ETV Bharat / bharat

Indian Army Chief Visits Kashmir: 2 ଦିନିଆ କଶ୍ମୀର ଗସ୍ତରେ ସ୍ଥଳସେନା ମୁଖ୍ୟ - ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ

ଦୁଇ ଦିନିଆ କଶ୍ମୀର ଗସ୍ତରେ ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ(Indian Army Chief General Manoj Pande) । ଅଧିକ ପଢନ୍ତୁ

Indian Army Chief Visit Kashmir:ଦୁଇ ଦିନିଆ କାଶ୍ମୀର ଗସ୍ତରେ ଭାରତୀୟ ସ୍ଥଳସେନା ମୁଖ୍ୟ

author img

By

Published : May 22, 2022, 7:12 AM IST

ଶ୍ରୀନଗର: ଦୁଇ ଦିନିଆ କଶ୍ମୀର ଗସ୍ତରେ ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ(Indian Army Chief General Manoj Pande) । ଶନିବାର ଅପରାହ୍ନରେ ସେ ଶ୍ରୀନଗରରେ ପହଞ୍ଚିଛନ୍ତି । ଆଜି ଘାଟିରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ ।

ଏହାସହ ସେନାର କାର୍ଯ୍ୟ ପ୍ରସ୍ତୁତି ନେଇ ଆଲୋଚନା କରାଯିବ ବୋଲି ଜଣାପଡିଛି । କେବଳ ସେତିକି ନୁହେଁ ଆତଙ୍କ ବିରୋଧି ମୁକାବିଲା ନେଇ ରଣନୀତି ପ୍ରସ୍ତୁତ ହେବ ବୋଲି ଚର୍ଚ୍ଚା ହେଉଛି । ଭାରତର 29ତମ ସ୍ଥଳସେନା ମୁଖ୍ୟ ଭାବେ ଏପ୍ରିଲ ୩୦ରେ ଦାୟିତ୍ବ ଗ୍ରହଣ କରିଥିଲେ ଜେନେରାଲ ମନୋଜ ପାଣ୍ଡେ ।

1982 ଡିସେମ୍ବର 24ରେ ସେ ଭାରତୀୟ ସ୍ଥଳସେନାରେ ଭର୍ତ୍ତି ହୋଇଥିଲେ । ଏହା ପୂର୍ବରୁ ସେ 3 ଦିନିଆ ଲଦାଖ ଗସ୍ତ କରିଥିଲେ । ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ ପରେ ସେ ପ୍ରଥମ ଥର ଲଦାଖ ଗସ୍ତ କରିଥିଲେ । ଏହି 3 ଦିନିଆ ଗସ୍ତରେ ସେ ଭାରତ-ଚୀନ ପ୍ରକୃତ ନିୟନ୍ତ୍ରଣ ରେଖା (LAC)ରେ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ । ସେ ମଧ୍ୟ ପୂର୍ବ ଲଦାଖର ଫରୱାର୍ଡ ପୋଷ୍ଟ ପରିଦର୍ଶନ କରିଥିଲେ ଏବଂ ସେଠାରେ ନିୟୋଜିତ ହୋଇଥିବା ସେନା ସହିତ ଆଲୋଚନା ମଧ୍ୟ କରିଥିଲେ ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.