ନୂଆଦିଲ୍ଲୀ: ବର୍ତ୍ତମାନ ସାମରିକ ଆହ୍ବାନ ଓ ବିଶ୍ବ ଶକ୍ତିର ଆବଶ୍ୟକତାକୁ ଦେଖି ଭାରତୀୟ ସେନାର ଆଧୁନିକୀକରଣ ପ୍ରକ୍ରିୟା ଉପରେ ଗୁରୁତ୍ବ ଦେଉଛି ପ୍ରତିରକ୍ଷା ମନ୍ତ୍ରଣାଳୟ । ଏହି ପ୍ରକ୍ରିୟାରେ ନୂଆ ତଥା ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା, ଅସ୍ତ୍ରଶସ୍ତ୍ର ଓ ଉପକରଣ ସେନାରେ ସାମିଲ ହେବାରେ ଲାଗିଛି । ଏହି କ୍ରମରେ ସେନାରେ ସାମିଲ ହୋଇଛି Mini Remotely Piloted Aircraft Systems ।
-
As part of ongoing modernisation & induction of niche & emerging technologies at the tactical level, Indian Army has acquired "Mini Remotely Piloted Aircraft Systems". These RPAs will further enhance the surveillance capabilities in high altitude areas: Indian Army pic.twitter.com/wBQcGaA56L
— ANI (@ANI) February 23, 2022 " class="align-text-top noRightClick twitterSection" data="
">As part of ongoing modernisation & induction of niche & emerging technologies at the tactical level, Indian Army has acquired "Mini Remotely Piloted Aircraft Systems". These RPAs will further enhance the surveillance capabilities in high altitude areas: Indian Army pic.twitter.com/wBQcGaA56L
— ANI (@ANI) February 23, 2022As part of ongoing modernisation & induction of niche & emerging technologies at the tactical level, Indian Army has acquired "Mini Remotely Piloted Aircraft Systems". These RPAs will further enhance the surveillance capabilities in high altitude areas: Indian Army pic.twitter.com/wBQcGaA56L
— ANI (@ANI) February 23, 2022
ଏହି ହାଲୁକା ଏୟାରକ୍ରାଫ୍ଟ ସର୍ଭିଲାନ୍ସରେ ବ୍ୟବହାର କରାଯାଇପାରିବ । ଏହି ଉଚ୍ଚଶକ୍ତି ସମ୍ପନ୍ନ ସର୍ଭିଲାନ୍ସ ଏୟାରକ୍ରାଫ୍ଟ ଯେକୌଣସି ପ୍ରତିକୂଳ ପରିସ୍ଥିତିରେ ରିମୋର୍ଟ ଦ୍ବାରା ନିୟନ୍ତ୍ରିତ ହୋଇପାରିବା ସହ ପ୍ରଭାବୀ ଭାବେ କାର୍ଯ୍ୟ କରିପାରିବ । ଏହାର ବ୍ୟବହାର ଫଳରେ ସର୍ବିଲାନ୍ସ ପ୍ରକ୍ରିୟାରେ ସେନାକୁ ସଫଳତା ମିଳିପାରିବ । ଫଳରେ ଶତ୍ରୁ ସେନାର ଗତିବିଧି ଓ ଅବସ୍ଥିତି ଉପରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ଯ ହାସଲ କରିପାରିବ ସେନା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ