ETV Bharat / bharat

ପାକ ବୋଟକୁ କାବୁ କଲା ଭାରତୀୟ ତଟ ରକ୍ଷା ବାହିନୀ - ଆଇସିଜି

ଗୁଜୁରାଟ ଉପକୂଳବର୍ତ୍ତୀ ଭାରତୀୟ ଜଳପଥ ଦେଇ ପ୍ରବେଶ କରୁଥିବା ପାକିସ୍ତାନୀ ଜାହାଜକୁ କାବୁ କରିଛି ଭାରତୀୟ ତଟରକ୍ଷୀ ବାହିନୀ । ଏନେଇ ସୂଚନା ଦେଇଛି ଆଇସିଜି । ଅଧିକ ପଢନ୍ତୁ...

ପାକ ବୋଟକୁ କାବୁ କଲା ଭାରତୀୟ ତଟ ରକ୍ଷା ବାହିନୀ

author img

By

Published : Sep 16, 2021, 3:07 PM IST

ଗାନ୍ଧୀନଗର: ଗୁଜୁରାଟ ଉପକୂଳବର୍ତ୍ତୀ ଭାରତୀୟ ଜଳପଥ ଦେଇ ପ୍ରବେଶ କରୁଥିବା ପାକିସ୍ତାନୀ ଜାହାଜକୁ କାବୁ କରିଛି ଭାରତୀୟ ତଟରକ୍ଷୀ ବାହିନୀ । ଏନେଇ ସୂଚନା ଦେଇଛି ଆଇସିଜି । ICG ଜାହାଜ ‘ରାଜରତନ’ ସର୍ଭେ ଅଭିଯାନରେ ବାହାରିଥିଲା । ଏଥିରେ 12ଜଣ ସଦସ୍ୟ ସାମିଲ ଥିଲେ । ଏହି ସମୟରେ ପାକିସ୍ତାନୀ ଜାହାଜ ଆଲ୍ଲାହ ପାୱାୱାକଲ’କୁ କାବୁ କରିଛନ୍ତି ।

ଆଇସିଜି ଏକ ବିବୃତ୍ତିରେ କହିଛି, କମାଣ୍ଡ (ଜେଜି) ଗୌରବ ଶର୍ମାଙ୍କ ନିର୍ଦ୍ଦେଶରେ ଚ୍ୟାଲେଞ୍ଜ ଗ୍ରହଣ କରାଯାଇଥିଲା । ଖରାପ ତଥା ପ୍ରତିକୂଳ ପାଗ ସତ୍ତ୍ବେ ଜାହାଜକୁ ବୋଡିଂ କରାଇବାରେ ସଫଳ ହୋଇଥିଲେ କ୍ରୁ ସଦସ୍ୟ । ଆଇସିଜି କହିଛି ଯେ ଉପଯୁକ୍ତ ଏଜେନ୍ସିଗୁଡ଼ିକର ମିଳିତ ତଦନ୍ତ ପାଇଁ ପାକିସ୍ତାନୀ ଡଙ୍ଗାକୁ ଗୁଜରାଟର ଓଖାକୁ ସ୍ଥାନାନ୍ତରିତ କରାଯାଇଛି । ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଆଇସିଜି କହିଛି ଯେ ଏହି ସପ୍ତାହରେ ଡଙ୍ଗାରେ ବୁଡ଼ି ଯାଉଥିବା ସାତଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.