ETV Bharat / bharat

ପାକିସ୍ତାନରେ ଭାରତୀୟ ଏୟାର ଆମ୍ବୁଲାନ୍ସର ଜରୁରୀ ଅବତରଣ - Islamabad Airport

ପାକିସ୍ତାନରେ ଜରୁରୀ ଅବତରଣ କଲା ଭାରତୀୟ ଏୟାର ଆମ୍ବୁଲାନ୍ସ । ଫୁଏଲ କମ ଥିବାରୁ ଅବତରଣ କରିଥିବା ସୂଚନା । ଅଧିକ ପଢନ୍ତୁ...

ଭାରତୀୟ ଏୟାର ଆମ୍ବୁଲାନ୍ସ
ଭାରତୀୟ ଏୟାର ଆମ୍ବୁଲାନ୍ସ
author img

By

Published : Feb 15, 2021, 11:09 AM IST

ଇସଲାମବାଦ:ଭାରତୀୟ ଏୟାର ଆମ୍ବୁଲାନ୍ସ ପାକିସ୍ତାନରେ ଜରୁରୀ ଅବତରଣ କରିଛି । ପାକିସ୍ତାନର ରାଜଧାନୀ ଇସଲାମବାଦ ବିମାନବନ୍ଦରରେ ରିଫୁଏଲିଂ ପାଇଁ ଏୟାର ଆମ୍ବୁଲାନ୍ସ ଅବତରଣ କରିଥିବା ଜଣାପଡିଛି ।

ସୂଚନା ଅନୁସାରେ, ଏୟାର ଆମ୍ବୁଲାନ୍ସରେ ଫୁଏଲ କମ ଥିବାରୁ ପାକିସ୍ତାନର ବେସାମରିକ ବିମାନ ଚଳାଚଳ ଅଥରିଟି ସହ ଯୋଗାଯୋଗ କରାଯାଇଥିଲା । ଏହା ସହ ଜରୁରୀ ଅବତରଣ ପାଇଁ ଅନୁମତି ମଗାଯାଇଥିଲା । ତେବେ ପାକିସ୍ତାନ ଅନୁମତି ଦେବା ପରେ ଏୟାର ଆମ୍ବୁଲାନ୍ସ ଅବତରଣ କରିବା ସହ ଫୁଏଲ ଭର୍ତ୍ତି କରିଛି ।

କୋଲକାତାରୁ ତାଜିକସ୍ତାନ ଯାଉଥିବା ଏହି ଏୟାର ଆମ୍ବୁଲାନ୍ସରେ ଜଣେ ବ୍ରିଟିଶ ରୋଗୀ, ଜଣେ ଡାକ୍ତର ଓ ଦୁଇ ଜଣ ନର୍ସ ଥିଲେ । ତେବେ ଦୁଇ ଘଣ୍ଟା ଭିତରେ ଏହା ଫୁଏଲ ଭର୍ତ୍ତି କରି ଉଡାଣ ଭରି ଥିବା ଜଣାପଡିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.