ETV Bharat / bharat

Indian Air Force Day: ଆଜି ବାୟୁସେନା ଦିବସ, ଗଗନରେ ଗର୍ଜନ କରିବେ ବାୟୁବୀର

author img

By ETV Bharat Odisha Team

Published : Oct 8, 2023, 9:09 AM IST

ଆଜି ବାୟୁସେନା ଦିବସ । ବିଶ୍ବର ଚତୁର୍ଥ ସର୍ବବୃହତ୍ତ ବାୟୁଶକ୍ତି ଆମ ବାୟୁସେନା । ଯାହାର ଶକ୍ତି ଦେଖି ଥରିଉଠେ ଶତ୍ରୁ ଛାତି । ଆଜି ବାୟୁସେନା ଦିବସକୁ 91 ବର୍ଷ ପୂରଣ ହୋଇଛି । ଅଧିକ ପଢନ୍ତୁ

Indian Air Force Day
ବାୟୁସେନା ଦିବସ

ନୂଆଦିଲ୍ଲୀ: ଆକାଶରେ ସେମାନେ ଜାଗ୍ରତ ପ୍ରହରୀ ବାୟୁବୀର । ଗଗନରେ ଯାହାଙ୍କ ଗର୍ଜନ ଦେଖି ଥରିଉଠେ ଶତ୍ରୁ ଛାତି । ଦେଶ ମାଟି ମାଆର ସୁରକ୍ଷା ନେଇ ବଳିଷ୍ଠ ଶକ୍ତି ଦେଖାଉଥିବା ଚତୁର୍ଥ ବୃହତ୍ତମ ଏୟାରଫୋର୍ସ ଭାରତୟୀ ବାୟୁସେନା (IAF) । ଆଜି ସେହି ଭାରତୀୟ ବାୟୁସେନା ପ୍ରତିଷ୍ଠାକୁ 91 ବର୍ଷ ପୂରଣ ହୋଇଛି । ପ୍ରତିବର୍ଷ ଅକ୍ଟୋବର 8 ତାରିଖକୁ ଭାରତୀୟ ବାୟୁସେନା ଦିବସ ଭାବେ ପାଳନ କରାଯାଏ । ଆଜି 91ତମ ବାୟୁସେନା ଦିବସରେ ଇଣ୍ଡିଆନ ଏୟାରଫୋର୍ସର ନୂଆ ପ୍ରତୀକ ଉନ୍ମୋଚନ ହେବ । ଉତ୍ତରପ୍ରଦେଶ ପ୍ରୟାଗରାଜ ବାମରାଉଲିରେ ମେଗା ଏୟାର ଶୋ' ଅନୁଷ୍ଠିତ ହେବ । 72 ବର୍ଷ ପରେ ବାୟୁସେନାଙ୍କୁ ମିଳିବ ନୂଆ ଧ୍ବଜା । ଶକ୍ତି, ସାମର୍ଥ୍ୟ ଓ ଶୌର୍ଯ୍ୟ ଦେଖାଇବେ ଭାରତୀୟ ବାୟୁସେନା । ଗଗନରେ ଗର୍ଜନ କରିବେ ପବନ ସହ କଥା ହେବେ ବାୟୁବୀର । 100 ବିମାନ ଦେଖାଇବେ ଦମ । ଗଗନରେ ପବନ ସହ କଥା ହେବେ ସୁଖୋଇ 30, ମିଗ 29, ମିଗ-21 ମିରାଜ, ଜାଗୁଆର ଓ ତେଜସ ଭଳି ଯୁଦ୍ଧବିମାନ ।

ବାୟୁସେନା ଦିବସ ଇତିହାସ: 1932 ମସିହା ଅକ୍ଟୋବର 8 ତାରିଖରେ ଭାରତୀୟ ବାୟୁସେନା ପ୍ରତିଷ୍ଠା ହୋଇଥିଲା । ୟୁକେର ରୟାଲ ଏୟାର ଫୋର୍ସକୁ ସହାୟତା ଯୋଗାଇବା ପାଇଁ ପରାଧୀନ ଭାରତରେ ବାୟୁସେନା ଗଠନ ହୋଇଥିଲା । ଦ୍ବିତୀୟ ବିଶ୍ବଯୁଦ୍ଧରେ ଏହାର ଗୁରୁତ୍ବପୂର୍ଣ୍ଣ ଭୂମିକା ରୟାଲ ଇଣ୍ଡିଆନ ଏୟାର ଫୋର୍ସ ଭାବେ ବିଶ୍ବ ଦରବାରରେ ପରିଚିତ ହୋଇଥିଲା । 1950 ମସିହାରେ ଏହା ଭାରତୀୟ ବାୟୁସେନା ନାମରେ ନାମିତ ହୋଇଥିଲା । ସ୍ବାଧୀନତା ପରେ 1954 ଏପ୍ରିଲ 1 ତାରିଖରେ ସୁବ୍ରୋତ ମୂଖାର୍ଜୀଙ୍କୁ ଭାରତୀୟ ବାୟୁସେନାର ପ୍ରଥମ ବାୟୁ ସେନା ପ୍ରମୁଖ ନିଯୁକ୍ତ କରାଯାଇଥିଲା । ଦିଲ୍ଲୀରେ ଭାରତୀୟ ବାୟୁସେନା ମୁଖ୍ୟାଳୟ ରହିଛି । ପ୍ରଥମେ ଦିଲ୍ଲୀର ପାଲାମ ବିନାମବନ୍ଦରରେ ପ୍ରଥମ ଦିବସ ପାଳନ ହୋଇଥିଲା ।

  • Greetings to the Air Force personnel on #IndianAirForceDay.

    With its wings of steel and the heart of courage, the Indian Air Force has fervently secured the nation's interests during war and peace. On this auspicious occasion, I commemorate the invaluable service and the… pic.twitter.com/icMzc6Uec2

    — Amit Shah (@AmitShah) October 8, 2023 " class="align-text-top noRightClick twitterSection" data=" ">

ଆମେରିକା, ଚୀନ ଓ ଋଷିଆ ପରେ ବିଶ୍ବର ଚତୁର୍ଥ ସର୍ବବୃହତ୍ ବାୟୁଶକ୍ତି ହେଉଛି ଭାରତୀୟ ବାୟୁସେନା । ଭାରତୀୟ ବାୟୁସେନାର ମୋଟ 'ନଭମ ସ୍ପର୍ଶମ ଦୀପ୍ତମ' ଅଟେ । ଯାହାର ଅର୍ଥ ଗୌରବର ସହ ଆକାଶକୁ ସ୍ପର୍ଶ କରିବା । ଭଗବତ ଗୀତାର ୧୧ତମ ଅଧ୍ୟାୟରୁ ଏହା ନିଆଯାଇଛି । ଭାରତୀୟ ବାୟୁସେନାରେ ପ୍ରାୟ ୧୪୦୦୦ ଏୟାରକ୍ରାଫ୍ଟ ଏବଂ ୧, ୭୦,୦୦୦ରୁ ଅଧିକ ସୈନିକ ରହିଛନ୍ତି । ଉତ୍ତରପ୍ରଦେଶର ଗାଜିଆବାଦସ୍ଥିତ ହିନ୍ଦନ ଏୟାରଫୋର୍ସ ଷ୍ଟେସନ ଏସିଆର ସର୍ବବୃହତ ଏବଂ ବିଶ୍ବର ଅଷ୍ଟମ ବୃହତ ବିମାନ ଘାଟି ଅଟେ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରିଲିଫ କାର୍ଯ୍ୟରେ IAF ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

  • Greetings and warm wishes to all Indian Air Force personnel and their families on the occasion of the #91stAnniversary of this amazing force.

    We are proud of our #Airwarriors who play significant role in keeping India safe. The #IAF today is lethal and formidable force,… pic.twitter.com/RTOcwFddNB

    — Rajnath Singh (@rajnathsingh) October 8, 2023 " class="align-text-top noRightClick twitterSection" data=" ">

ବାୟୁସେନା ଦିବସ ଥିମ: କୌଣସି ଦିବସ ମନାଇବା ପୂର୍ବରୁ ଏହାର ଥିମ ବା ବିଷୟ ବସ୍ତୁ ପ୍ରଥମେ ସ୍ଥିର କରାଯାଇଥାଏ । ଏହାପରେ ଉକ୍ତ ଦିନ ଥିମ ଆଧାରରେ ଦିବସକୁ ପାଳନ କରାଯାଇଥାଏ । ଭାରତର 91ତମ ବାୟୁସେନା ଦିବସର ଥିମ ରହିଛି IAF-Airpower Beyond Boundaries ଅର୍ଥାତ ଭାରତୀୟ ବାୟୁସେନା ସୀମାରୁ ଉର୍ଦ୍ଧ୍ବରେ ବାୟୁସେନା ନିର୍ଦ୍ଧାରିତ ହୋଇଛି ।''

91ତମ ବାୟୁସେନା ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଟ୍ବିଟ୍‌ କରି ସେ ଲେଖିଛନ୍ତି,"ଷ୍ଟିଲ୍‌ ଡେଣା ଏବଂ ଦୃଦୟରେ ଅପୂର୍ବ ସାହାସ ଭାରତୀୟ ବାୟୁସେନା ଶାନ୍ତି ଓ ଯୁଦ୍ଧ ସମୟରେ ଦେଶର ସ୍ବାର୍ଥକୁ ସୁରକ୍ଷିତ କରିଛି । ଏହି ଶୁଭ ଅବସରରେ ଦେଶର ସୁରକ୍ଷା ଓ ସାର୍ବଭୌମତ୍ତ୍ବକୁ ରକ୍ଷା କରିବା ଦିଗରେ ସେମାନଙ୍କ ବଳିଦାନକୁ ସଲାମ କରୁଛି ।"

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୁଭେଚ୍ଛା ଜଣାଇ କହିଛନ୍ତି, "ସମସ୍ତ ବାୟୁବୀର ଓ ସେମାନଙ୍କ ପରିବାରକୁ ଅନେକ ଶୁଭେଚ୍ଛା । ଭାରତକୁ ସୁରକ୍ଷିତ ରଖିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଉଥିବା ବାୟୂବୀରଙ୍କ ପାଇଁ ଆମେ ଗର୍ବିତ ।IAF ଆଜି ଶକ୍ତିଶାଳୀ ହୋଇଛି ଯିଏକି ତାର ବାୟୁଶକ୍ତିକୁ ସୀମାରୁ ଉର୍ଦ୍ଧ୍ବରେ ପ୍ରଦର୍ଶିତ କରିଛି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.