ନୂଆଦିଲ୍ଲୀ: ସମ୍ମାନନକ ଗ୍ରେମୀ ଆଓ୍ବାର୍ଡ-2024 (Grammy Awards) ପାଇଁ ମନୋନୀତ ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲିଖିତ ଓ ଭାରତୀୟ-ଆମେରିକୀୟ ଗାୟିକା ପାଲ୍ଗୁନୀ ଶାହ ଗାଇଥିବା ମିଲେଟ ସଂଗୀତ ‘ଏବଡେନ୍ସ ଇନ ମିଲେଟ’ (Abundance in Millets) । ଗ୍ଲୋବାଲ ମ୍ୟୁଜିକ ଭିଡିଓ ବର୍ଗରେ ଗ୍ରେମୀ ଆଓ୍ବାର୍ଡ 2024 ପାଇଁ ଏହାକୁ ନୋମିନେଟ କରାଯାଇଛି । ଏହି ସଙ୍ଗୀତରେ ମିଲେଟ (ମାଣ୍ଡିଆ ଜାତୀୟ ଶସ୍ୟ)ର ଉପକାରିତା ଓ ଏହାର ଉତ୍ପାଦନ ବୃଦ୍ଧି କରିବା ପାଇଁ ଭାରତ ସରକାରଙ୍କ ପ୍ରୟାସ ଓ ଭିଜନକୁ ବର୍ଣ୍ଣନା କରାଯାଇଛି । ଏହାକୁ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେଖିଥିବା ବେଳେ ଏଥିରେ କଣ୍ଠଦାନ କରିଥିବା ଭାରତୀୟ-ଆମେରିକୀୟ ଗାୟିକା ଫାଲ୍ଗୁନି ଶାହ ହେଉଛନ୍ତି ‘ଗ୍ରେମୀ ଆଓ୍ବାର୍ଡ ବିଜେତା’ । ଏହି ସଙ୍ଗୀତକୁ ଜୁନ୍ 16 ତାରିଖରେ ଆମେରିକାରେ ରିଲିଜ୍ କରାଯାଇଥିଲା । ଏଥିରେ ଫାଲ୍ଗୁନି ଓ ତାଙ୍କ ସ୍ବାମୀ ଗୌରବ ଶାହ ମଧ୍ୟ କଣ୍ଠଦାନ କରିଛନ୍ତି । ଏହା ଏବେ ୟୁଟ୍ୟୁବରେ ଉପଲବ୍ଧ ରହିଛି । ଏହା ରିଲିଜ ହେବା ପରେ ବେଶ ଲୋକପ୍ରିୟତା ମଧ୍ୟ ହାସଲ କରିସାରିଛି ।
-
The video for our single "Abundance in Millets" is out now. A song written and performed with honorable Prime Minister @narendramodi to help farmers grow millets and help end world hunger. @UN declared this year as The International Year of Millets! pic.twitter.com/wKXThL2R5Z
— Falu (@FaluMusic) June 28, 2023 " class="align-text-top noRightClick twitterSection" data="
">The video for our single "Abundance in Millets" is out now. A song written and performed with honorable Prime Minister @narendramodi to help farmers grow millets and help end world hunger. @UN declared this year as The International Year of Millets! pic.twitter.com/wKXThL2R5Z
— Falu (@FaluMusic) June 28, 2023The video for our single "Abundance in Millets" is out now. A song written and performed with honorable Prime Minister @narendramodi to help farmers grow millets and help end world hunger. @UN declared this year as The International Year of Millets! pic.twitter.com/wKXThL2R5Z
— Falu (@FaluMusic) June 28, 2023
ଫାଲ୍ଗୁନି ଶାହ ଏକ୍ସରେ ପୋଷ୍ଟ କରିଛନ୍ତି:
ଫାଲଗୁନି ଶାହା ତାଙ୍କ ଅଫିସିଆଲ୍ ‘ଏକ୍ସ’ ଆକାଉଣ୍ଟରେ ପୋଷ୍ଟ କରି ପୂର୍ବରୁ ଏହି ସୂଚନା ଦେଇସାରିଛନ୍ତି । ସେ ଟ୍ବିଟରେ ଲେଖିଛନ୍ତି,‘‘ ଆମର ‘ଏବଡେନ୍ସ ଇନ ମିଲେଟ’ ସଙ୍ଗୀତର ଭିଡିଓ ବର୍ତ୍ତମାନ ରିଲିଜ ହୋଇସାରିଛି । ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଏହି ସଙ୍ଗୀତ ଲେଖାଯାଇଛି । କୃଷକମାନଙ୍କୁ ମିଲେଟ ଉତ୍ପାଦନ କ୍ଷେତ୍ରରେ ଅଧିକ ଉତ୍ସାହୀ କରିବା ଓ ବିଶ୍ବ କ୍ଷୁଧାକୁ ଦୂରୀକରଣ ପାଇଁ ଚଳିତ ବର୍ଷକୁ ଅନ୍ତର୍ଜାତୀୟ ମିଲେଟ ବର୍ଷ ଭାବରେ ଘୋଷଣା କରାଯାଇଛି ।’’
ଜୁନ ମାସରେ ଏହି ସଙ୍ଗୀତର ମ୍ୟୁଜିକ ଭିଡିଓକୁ ରିଲିଜ କରାଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦି ଆମେରିକା ଗସ୍ତରେ ଥିବା ବେଳେ ଏହାକୁ ଉନ୍ମୋଚନ କରିଥିଲେ । ଏହି ସଙ୍ଗୀତରେ କଣ୍ଠଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ ଫାଲ୍ଗୁନି ଶାହଙ୍କୁ ପ୍ରଶଂସା ମଧ୍ୟ କରିଥିଲେ । ନୀଜର ଗୀତ ମାଧ୍ୟମରେ ସେ ଭାରତୀୟ ଓ ଆମେରିକୀୟଙ୍କ ମଧ୍ୟରେ ମିଲେଟକୁ ନେଇ ସଚେତନତା ସୃଷ୍ଟି କରିଥିବା ପ୍ରଧାନମନ୍ତ୍ରୀ କହିଥିଲେ ।
ଏହା ମଧ୍ୟ ପଢନ୍ତୁ:-Uniform Civil Code: ୟୁସିସି ଲାଗୁ କରିବାରେ ପ୍ରଥମ ରାଜ୍ୟ ହେବ ଉତ୍ତରାଖଣ୍ଡ !
ବିଶ୍ବରେ କ୍ଷୁଧା ଦୂରୀକରଣ ପାଇଁ ଜାତିସଂଘ ଚଳିତ ବର୍ଷ (2023)କୁ ଅନ୍ତର୍ଜାତୀୟ ମିଲେଟ ବର୍ଷ ଭାବେ ଘୋଷଣା କରିଛି । ଭାରତ ଭଳି ବିଶାଳ ତଥା କୃଷିପ୍ରାଧାନ୍ୟ ଦେଶରେ ମିଲେଟ ଉତ୍ପାଦନ ନେଇ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । କେନ୍ଦ୍ର ସରକାରଙ୍କ ସହ ରାଜ୍ୟ ସରକାରମାନେ ମଧ୍ୟ ମିଲେଟ ମିଶନରେ ଉତ୍ପାଦନକୁ ବଢାଇବା ପାଇଁ ଚାଷୀଙ୍କୁ ପ୍ରତ୍ସାହିତ କରୁଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ