ETV Bharat / bharat

PoK ଦଖଲ ପାଇଁ ସେନା ପ୍ରସ୍ତୁତ, କେବଳ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା: ସେନା

author img

By

Published : Nov 22, 2022, 10:12 PM IST

PoK ଦଖଲ ପାଇଁ ସେନା ପ୍ରସ୍ତୁତ । ଜମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଯୋଜନାକୁ ପଣ୍ଡ କରିବାରେ ସଫଳ ହୋଇଥିବା ଭାରତୀୟ ସେନା (Indian Army) ଏବେ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) (Pakistan Occupied Kashmir) ଦଖଲ କରିବାକୁ ପୁରା ପ୍ରସ୍ତୁତ ଅଛି । ଆଜି ଯାହାର ସ୍ପଷ୍ଟ ସଂକେତ ଦେଇଛନ୍ତି ନର୍ଦ୍ଦନ ଆର୍ମି କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ (Northern Army Commander Lt general Upendra Dwivedi) । ଅଧିକ ପଢନ୍ତୁ

PoK ଦଖଲ ପାଇଁ ସେନା ପ୍ରସ୍ତୁତ
PoK ଦଖଲ ପାଇଁ ସେନା ପ୍ରସ୍ତୁତ

ନୂଆଦିଲ୍ଲୀ: PoK ଦଖଲ ପାଇଁ ସେନା ପ୍ରସ୍ତୁତ । ଜମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଯୋଜନାକୁ ପଣ୍ଡ କରିବାରେ ସଫଳ ହୋଇଥିବା ଭାରତୀୟ ସେନା (Indian Army) ଏବେ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) (Pakistan Occupied Kashmir) ଦଖଲ କରିବାକୁ ପୁରା ପ୍ରସ୍ତୁତ ଅଛି । ଆଜି ଯାହାର ସ୍ପଷ୍ଟ ସଂକେତ ଦେଇଛନ୍ତି ନର୍ଦ୍ଦନ ଆର୍ମି କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ (Northern Army Commander Lt general Upendra Dwivedi) ।

  • #WATCH | As far as the Indian Army is concerned, it'll carry out any order given by the Government of India. Whenever such orders are given, we will always be ready for it: Lt Gen Upendra Dwivedi, Northern Army Commander on Defence Minister statement of taking back PoJK pic.twitter.com/iILZWiDVnF

    — ANI (@ANI) November 22, 2022 " class="align-text-top noRightClick twitterSection" data=" ">

ଏହାବି ପଢନ୍ତୁ- ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀ ବାଣ୍ଟିଲେ ୭୧ ହଜାର ନିଯୁକ୍ତିପତ୍ର

ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି ପାକ ଅଧିକୃତ ପିଓକେ ଦଖଲ କରିବା ପାଇଁ ସେନା ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛି (Indian Army ready to execute orders on taking back PoK) । ଭାରତ ସରକାରଙ୍କ ସମସ୍ତ ନିର୍ଦ୍ଦେଶ ପାଳନ କରିବାକୁ ଆମେ ବଦ୍ଧପରିକର । ପିଓକେ ଦଖଲ ପାଇଁ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି । ନିର୍ଦ୍ଦେଶ ଆସିଲେ ଆମେ ଅପରେସନ ଆରମ୍ଭ କରିବୁ ବୋଲି କହିଛନ୍ତି ଦ୍ବିଦେବୀ । ନର୍ଦ୍ଦନ ଆର୍ମି କମାଣ୍ଡର ମୁଖ୍ୟଙ୍କ ଏହି ବୟାନ ପରେ ସ୍ପଷ୍ଚ ହୋଇଛି ଯେ ପିଓକେ ଦଖଲ ପାଇଁ ସେନା ପୁରା ପ୍ରସ୍ତୁତି ରଣନୀତି ଶେଷ କରିଛି । ସରକାରଙ୍କ ନିର୍ଦ୍ଦେଶ ମିଳିବା ପରେ ସେନା ଅପରେସନ ଆରମ୍ଭ କରିଦେବ । କମାଣ୍ଡର ମୁଖ୍ୟଙ୍କ ଏହି ବୟାନ ବେଶ ଗୁରୁତ୍ବ ବହନ କରୁଛି । କାରଣ ଯେତେବେଳେ ସେନା ପୁରା ଜମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କୁ ଖୋଜି ଖୋଜି ନିପାତ କରୁଛି, ସେତେବେଳେ ସେନା ପିଓକେ ଅପରେସନ ରଣନୀତି ବି ଶେଷ କରିଛି ।

ଏହାବି ପଢନ୍ତୁ- ଭିନ୍ନକ୍ଷମ ହୋଇ ଶଯ୍ୟାଶାୟୀ ୩ ବଢିଲା ଝିଅ, ଚିକିତ୍ସା ପାଇଁ ସହାୟତା ଅପେକ୍ଷାରେ ଅସହାୟ ବାପାମାଆ

ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଆହୁରି କହିଛନ୍ତି ଯଦି ପାକିସ୍ତାନ ଅସ୍ତ୍ରବିରତି ଉଲଙ୍ଘନ କରେ ଏହାର କଡା ଜବାବ ଦିଆଯିବ । ସୀମାରେ ଶାନ୍ତି ବଜାୟ ରଖିବା ଉଭୟ ଭାରତ- ପାକିସ୍ତାନର ଦାୟିତ୍ୱ । ଯଦି କୌଣସି ରାଷ୍ଚ୍ର ଶାନ୍ତି ଭଙ୍ଗ ପ୍ରୟାସ କରେ, ଭାରତୀୟ ସେନା ଉପଯୁକ୍ତ ଜବାବ ଦେବାକୁ ପ୍ରସ୍ତୁତ ।

ଏହାବି ପଢନ୍ତୁ- TRS ମନ୍ତ୍ରୀଙ୍କ ଘରେ ଆୟକର ବିଭାଗର ଚଢାଉ

ସୂଚନାଯୋଗ୍ଯ ଯେ, ଗତ ମାସରେ ଜମ୍ମୁ କଶ୍ମୀର ଗସ୍ତବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପିଓକେକୁ ନେଇ ବଡ ବୟାନ ଦେଇଥିଲେ । ରାଜନାଥ କହିଥିଲେ ପାକିସ୍ତାନ ପିଓକେରେ ଅତ୍ୟାଚାର କରୁଛି । ଏହାର ପରିଣାମର ପାକିସ୍ତାନକୁ ଦେବାକୁ ପଡିବ । କଶ୍ମୀରର ବିକାଶ କାର୍ଯ୍ୟ ଜୋରଦାର ହୋଇଛି । ଏହା ଗିଲଗିଟ-ବାଲୁଚିସ୍ତାନ ଯାଏ ପହଞ୍ଚିବ ବୋଲି କହିଥିଲେ ।

ଇଟିଭି ଭାରତ, ନୂଆଦିଲ୍ଲୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.