ETV Bharat / bharat

ଶତ୍ରୁକୁ କଡା ଜବାବ ଦେବାକୁ ସେନା ପ୍ରସ୍ତୁତ: ସ୍ଥଳସେନା ମୁଖ୍ୟ - ଏମ ଏମ ନରୱାଣେ

ପୁଣି ଥରେ ପୂର୍ବ ଲଦାଖ ସୀମାରେ ଚୀନ ଚାଲବାଜି ଆରମ୍ଭ କରିଛି । ସୈନ୍ୟ ଠୁଳ ସହିତ ଯୁଦ୍ଧାସ୍ତ୍ର ମଧ୍ୟ ମୁତୟନ କରୁଛି । ଏପଟେ ସ୍ଥିତି ସମୀକ୍ଷା ପରେ ପ୍ରତିକ୍ରିୟା ରଖିଲେ ସ୍ଥଳସେନା ମୁଖ୍ୟ । ଅଧିକ ପଢନ୍ତୁ...

ଶତ୍ରୁ ପକ୍ଷର କଡା ଜବାବ୍ ଦେବାକୁ ସେନା ପ୍ରସ୍ତୁତ: ସ୍ଥଳସେନା ମୁଖ୍ୟ

author img

By

Published : Oct 2, 2021, 3:15 PM IST

ନୂଆଦିଲ୍ଲୀ: ଶତ୍ରୁ ପକ୍ଷ ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ଭାରତ ସବୁପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ । ପୂର୍ବ ଲଦାଖ ସୀମାରେ ସ୍ଥିତି ସମୀକ୍ଷା ସମୟରେ ଏପରି କହିଛନ୍ତି ସ୍ଥଳସେନା ମୁଖ୍ୟ ମନୋଜ ମୁକୁନ୍ଦ ନରୱାଣେ ।

ତେବେ ନରୱାଣେ ସୀମା ତଦାରଖ ସମୟରେ ଚୀନ ଚଳାଇଥିବା କାର୍ଯ୍ୟକଳାପକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଚାଇନା ସୀମାରେ ଅଧିକରୁ ଅଧିକ ଯବାନ ମୁତୟନ କରିଥିବା କହିଛନ୍ତି ସ୍ଥଳ ସେନା ମୁଖ୍ୟ । ସବୁ ପରେ ବି ଶତ୍ରୁ ପକ୍ଷ ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ଭାରତୀୟ ସେନା ସବୁର ଜବାବ୍ ଦେବାକୁ ତୟାର ବୋଲି ଦମ୍ଭୋକ୍ତିର ସହ କହିଛନ୍ତି ନରୱାଣେ ।

ସ୍ଥିତି ଯାଞ୍ଚ ସହ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବାକୁ ଦୁଇ ଦିନିଆ ଲଦାଖ ଗସ୍ତରେ ସ୍ଥଳସେନା ମୁଖ୍ୟ ମନୋଜ ମୁକୁନ୍ଦ ନରୱାଣେ ଯାଇଛନ୍ତି । ଏହି ଅବସରରେ ସୀମା ସ୍ଥିତି ସମୀକ୍ଷା କରି ସେ କହିଛନ୍ତି, ଏଲଏସିର ଅପରପାର୍ଶ୍ୱରେ ଚୀନ ଘାଟିରେ ଅଧିକ ସଂଖ୍ୟକ ଯବାନ ମୁତୟନ କରିଛି । ଏହା ନିଶ୍ଚିତ ଚିନ୍ତାର ବିଷୟ । କିନ୍ତୁ ଡ୍ରାଗନର ସବୁ ପ୍ରକାରର ଗତିବିଧି ଉପରେ ସେନା ବାହିନୀର ନଜର ରହିଛି । ଆମେ ସବୁ ପ୍ରକାରର ପରିସ୍ଥିତିର ଜବାବ ଦେବାକୁ ପ୍ରସ୍ତୁତ । ପ୍ରତିଟି ମୁକାବିଲାର କଡା ଜବାବ ଦିଆଯିବ ।

ତେବେ, ଚୀନ ସୀମା ଆରପଟେ ବହୁମାତ୍ରରେ ସୈନ୍ୟ ଏବଂ ଆଧୁନିକ ଯୁଦ୍ଧାସ୍ତ୍ର ଠୁଳ କରିବାରେ ଲାଗିଛି । ଭାରତ ମଧ୍ୟ କାଉଣ୍ଟର ଡିପ୍ଲୟମେଣ୍ଟ (ଜବାବୀ ମୁତୟନ) କରିଛି ।

ଦୀର୍ଘଦିନ ଧରି ଲଦାଖ ସୀମାରେ ଚୀନ ସହ ବିବାଦ ଲାଗି ରହିଛି । ନିକଟରେ ଦୁଇ ଦେଶ ଆଲୋଚନା ଦ୍ୱାରା ବିଭିନ୍ନ ସ୍ଥାନରୁ ସେନା ପ୍ରତ୍ୟାହାର କରିଛନ୍ତି । ତଥାପି ଆହୁରି କିଛି ବିବାଦୀୟ ସ୍ଥାନରେ ଏବେ ଉଭୟ ଦେଶର ଯବାନ ଆମ୍ନାସାମ୍ନି ଠିଆ ହୋଇଛନ୍ତି ।

ଏସବୁ ଭିତରେ ସ୍ଥଳ ସେନା ମୁଖ୍ୟ କହିଛନ୍ତି, 'ବିଗତ ୬ ମାସ ହେଲା ଏଲଏସି ସ୍ଥିତି ସ୍ୱାଭାବିକ ରହିଛି । ସବୁ ସ୍ତରରେ ଆଲୋଚନା ହେଉଛି । ୧୨ ରାଉଣ୍ଡ ଆଲୋଚନା ସରିଛି । ୧୩ତମ ରାଉଣ୍ଡ ଆଲୋଚନା ଖୁବଶୀଘ୍ର ହେବ । ମୋର ଆଶା ସବୁ ପଏଣ୍ଟରେ ଖୁବଶୀଘ୍ର ସେନା ପ୍ରତ୍ୟାହାର ହେବ ।'

ବର୍ତ୍ତମାନ ଭାରତ ଓ ଚାଇନା ମଧ୍ୟରେ ହଟସ୍ପ୍ରିଙ୍ଗ ସମେତ ଦେସପାଙ୍ଗ ଓ ଡେମଚୋକରୁ ସେନା ପ୍ରତ୍ୟାହାର କରିବାକୁ ବୁଝାମଣା ଚାଲିଛି । ସେପଟେ ପାକିସ୍ତାନ ପଟୁ ସୀମା ପାର ଅନୁପ୍ରବେଶ ଉପରେ ମଧ୍ୟ ପ୍ରତିକ୍ରିୟା ରଖି ନରୱାଣେ କହିଛନ୍ତି, ପାକିସ୍ତାନ ସୀମାନ୍ତରେ କିଛି ମାସ ହେବ ଗୁଳି ଓ ମୋର୍ଟାର ମାଡ଼ ବନ୍ଦ ରହିଛି । କିନ୍ତୁ ଏଲଓସି ଡେଇଁ ଆତଙ୍କବାଦୀମାନେ ଭାରତରେ ଅନୁପ୍ରବେଶ କରିବାକୁ ପୁଣିଥରେ ଉଦ୍ୟମ ଆରମ୍ଭ କରିଛନ୍ତି । ଏହାର ମୁକାବିଲା କରିବାକୁ ଭାରତୀୟ ସେନା ସତର୍କ ହୋଇରହିଛି ।

ଏଥିସହ ଗତ ସପ୍ତାହରେ ହୋଇଥିବା ଅନୁପ୍ରବେଶକୁ ମଧ୍ୟ ବେଶ ସଫଳତାର ସହ ପଣ୍ଡ କରିବାକୁ ସକ୍ଷମ ହୋଇଛି ଭାରତୀୟ ସେନା । ପାକିସ୍ତାନ ସହ ଅସ୍ତ୍ର ବିରତି ଚୁକ୍ତି ଭଲ ଫଳ ଆଣିଛି । କିନ୍ତୁ ଅନୁପ୍ରବେଶ ଉଦ୍ୟମ ଆରମ୍ଭ ହୋଇଛି । ଏହାକୁ ଆମେ ପଣ୍ଡ କରୁଛୁ । ପାକିସ୍ତାନ ଆର୍ମିର ଅଗୋଚରରେ ଏପରି ଅନୁପ୍ରବେଶ ସମ୍ଭବ ନୁହେଁ ବୋଲି ଜେନେରାଲ ନରଭାଣେ କହିଛନ୍ତି ।

ଅନ୍ୟପକ୍ଷରେ ଲଦାଖ ସୀମାରେ ଭାରତ ସେନାର ଶକ୍ତି ବୃଦ୍ଧି ହୋଇଛି । ଭାରତୀୟ ସେନାରେ କେ-୯ ବଜ୍ର ସାମିଲ ହୋଇଛି । ଏହି ସ୍ୱଂୟକ୍ରିୟ ବଜ୍ର-୯ ଟ୍ୟାଙ୍କକୁ ଆଗୁଆ ଘାଟିରେ ମୁତୟନ କରାଯାଇଛି । ଏହାର ଲକ୍ଷ୍ୟଭେଦ କ୍ଷମତା ୫୦ କିମି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.