ETV Bharat / bharat

UKରେ ନିର୍ମାଣ ହେବ ପ୍ରଥମ ଜଗନ୍ନାଥ ମନ୍ଦିର, ଓଡ଼ିଶା ଶିଳ୍ପପତି ଦେଲେ ୨୫୦କୋଟି

author img

By

Published : Apr 25, 2023, 11:09 PM IST

Updated : Apr 26, 2023, 12:57 PM IST

ବ୍ରିଟେନରେ ନିର୍ମିତ ହେବାକୁ ଯାଉଛି ପ୍ରଥମ ଜଗନ୍ନାଥ ମନ୍ଦିର । ୨୫୦ କୋଟି ଅର୍ଥ ଦାନ କଲେ ଓଡ଼ିଶାର ଶିଳ୍ପପତି ବିଶ୍ବନାଥ ପଟ୍ଟନାୟକ । ଅଧିକ ପଢନ୍ତୁ

Etv Bharat
Etv Bharat
ଜଗନ୍ନାଥ ମନ୍ଦିର ପାଇଁ ଓଡ଼ିଶା ଶିଳ୍ପପତି ଦେଲେ ୨୫୦କୋଟି

ନୂଆଦିଲ୍ଲୀ: ଜଗତର ନାଥ ଜଗନ୍ନାଥ । ଜଗାକୁ ଦେଖିବା ଲାଗି କାହିଁ କେତେ ଆଡୁ ଧାଇଁ ଆସନ୍ତି ଶ୍ରଦ୍ଧାଳୁ । ବିଦେଶରେ ମଧ୍ୟ ଜଗାପ୍ରେମୀ କମ ନାହାନ୍ତି । ବିଦେଶୀ ହୋଇ ମଧ୍ୟ ଅନେକ ଜଗା ପ୍ରେମରେ ବାୟା । ତେବେ ବିଦେଶରେ ଜଗନ୍ନାଥ ମନ୍ଦିର ରହିଛି । ଏଥିରୁ ବାଦ ପଡିବ ବା କେମିତି ବ୍ରିଟେନ । ସୁଦୂର ୟୁକେରେ ନିର୍ମିତ ହେବାକୁ ଯାଉଛି ପ୍ରଥମ ଜଗନ୍ନାଥ ମନ୍ଦିର । ସବୁଠୁ ଖାସ କଥା ହେଉଛି ଏହି ଜଗନ୍ନାଥ ମନ୍ଦିର ନିର୍ମାଣ ଲାଗି ଓଡ଼ିଶାର ଶିଳ୍ପପତି ବିଶ୍ବନାଥ ପଟ୍ଟନାୟକ ଦେଇଛନ୍ତି ୨୫୦ କୋଟି ଅର୍ଥ । ଏକ ୟୁକେ ଚାରିଟି ଫଣ୍ଡକୁ ମନ୍ଦିର ନିର୍ମାଣ ଲାଗି ଏହି ବିପୁଳ ଅର୍ଥ ଦାନ କରିଛନ୍ତି ।

  • We are grateful to our Principal Donor Shri Biswanath Patnaik for his generosity. £25 million (Rs. 250 Crore) pledged for construction of #ShreeJagannathaMandirLondon!
    Proud that an Odia entrepreneur is the biggest ever donor to a temple abroad. 🙏 to Arun Kar and Finnest Group pic.twitter.com/XIhGOsP2lm

    — Shree Jagannatha Society UK (@JagannathaUK) April 25, 2023 " class="align-text-top noRightClick twitterSection" data=" ">

ବିଦେଶ ମାଟିରେ ମନ୍ଦିର ନିର୍ମାଣ ଲାଗି ଭାରତୀୟ ଶିଳ୍ପପତିଙ୍କ ଦ୍ବାରା ଏହା ସର୍ବାଧିକ ଦାନ ହେବାକୁ ଯାଉଛି । ଓଡ଼ିଆ ଯୁବକ ତଥା ବିଶିଷ୍ଟ ଶିଳ୍ପପତି ବିଶ୍ବନାଥ ଫିନନେଷ୍ଟ ଗ୍ରୁପ ଅଫ କମ୍ପାନୀ (FinNest Group of Companies)ର ଚେୟାରମ୍ୟାନ ଓ ପ୍ରତିଷ୍ଠାତା । ବ୍ରିଟେନରେ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ନିର୍ମାଣ ଲାଗି ସେ ଶ୍ରୀଜଗନ୍ନାଥ ସୋସାଇଟି ୟୁକେ (SJSUK)କୁ ଏହି ଅର୍ଥ ଦାନ କରିଛନ୍ତି । ଗତ ୨୩ ତାରିଖରେ ଅକ୍ଷୟ ତୃତୀୟା ଅବସରରେ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବ୍ରିଟେନରେ ପ୍ରଥମ ଜଗନ୍ନାଥ ମନ୍ଦିର ହେବା ଲାଗି ନିଷ୍ପତ୍ତି ହେବା ପରେ ସେ ଏହି ଅର୍ଥ ଦାନ କରିବା ଲାଗି ଘୋଷଣା କରିଥିଲେ ।

ଏହା ବି ପଢନ୍ତୁ- ନୌସେନା ପାଇଁ ଋଷ ଓ ଆମେରିକାଠୁ ମିସାଇଲ୍‌ ସିଷ୍ଟମ କିଣିବ ଭାରତ

ସରିଲାଣି ଜମି ଚିହ୍ନଟ:- ରିପୋର୍ଟ ଅନୁସାରେ ଫିନନେଷ୍ଟ କମ୍ପାନୀର ଏମଡି ଅର୍ଜୁନ କର ୧୫ ଏକର ଜମି ଲାଗି ୭୦ କୋଟି ଅର୍ଥ ଦାନ କରିସାରିଲେଣି । ଏହା ଲଣ୍ଡନର ଆଉଟସ୍କର୍ଟରେ ରହିଛି । ୨୦୨୪ ସୁଦ୍ଧା ମନ୍ଦିର ନିର୍ମାଣ କାର୍ଯ୍ୟର ପ୍ରଥମ ପର୍ଯ୍ୟାୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଶ୍ରୀଜଗନ୍ନାଥ ସୋସାଇଟି ୟୁକେର ଚେୟାରମ୍ୟାନ ଡକ୍ଟର ସଦଦେବ ସ୍ବାଇଁ କହିଛନ୍ତି ଯେ ବିଦେଶରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ନିର୍ମାଣ ହେଲେ ଏହା ଜଗନ୍ନାଥ ସଂସ୍କୃତିର ପ୍ରସାରରେ ସହାୟକ ହେବ । ଏହାସହ ଭାରତ ପ୍ରତି ପୂର୍ବାପେକ୍ଷା ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଆକୃଷ୍ଟ ହେବେ ବୋଲି ସେ ଆଶା କରିଛନ୍ତି ।

ସୂଚନା ଥାଉ କି ଗତ ୩ ବର୍ଷ ପୂର୍ବେ ଅକ୍ଷୟ ତୃତୀୟା ଅବସରରେ ଶ୍ରୀଜଗନ୍ନାଥ ସୋସାଇଟି ୟୁକେ ପ୍ରତିଷ୍ଠା ହୋଇଥିଲା । ବିଦେଶରେ ଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାର କରିବା ଏହାର ମୂଳ ଲକ୍ଷ୍ୟ । ତେବେ ବ୍ରିଟେନର ପ୍ରଧାନମନ୍ତ୍ରୀ ଜଣେ ଭାରତୀୟ । ସେଠାରେ ଜଗନ୍ନାଥ ମନ୍ଦିର ନିର୍ମିତ ହେବା ପ୍ରତିଟି ଓଡ଼ିଆ ତଥା ଭାରତୀୟଙ୍କ ପାଇଁ ଗର୍ବର ବିଷୟ । ବିଦେଶରେ ଜଗନ୍ନାଥଙ୍କ ମନ୍ଦିର ରହିବା ସହ ସେଠାରେ ରଥଯାତ୍ରା ମଧ୍ୟ ହୋଇଥାଏ । ମାତ୍ର ବ୍ରିଟେନରେ ପ୍ରଥମ ଜଗନ୍ନାଥ ନିର୍ମିତ ହେବାକୁ ଯାଉଛି ।

Last Updated : Apr 26, 2023, 12:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.