ETV Bharat / bharat

ନୀରଜ ସିଂଙ୍କ ବିବାଦୀୟ ବୟାନ, ଜନସଂଖ୍ୟା ନିୟନ୍ତ୍ରଣ ଆଇନ ନ ଆଣିଲେ ଆଫଗାନିସ୍ତାନ ହୋଇଯିବ ଭାରତ

ଦେଶରେ ଖୁବଶୀଘ୍ର ଆସିବା ଦରକାର ଜନସଂଖ୍ୟା ନିୟନ୍ତ୍ରଣ ଆଇନ। ନଚେତ ଆଫଗାନିସ୍ତାନ ପରି ଅବସ୍ଥା ଭୋଗିବ ଭାରତ । ଏପରି ବିବାଦୀୟ ବୟାନ ଦେଇଛନ୍ତି ନୀରଜ ସିଂ ବାବଲୁ । ଅଧିକ ପଢନ୍ତୁ...

ବିହାର ମନ୍ତ୍ରୀଙ୍କ ବିବାଦୀୟ ବୟାନ, ଜନ ସଖ୍ୟା ନିୟନ୍ତ୍ରଣ ଆଇନ ନ ଆସିଲେ ଆଫଗାନିସ୍ତାନ ହୋଇଯିବ ଭାରତ

author img

By

Published : Aug 29, 2021, 5:13 PM IST

ପାଟନା: ଜନସଂଖ୍ୟା ନିୟନ୍ତ୍ରଣ ବିଲ ନ ଆଣିଲେ ଭାରତ ଆଫଗାନିସ୍ତାରେ ପରିଣତ ହୋଇଯିବ। ଏପରି କିଛି ବିବାଦୀୟ ବୟାନ ଦେଇ ବର୍ତ୍ତମାନ ଚର୍ଚ୍ଚାକୁ ଆସିଛନ୍ତି ନିତୀଶ ସରକାରରେ ମନ୍ତ୍ରୀ ଥିବା ନୀରଜ କୁମାର ସିଂ ବାବଲୁ । ନୀରଜ ବର୍ତ୍ତମାନ ବିହାରରେ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଅଛନ୍ତି । ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସମ୍ପର୍କୀୟ ଭାଇ ଅଟନ୍ତି ନୀରଜ ।

ନିଜ ମନ୍ତବ୍ୟରେ ନୀରଜ କହିଛନ୍ତି, ଜନଗଣନା ପୂର୍ବରୁ ଆମକୁ ରାଜ୍ୟ ତଥା ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ କାର୍ଯ୍ୟକାରୀ କରିବାକୁ ପଡିବ। ଦେଶରେ ବର୍ତ୍ତମାନ ଜନସଂଖ୍ୟା ବିସ୍ଫୋରଣ ହୋଇଛି ଏବଂ ଆମେ ଏହାକୁ ନିୟନ୍ତ୍ରଣ କରିବା ନିହାତି ଆବଶ୍ୟକ । ଯଦି ଏହିପରି ଭାବେ ଜନସଂଖ୍ୟା ବିସ୍ଫୋରଣ ଘଟିଚାଲେ ତାଲିବାନ ପରି ସଙ୍କଟ ଭାରତରେ ମଧ୍ୟ ଦେଖାଯିବ।

ଜନସଂଖ୍ୟା ନିୟନ୍ତ୍ରଣ ନୀତି ଉପରେ ନିଜର ଆଭିମୁଖ୍ୟକୁ ସ୍ପଷ୍ଟ ଭାବେ ଦର୍ଶାଇ ନୀରଜ କହିଛନ୍ତି, ଜନସଂଖ୍ୟାର ଅସମ୍ଭବ ଭାର ଯୋଗୁଁ ପୃଥିବୀର ବାସପୋଯୋଗୀ ସ୍ଥାନର ଅଭାବ ସୃଷ୍ଟି ହେବାକୁ ଲାଗିଲାଣି । ଯଦି ଏହା ଅସ୍ବାଭାବିକ ଭାବେ ବଢିଚାଲେ ତେବେ ଦେଶର ବିକାଶରେ ମଧ୍ୟ ଏକ ପ୍ରମୁଖ କାରଣ ଭାବେ ଛିଡା ହେବ। ଜନଗଣନା ପୂର୍ବରୁ ରାଜ୍ୟ ତଥା ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ନୀତି କାର୍ଯ୍ୟକାରୀ କରିବାକୁ ପଡିବ।

ଜାତିଭିତ୍ତିକ ଜନଗଣନା ଦାବିରେ ବିହାରର ସମସ୍ତ ରାଜନୈତିକ ଦଳ ଦାବି କରି ଆସୁଥିବାବେଳେ ନୀରଜଙ୍କ ଏପରି ମନ୍ତବ୍ୟ ସାମ୍ନାକୁ ଆସିଛି । ସଂସଦରେ ଏହି ଦାବିକୁ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରିବା ସହ, ଅନୁସୂଚିତ ଜାତି / ଜନଜାତି ବ୍ୟତୀତ ଦେଶରେ ଅନ୍ୟ କୌଣସି ବର୍ଗଙ୍କ ପାଇଁ ଜନଗଣନା କରାଯିବ ନାହିଁ ବୋଲି ସ୍ପଷ୍ଟ କରିସାରିଛନ୍ତି ।

ଏକ ସପ୍ତାହ ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସମେତ 10ଟି ବିଭିନ୍ନ ରାଜନୈତିକ ଦଳର 11 ଜଣ ସଦସ୍ୟ ବିଶିଷ୍ଟ ଏକ ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରି ଜାତିଭିତ୍ତିକ ଜନଗଣନା ସପକ୍ଷରେ ଦାବି ଉପସ୍ଥାପନ କରିଥିଲେ। ତେବେ ବିଜେପିର ଅନେକ ନେତା ଓବିସି ଜନଗଣନାକୁ ବିରୋଧ କରି ବିବୃତ୍ତି ଜାରି କରିଛନ୍ତି। ନୀରଜ ସେମାନଙ୍କ ମଧ୍ୟରୁ ଜଣେ। ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସଦସ୍ୟ ସୁଶୀଲ କୁମାର ମୋଦିଙ୍କ ସମେତ ବିଜେପିର କିଛି ନେତା ଏହି ଦାବିକୁ ସମର୍ଥନ କରିଆସୁଥିବା ମଧ୍ୟ ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.