ETV Bharat / bharat

ଗ୍ରୁପ କ୍ୟାପଟେନ ହେଲେ ବାଲାକୋଟ ଏୟାର ଷ୍ଟ୍ରାଇକ ହିରୋ

author img

By

Published : Nov 3, 2021, 9:52 PM IST

ଓ୍ବିଙ୍ଗ କମାଣ୍ଡର ତଥା ବାଲାକୋଟ ଏୟାର ଷ୍ଟ୍ରାଇକର ନାୟକ ଅଭିନନ୍ଦନ ବର୍ଥମାନଙ୍କୁ ପଦୋନ୍ନତି ଦେଲା ଭାରତୀୟ ବାୟୁସେନା । ଏଣିକିି ଗ୍ରୁପ କ୍ୟାପଟେନ ଭାବେ ସମ୍ଭାଳିବେ ଦାୟିତ୍ବ । ଅଧିକ ପଢନ୍ତୁ...

ବାଲାକୋଟ ଏୟାର ଷ୍ଟ୍ରାଇକ ନାୟକଙ୍କୁ ଅଭିନନ୍ଦନ, ଗ୍ରୁପ କ୍ୟାପଟେନ ଭାବେ ଗୁରୁଦାୟିତ୍ବ

ନୂଆଦିଲ୍ଲୀ: ବାୟୁସେନାର ଲଢୁଆ ବିମାନ ପାଇଲଟ ତଥା ବାଲାକୋଟ ଏୟାର ଷ୍ଟ୍ରାଇକର ହିରୋ ଓ୍ବିଙ୍ଗ କମାଣ୍ଡର ଅଭନନ୍ଦନ ବର୍ଥମାନଙ୍କୁ ପଦୋନ୍ନତି ଦେଇଛି ଭାରତୀୟ ବାୟୁ ସେନା । ଏବେ ଗ୍ରୁପ କ୍ୟାପଟେନ ଭାବେ ଦାୟିତ୍ବ ସମ୍ଭାଳିବେ ଅଭିନନ୍ଦନ । ଏନେଇ ବାୟୁସେନା ନିଜ ବିଜ୍ଞପ୍ତିରେ ପ୍ରକାଶ କରିଥିବାବେଳେ ଖୁବଶୀଘ୍ର ଅଭନନ୍ଦନ ଏହି ନୂଆ ଦାୟିତ୍ବ ଗ୍ରହଣ କରିବେ ବୋଲି ସୂଚନା ମିଳିଛି । ବାୟୁସେନାର ଗ୍ରୁପ କ୍ୟାପଟେନ ସ୍ଥଳସେନାର କୋଲୋନେଲ ପାହ୍ୟା ସହ ସମାନ ଏକ ଗୁରୁତ୍ବପୂର୍ଣ୍ଣ ଅଧିକାରୀ ରାଙ୍କ ।

୨୦୧୯ ମସିହା ଫେବୃଆରୀ ୨୭ ତାରିଖରେ ପାକିସ୍ତାନ ସୀମାରେ ପଶି ପାକିସ୍ତାନ ବାୟୁସେନାର ଆମେରିକା ନିର୍ମିତ ଅତ୍ୟାଧୁନିକ ଯୁଦ୍ଧ ବିମାନ F-୧୬ କୁ ଖସାଇଥିଲେ ଅଭିନନ୍ଦନ । ପରେ ସେ ଉଡାଉଥିବା ମିଗ-୨୧ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁଁ ପାକ ସୀମାରେ ଖସି ପଡିଥିଲେ ସେ । ପାକ ସେନା ଦ୍ବାରା ତାଙ୍କୁ ଗିରଫ କରାଯାଇଥିବା ଖବର ପ୍ରାସାରିତ ହେବା ପରେ ସାରା ଦେଶରେ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ଭାରତର ଚାପ ଆଗରେ ପାକିସ୍ତାନ ମୁଣ୍ଡ ନୁଆଇବା ସହ ୨୪ଘଣ୍ଟା ମଧ୍ୟରେ ଭାରତକୁ କମାଣ୍ଡର ଅଭନନ୍ଦନଙ୍କୁ ହସ୍ତାନ୍ତର କରିବାକୁ ବାଧ୍ୟ ହୋଇଥିଲା ।

ପରେ କିଛି ଦିନ ହସ୍ପିଟାଲରେ ନିରୀକ୍ଷଣରେ ରହିବା ପରେ ପୁଣି ସେ ବାୟୁସେନାରେ ସାମିଲ ହୋଇଥିଲେ । ବର୍ତ୍ତମାନ ଅଭିନନ୍ଦନ ବାୟୁସେନାର ଶ୍ରୀନଗର ବେସରେ ୫୧- ସ୍କ୍ବାର୍ଡନରେ ଓ୍ବିଙ୍ଗ କମାଣ୍ଡର ଭାବେ କାର୍ଯ୍ୟରତ ଅଛନ୍ତି । ତେବେ ବାଲାକୋଟ ଏୟାର ଷ୍ଟ୍ରାଇକ ସାହସିକତା ପାଇଁ ତାଙ୍କୁ ସୌର୍ଯ୍ୟ ଚକ୍ର ଉପାଧିରେ ସମ୍ମାନିତ ମଧ୍ୟ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.