ETV Bharat / bharat

ଆପାଚେ ଉଡାଇଲେ ବାୟୁସେନା ମୁଖ୍ୟ - ବାୟୁସେନା ମୁଖ୍ୟ

ଆପାଚେ ହେଲିକପ୍ଟର ଉଡ଼ାଇଲେ ଭାରତୀୟ ବାୟୁସେନା ମୁଖ୍ୟ ଆରକେଏସ ଭଦୌରିଆ । 17 ନଭେମ୍ବରରୁ 20 ନଭେମ୍ବର ଯାଏଁ ପଶ୍ଚିମାଞ୍ଚଳ ଏୟାରବେଶ ଗସ୍ତରେ ରହିଛନ୍ତି ବାୟୁସେନା ମୁଖ୍ୟ। ଅଧିକ ପଢ଼ନ୍ତୁ...

ଆପାଚେ ଉଡ଼ାଇଲେ ବାୟୁସେନା ମୁଖ୍ୟ ଆର.କେ.ଏସ ଭଦରିଆ

author img

By

Published : Nov 19, 2020, 9:44 PM IST

ନୂଆଦିଲ୍ଲୀ: ଆପାଚେ ଆଟାକ୍ ହେଲିକପ୍ଟର ଉଡ଼ାଇଲେ ଭାରତୀୟ ବାୟୁସେନା ମୁଖ୍ୟ ଆରକେଏସ ଭଦୌରିଆ। ଦୁଇ ଦିନିଆ ପଶ୍ଚିମାଞ୍ଚଳ ବାୟୁସେନା ଘାଟି ଗସ୍ତରେ ଅଛନ୍ତି ବାୟୁସେନା ମୁଖ୍ୟ । ଏହି ଅବସରେ ସେ ଅତ୍ୟାଧୁନିକ ସାମରିକ ହେଲିକପ୍ଟର AH-64E ଆପାଚେ ଉଡ଼ାଇଛନ୍ତି।

ଆପାଚେ ଉଡ଼ାଇଲେ ବାୟୁସେନା ମୁଖ୍ୟ ଆର.କେ.ଏସ ଭଦରିଆ
ଆପାଚେ ଉଡ଼ାଇଲେ ବାୟୁସେନା ମୁଖ୍ୟ ଆର.କେ.ଏସ ଭଦରିଆ

17 ନଭେମ୍ବରରୁ 20 ନଭେମ୍ବର ଯାଏଁ ପଶ୍ଚିମାଞ୍ଚଳ ଏୟାରବେଶ ଗସ୍ତରେ ରହିଛନ୍ତି ବାୟୁସେନା ମୁଖ୍ୟ ଆର.କେ.ଏସ ଭଦୌରିଆ । ଏହି ଅବସରେ ସେ ସେଠାରେ ଥିବା ଏୟାର ସ୍କ୍ବାର୍ଡନ ଓ କମାଣ୍ଡୋମାନଙ୍କ ସହ କଥାବାର୍ତ୍ତା ହୋଇଥିଲେ । ଏହାସହ ଯୁଦ୍ଧ ବିମାନ କୌଶଳକୁ ନେଇ ସ୍କ୍ବାର୍ଡନମାନଙ୍କ ସହ ଚର୍ଚ୍ଚା କରିଥିଲେ ବାୟୁସେନା ମୁଖ୍ୟ।

22ଟି ଆପାଚେ ହେଲିକପ୍ଟର ପାଇଁ ଆମେରିକା ସହ ଭାରତ ଚୁକ୍ତି କରିଥିଲା । ପୂର୍ବରୁ 12ଟି ଆପାଚେ ହେଲିକପ୍ଟର ବାୟୁସେନା ସାମିଲ ହୋଇଥିବା ବେଳେ ଗତ ଜୁଲାଇ ମାସ 10 ତାରିଖରେ ବାକି 10ଟି ହେଲିକପ୍ଟର ସାମିଲ ହୋଇଛି । ଉନ୍ନତ ଜ୍ଞାନ କୌଶଳ ସହ ଏହି ଆପାଚେ ହେଲିକପ୍ଟରକୁ ବିକଶିତ କରାଯାଇଛି । ଅନୁସନ୍ଧାନ, ସୁରକ୍ଷାକୁ ନେଇ ଏଥିରେ ବିଶେଷ ଧ୍ୟାନ ଦିଆଯାଇଛି। ସମସ୍ତ ପ୍ରକାର ପାଣିପାଗରେ ଆପାଚେ ହେଲିକପ୍ଟର କଡ଼ା ଜବାବ ଦେଇ ପାରିବ ବୋଲି ବାୟୁସେନା ସୂଚନା ଦେଇଛି ।

ଲଦ୍ଦାଖରେ ସୀମାକୁ ନେଇ ଚୀନ ସହ ବିବାଦ ବେଳେ ଏହି ଆପାଚେ ହେଲିକପ୍ଟର AH-64E ସହ ଶୁଖୋଇ-30 ବିମାନକୁ ଚୀନ ସୀମାକୁ ପଠାଇଥିଲା ଭାରତ । ଏହାସହ ସେନାକୁ ସହାୟତାକୁ ଦେବାକୁ ଚିନୁକ CH-47 ପରିବହନ ହେଲିକପ୍ଟର ବ୍ୟବହାର କରାଯାଇଥିଲା । ଓଜନିଆ ଜିନିଷ ପରିବହନରେ ଏହି ଚିନୁକ CH-47 ହେଲିକପ୍ଟର ବିଶେଷ ଭାବରେ ସହାୟକ ହୋଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.