ଶ୍ରୀନଗର: ପ୍ରସିଦ୍ଧ ଅମରନାଥ ଯାତ୍ରା ଜାରି ରହିଥିବା ବେଳେ ଗତକାଲି ଭୂସ୍ଖଳନ ଫଳରେ ଯାତ୍ରା ମାର୍ଗରେ ଥିବା ଦୁଇ ପୋଲ ଭୁଶୁଡି ପଡିଥିଲା । ବାଲତାଲ ଅଞ୍ଚଳର ବ୍ରାରିମାର୍ଗରେ ଥିବା ଦୁଇ ପୋଲ ଭୁଶୁଡି ପଡିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ତେବେ ଯାତ୍ରାରେ କୌଣସି ବାଧାସୃଷ୍ଟି ହେବା ପୂର୍ବରୁ ଏହାକୁ ଯୁଦ୍ଧକାଳୀନ ଭିତ୍ତିରେ ମାତ୍ର ଗୋଟିଏ ରାତିରେ ମରାମତି କରିଛି ଭାରତୀୟ ସେନା ।
-
#WATCH J&K | Two bridges near Brarimarg on Baltal Axis damaged by landslides were restored by Chinar Corps which reconstructed the bridges overnight for the resumption of route for Amarnath Yatra pilgrims (02.07)
— ANI (@ANI) July 2, 2022 " class="align-text-top noRightClick twitterSection" data="
(Source: Indian Army) pic.twitter.com/dDIjvXsW6d
">#WATCH J&K | Two bridges near Brarimarg on Baltal Axis damaged by landslides were restored by Chinar Corps which reconstructed the bridges overnight for the resumption of route for Amarnath Yatra pilgrims (02.07)
— ANI (@ANI) July 2, 2022
(Source: Indian Army) pic.twitter.com/dDIjvXsW6d#WATCH J&K | Two bridges near Brarimarg on Baltal Axis damaged by landslides were restored by Chinar Corps which reconstructed the bridges overnight for the resumption of route for Amarnath Yatra pilgrims (02.07)
— ANI (@ANI) July 2, 2022
(Source: Indian Army) pic.twitter.com/dDIjvXsW6d
ଅକ୍ଳାନ୍ତ ପରିଶ୍ରମ କରି ମାତ୍ର ଗୋଟିଏ ରାତିରେ ସେନାର ପ୍ରଶିକ୍ଷିତ ଯବାନମାନେ ଏହାକୁ ପୁନଃ ବ୍ୟବହାର ଯୋଗ୍ୟ ଭାବେ ମରାମତି କରିବାରେ ସଫଳ ହୋଇଛନ୍ତି । ପୋଲ ତଳେ ପ୍ରଖର ସ୍ରୋତରେ ଜଳ ପ୍ରବାହିତ ହୋଉଥିବା ବେଳେ ସାରା ରାତି ଯବାନମାନେ ପୋଲ ନିର୍ମାଣରେ ଲାଗିଥିବା ଏକ ଭିଡିଓ ମଧ୍ୟ ସେନା ପକ୍ଷରୁ ଜାରି କରାଯାଇଛି ।
ଏହି ଭୂସ୍ଖଳନ ଫଳରେ ରାମବାନ ଓ ଉଦ୍ଧମପୁର ଜିଲ୍ଲାରେ ଯାତାୟତ ପ୍ରଭାବିତ ହୋଇଛି । ତେବେ ତୀର୍ଥଯାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଏହି ପୋଲକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି ପରେ ଆଜି ସକାଳୁ ଯାତ୍ରାରେ କୌଣସି ସମସ୍ୟା ସାମ୍ନାକୁ ଆସିନାହିଁ । ଦୀର୍ଘ ଦୁଇ ବର୍ଷ ପରେ ଗତ ମାସ 30 ତାରିଖରେ ପ୍ରସିଦ୍ଧ ଅମରନାଥ ଯାତ୍ରା ଆରମ୍ଭ ହୋଇଥିଲା । ଯାତ୍ରୀଙ୍କ ମଧ୍ୟରେ ମଧ୍ୟ ବେସ ଉତ୍ସାହ ଦେଖିବାକୁ ମିଳିଛି । ପ୍ରଥମ ବ୍ୟାଚରେ ପ୍ରାୟ 2,750 ଶ୍ରଦ୍ଧାଳୁ ଯାତ୍ରରେ ଅଂଶଗ୍ରହଣ କରିଛନ୍ତି । ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ