ ତଟରକ୍ଷୀ ଦିବସରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ବିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସମସ୍ତ କୋଷ୍ଟଗାର୍ଡ ଅଧିକାରୀଙ୍କୁ ଏହି ଦିବସରେ ଶୁଭେଚ୍ଛା । ଇଣ୍ଡିଆନ୍ କୋଷ୍ଟଗାର୍ଡ ଏହାର ବୃତ୍ତିଗତତା ଏବଂ ଆମର ଉପକୂଳକୁ ସୁରକ୍ଷିତ ରଖିବା ପାଇଁ ପ୍ରୟାସ ପାଇଁ ଜଣାଶୁଣା । ସେମାନଙ୍କର ଭବିଷ୍ୟତ ପ୍ରୟାସ ପାଇଁ ସେମାନଙ୍କୁ ମୋର ଶୁଭେଚ୍ଛା ।

୧୯୭୭ ମସିହା, ଫେବ୍ରୁଆରୀ ୧ ତାରିଖରେ ଭାରତୀୟ ସମ୍ବିଧାନର ୧୯୭୮ ତଟରକ୍ଷୀ ଅଧିନିୟମ ଦ୍ବାରା ଔପଚାରିକ ରୂପେ ଏହି ଦିବସ ସ୍ଥାପନା ହୋଇଥିଲା । ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଏହା ପରିଚାଳିତ ହୁଏ । ୧୯୭୮ରେ ମାତ୍ର ୭ ପୃଷ୍ଠଭୂମି ସହିତ ଆରମ୍ଭ ହୋଇଥିବା ଭାରତୀୟ ତଟରକ୍ଷୀରେ ୧୫୬ ଜାହାଜ ଓ ୬୨ ବିମାନ ରହିଛି । ୨୦୨୫ ବେଳକୁ ୨୦୦ ପୃଷ୍ଠଭୂମି ଓ ୮୦ ବିମାନ ବଳ ସ୍ତର ହାସଲ କରିବାକୁ ଏହା ଲକ୍ଷ୍ୟ ରଖିଛି ।

ତଟରକ୍ଷୀ ବାହିନୀରେ ଅଧିକାରୀମାନଙ୍କର ପଦବୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର ପଦବୀ ସହିତ ଜେନେରାଲ ଡ୍ୟୁଟି ଅଫିସର, ପାଇଲଟ୍‌ ଅଫିସର, ଟେକ୍ନିକାଲ ଅଫିସର କିମ୍ବା ଆଇନ ଅଫିସର ଭାବେ ୪ ଶାଖା ମଧ୍ୟରୁ ଗୋଟିଏ ଶାଖାରେ ତଟରକ୍ଷୀରେ ଅଧିକାରୀମାନଙ୍କୁ ନିଯୁକ୍ତି ଦିଆଯାଏ ।

2008ରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାର ଭାରତୀୟ ତଟରକ୍ଷୀ ବାହିନୀ, ସମ୍ପତ୍ତି ଏବଂ ଭିତ୍ତିଭୂମି ବିସ୍ତାର ପାଇଁ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଆଜି ଭାରତୀୟ ତଟରକ୍ଷୀ ଦିବସ ଅବସରରେ ଶୁଭେଚ୍ଛା ଜଣାଇଛି ଭାରତୀୟ ବାୟୁସେନା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.