ETV Bharat / bharat

ଟାଇଗର ହିଲର ହିରୋ ଯୋଗେନ୍ଦ୍ର ସିଂ ଯାଦବ ସେନାରୁ ନେଲେ ଅବସର

କାରଗିଲ ଯୁଦ୍ଧର (Kargil War) ବୀର ଯୋଦ୍ଧା ତଥା ପରମବୀର ଚକ୍ର ବିଜେତା ଯୋଗେନ୍ଦ୍ର ସିଂ ଯାଦବ (Param Vir Chakra awardee Yoginder Singh Yadav) ଆଜି ଭାରତୀୟ ସେନାରୁ ଅବସର ନେଇଛନ୍ତି। ଅଧିକ ପଢନ୍ତୁ

author img

By

Published : Jan 1, 2022, 10:08 PM IST

Tiger Hill  Param Vir Chakra awardee  Yoginder Singh Yadav
ଟାଇଗର ହିଲର ହିରୋ ଯୋଗେନ୍ଦ୍ର ସିଂ ଯାଦବ ସେନାରୁ ନେଲେ ଅବସର

ନୂଆଦିଲ୍ଲୀ: କାରଗିଲ ଯୁଦ୍ଧର ବୀର ଯୋଦ୍ଧା ତଥା ପରମବୀର ଚକ୍ର ବିଜେତା ଯୋଗେନ୍ଦ୍ର ସିଂ ଯାଦବ (Param Vir Chakra awardee Yoginder Singh Yadav) ଆଜି ଭାରତୀୟ ସେନାରୁ ଅବସର ନେଇଛନ୍ତି। ଭାରତୀୟ ସେନା ପକ୍ଷରୁ ତାଙ୍କୁ ଅବସରକାଳୀନ ବିଦାୟ ଦିଆଯାଇଛି। ଯୋଗେନ୍ଦ୍ର ସିଂ ଯାଦବଙ୍କୁ କାର୍ଗିଲ ଯୁଦ୍ଧରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତର ସର୍ବୋଚ୍ଚ ସାମରିକ ସମ୍ମାନ ପୁରସ୍କାର ପରମବୀର ଚକ୍ର ପ୍ରଦାନ କରାଯାଇଥିଲା। ତାଙ୍କୁ ସେତେବେଳେ ମାତ୍ର 19 ବର୍ଷ ହୋଇଥିଲା ଏବଂ ସେ ଏହି ପୁରସ୍କାର ପାଇବାରେ ସବୁଠାରୁ କନିଷ୍ଠ ବ୍ୟକ୍ତି ହୋଇଥିଲେ ।

  • Indian Army bids farewell to the hero of Tiger Hill, Sub Maj (Hony Capt) Yoginder Singh Yadav, Param Vir Chakra awardee, on his superannuation with a traditional send-off: Army pic.twitter.com/rPb7LkEdtT

    — ANI (@ANI) January 1, 2022 " class="align-text-top noRightClick twitterSection" data=" ">

ଯୋଗେନ୍ଦ୍ର ସିଂ ଯାଦବ ଥିଲେ କାରଗିଲ ଯୁଦ୍ଧର ବୀର ଯୋଦ୍ଧା । ଉତ୍ତରପ୍ରଦେଶର ବୁଲନ୍ଦସହର ୱରଙ୍ଗାବାଦ ଅହିର ଗ୍ରାମରେ ଏକ ସେନା ପରିବାରରେ ଯୋଗେନ୍ଦ୍ର ସିଂ ଯାଦବ 10 ମେ 1980 ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ମଧ୍ୟ ଜଣେ ସେନା ଅଧିକାରୀ ଥିଲେ ଏବଂ 1965 ଏବଂ 1971 ର ଭାରତ-ପାକିସ୍ତାନୀ ଯୁଦ୍ଧରେ ଭାଗ ନେଇଥିଲେ। ସେ ତାଙ୍କ ଗାଁର ସରକାରୀ ବିଦ୍ୟାଳୟରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ। ଏହା ପରେ ଦ୍ବାଦଶ ଶ୍ରେଣୀରେ ପଢୁଥିବା ସମୟରେ ପ୍ରଥମ ପ୍ରୟାସରେ ସେନାରେ ଭର୍ତ୍ତି ହୋଇଥିଲେ।

ଟାଇଗର ହିଲକୁ କବଜା କରିବାରେ ନେଇଥିଲେ ଗୁରୁତ୍ବପୂର୍ଣ୍ଣ ଭୂମିକା

ଯୋଗେନ୍ଦ୍ର ସିଂ ଯାଦବ 1999 ଭାରତ ଏବଂ ପାକିସ୍ତାନ କାରଗିଲ ଯୁଦ୍ଧରେ ନେଇଥିଲେ ଗୁରୁତ୍ବପୂର୍ଣ୍ଣ ଭୂମିକା । ଏହି ଯୁଦ୍ଧରେ ଟାଇଗର ହିଲକୁ କାବୁ କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିଲା। ସାମରିକ ଦୃଷ୍ଟିକୋଣରୁ ମଧ୍ୟ ଟାଇଗର ହିଲ ଥିଲା ଅତ୍ୟନ୍ତ ମହତ୍ବପୂର୍ଣ୍ଣ । ଯୋଗେନ୍ଦ୍ର ସିଂ ୨ ଜୁଲାଇ ରାତିରେ ନିଜ ପ୍ଲାଟୁନକୁ ନେଇ ଟାଇଗର ହିଲ ଉପରକୁ ଚଢିବା ଆରମ୍ଭ କରିଥିଲେ। ସେମାନେ ରାତିରେ ଚଢୁଥିବାବେଳେ ଦିନରେ ପଥର ତଳେ ଲୁଚି ରହୁଥିଲେ । ଜୁଲାଇ 4 ରେ ପର୍ବତ ଶୀର୍ଷରେ ପହଞ୍ଚିବା ପରେ ପାକିସ୍ତାନର ପ୍ରଥମ ବଙ୍କରରେ ଗ୍ରେନେଡ ଫିଙ୍ଗିଥିଲେ ଯେଉଁଥିଲେ ପାକିସ୍ତାନର ଚାରିଜଣ ସୈନିକ ପ୍ରାଣ ହରାଇଥିଲେ। ଏହା ପରେ ପାକିସ୍ତାନ ସେନା ସହ ଗୁଳି ବିନିମୟ ହୋଇଥିଲା ସାହାସହ ସହିତ ଲଢେଇ କରି ପାକିସ୍ତାନୀ ସୈନ୍ୟଙ୍କୁ ଧରାଶାୟୀ କରିଥିଲେ। ତାଙ୍କ ଦେହରେ ୧୭ ଟି ଗୁଳି ବାଜିଥିଲା।ତାଙ୍କର ସାହସିକତା ଯୋଗୁଁ ପାକିସ୍ତାନ ବଙ୍କର ଗୁଡିକୁ କବଜା କରିବାରେ ସଫଳ ହୋଇଥିଲା। ଯୋଗେନ୍ଦ୍ର ସିଂଙ୍କ ସାହସ ଯୋଗୁଁ ଭାରତୀୟ ସେନା ଟାଇଗର ହିଲକୁ କାବୁ କରିବାରେ ସଫଳ ହୋଇଥିଲେ ଏବଂ କାର୍ଗିଲ ଯୁଦ୍ଧରେ ବିଜୟ ଲାଭ କରିଥିଲେ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.