ETV Bharat / bharat

ହନିଟ୍ରାପର ଶିକାର ଆଉଜଣେ ଭାରତୀୟ ଯବାନ ଗିରଫ - ହନିଟ୍ରାପର ଶିକାର ହେଲେ ଭାରତୀୟ ଯବାନ

ଶତ୍ରୁ ଦେଶର ଗୁପ୍ତ ତଥ୍ୟ ଜାଣିବାକୁ ଗୁପ୍ତଚର ଅସ୍ତ୍ର ପାଲଟିଛି ହନିଟ୍ରାପ । ପାକିସ୍ତାନ ଗୁପ୍ତଚର ସଂସ୍ଥାକୁ ଭାରତୀୟ ସେନା ସମ୍ବନ୍ଧୀୟ ଗୁପ୍ତ ତଥ୍ୟ ପ୍ରଦାନ କରି ସେନା ଅଧିକାରୀ ପ୍ରଦୀପ କୁମାର ଗିରଫ ହୋଇଛନ୍ତି ।ଅଧିକ ପଢ଼ନ୍ତୁ

indian army soldier arrested for sharing secret information to pak intelligence agency
ହନିଟ୍ରାପର ଶିକାର ହେଲେ ଭାରତୀୟ ଯବାନ
author img

By

Published : May 22, 2022, 12:48 PM IST

ଜୟପୁର: ଶତ୍ରୁ ଦେଶର ଗୁପ୍ତ ତଥ୍ୟ ଜାଣିବାକୁ ଗୁପ୍ତଚର ଅସ୍ତ୍ର ପାଲଟିଛି ହନିଟ୍ରାପ । ଏହାକୁ ବ୍ୟବହାର କରି ଅନ୍ୟ ଦେଶର ସୈନିକ ମାନଙ୍କୁ ଟାର୍ଗେଟ କରାଯାଉଛି । ଯାହା ଫଳରେ ସେମାନେ ସୁରକ୍ଷା ବ୍ୟବସ୍ଥା ସହ ଜଡ଼ିତ ସମସ୍ତ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପାଇବାରେ ସଫଳ ହେଉଛନ୍ତି । ରାଜସ୍ଥାନ ଇଣ୍ଟେଲିଜେନ୍ସର ରାଜ୍ୟ ସ୍ବତନ୍ତ୍ର ଶାଖାର ତଦନ୍ତରେ ଏଭଳି ଏକ ମାମଲା ସାମନାକୁ ଆସିଛି । ପାକିସ୍ତାନ ଗୁପ୍ତଚର ସଂସ୍ଥାକୁ ଭାରତୀୟ ସେନା ସମ୍ବନ୍ଧୀୟ ଗୁପ୍ତ ତଥ୍ୟ ପ୍ରଦାନ କରି ସେନା ଅଧିକାରୀ ପ୍ରଦୀପ କୁମାର ଗିରଫ ହୋଇଛନ୍ତି ।

DG ଇଣ୍ଟେଲିଜେନ୍ସ ଉମେଶ ମିଶ୍ରାଙ୍କ ସୂଚନା ଅନୁଯାୟୀ, ଯୋଧପୁରରେ ଭାରତୀୟ ସେନାର ସମ୍ବେଦନଶୀଳ ରେଜିମେଣ୍ଟରେ କାର୍ଯ୍ୟରତ ସେନା ଅଧିକାରୀ ପ୍ରଦୀପ କୁମାର ସୋସିଆଲ ମିଡିଆ ମାଧ୍ୟମରେ ପାକିସ୍ତାନର ଗୁପ୍ତଚର ଏଜେନ୍ସି ସହ ଜିଡ଼ିତ ଥିଲେ । ଏଥିସହ ସେ ହ୍ବାଟ୍ସଆପ୍ ଯୋଗେ ଏଜେନ୍ସିର ଜଣେ ମହିଳାଙ୍କ ସହ ନିରନ୍ତର ଭାବେ ଯୋଗାଯୋଗରେ ଥିଲେ । ଗତ ମେ 18 ତାରିଖ ଅପରାହ୍ନରେ ପ୍ରଦୀପଙ୍କୁ ଗିରଫ କରାଯାଇ ଜୟପୁରକୁ ଅଣାଯାଇ ପଚରାଉଚରା କରାଯାଇଥିଲା ।

ପଚରାଉଚରା ପରେ ତାଙ୍କୁ ଶନିବାର ରାଜ୍ୟ ସ୍ବତନ୍ତ୍ର ଶାଖା ଗିରଫ କରିଛି । ଘଟଣାରେ ତଦନ୍ତ ବେଳେ ଜଣାପଡ଼ିଛି ଯେ, 24 ବର୍ଷୀୟ ପ୍ରଦୀପ 3 ବର୍ଷ ପୂର୍ବେ ଭାରତୀୟ ସେନାରେ ଯୋଗ ଦେଇଥିଲେ ଏବଂ ତାଲିମ ପରେ ତାଙ୍କୁ ଯୋଧପୁରରେ ତାଙ୍କୁ ନିଯୁକ୍ତି ମିଳିଥିଲା । ପ୍ରାୟ 7 ମାସ ପୂର୍ବେ ପ୍ରଦୀପଙ୍କ ମୋବାଇଲକୁ ଉକ୍ତ ମହିଳାଙ୍କ ଫୋନ ଯାଇଥିଲା । ମହିଳା ଜଣକ ନିଜକୁ ମଧ୍ୟପ୍ରଦେଶ ଗ୍ବାଲିୟରର ବାସିନ୍ଦା ବୋଲି କହିଥିଲେ । ଏଥିସହ ସେ ବାଙ୍ଗାଲୋରର ମିଲିଟାରୀ ନର୍ସିଂ ସର୍ଭିସରେ କାର୍ଯ୍ୟରତ ଥିବା କହିଥିଲେ । ଏହାପରେ ପାକିସ୍ତାନୀ ମହିଳା ଏଜେଣ୍ଟ ପ୍ରଦୀପଙ୍କୁ ହନି ଟ୍ରାପରେ ଫସାଇ ହ୍ବାଟ୍ସଆପ ଚାଟିଂ ସହ ଭିଡ଼ିଓ କଲ ଆଦି କରୁଥିଲେ ।

ବିଭିନ୍ନ ଲାଳସା ଦେଖାଇ ସେନା ସହ ଜଡିତ ସମସ୍ତ ଗୁପ୍ତ ତଥ୍ୟ ପାଇବାରେ ସେ ସଫଳ ହେଲେ । ତେବେ ପ୍ରଦୀପଙ୍କ ମୋବାଇଲ ନମ୍ବର ଆଧାରରେ ମହିଳା ଜଣକ ଅନ୍ୟ କର୍ମଚାରୀଙ୍କୁ ଶିକାର କରିଛନ୍ତି ନା ନାହିଁ ସେନେଇ ତଦନ୍ତ ଜାରି ରହିଛି । ଅପରପକ୍ଷେ ପ୍ରଦୀପଙ୍କ ବିରୁଦ୍ଧରେ ଅଫିସିଆଲ ସିକ୍ରେଟ ଆକ୍ଟ 1923 ଅନୁଯାୟୀ ଏକ ମାମଲା ରୁଜୁ କରି ଗିରଫ କରାଯାଇଛି । ପ୍ରଦୀପଙ୍କୁ ପଚରାଉଚରା କରାଯିବା ପରେ ଅଧିକ ଖୁଲାସା ହେବାର ଅନୁମାନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.