ନୂଆଦିଲ୍ଲୀ: ଭାରତ ବିଶ୍ବରେ ପ୍ରାୟ 40ରୁ ଅଧିକ ଦେଶକୁ ପ୍ରତିରକ୍ଷା ଅସ୍ତ୍ରଶସ୍ତ୍ର ଯୋଗାଉଥିବା ବେଳେ ପ୍ରତିରକ୍ଷା କ୍ଷେତ୍ରରେ ବିଶ୍ବର ପ୍ରମୁଖ ରପ୍ତାନିକାରୀଙ୍କ ମଧ୍ୟରୁ ଜଣେ ହେବାକୁ କାର୍ଯ୍ୟ କରୁଥିବା ପ୍ରଧାନମନ୍ତ୍ରୀ ମୋଦି ସୋମବାର କହିଛନ୍ତି ।
ଚଳିତ ବଜେଟରେ ପ୍ରତିରକ୍ଷା କ୍ଷେତ୍ରରେ ବିନିଯୋଗ ସମ୍ପର୍କରେ ମୋଦି କହିଛନ୍ତି ଯେ ଭାରତ ବିଶ୍ବର ପ୍ରାୟ 40ରୁ ଅଧିକ ଦେଶକୁ ଅସ୍ତ୍ରଶସ୍ତ୍ର ଯୋଗାଉଛି । ଏହାଦ୍ବାରା ପ୍ରତିରକ୍ଷା କ୍ଷେତ୍ରରେ ପ୍ରମୁଖ ରପ୍ତାନିକାରୀଙ୍କ ମଧ୍ୟରେ ଭାରତ ସାମିଲ ହୋଇଥିବା ମୋଦି କହିଛନ୍ତି । ଅସ୍ତ୍ରଶସ୍ତ୍ର ଏବଂ ଗୁଳି ନିର୍ମାଣ କରିବା ସମ୍ପର୍କରେ ଭାରତର ବହୁ କାଳରୁ ଅଭିଜ୍ଞତା ରହିଥିବା ବେଳେ ବର୍ତ୍ତମାନ ସମୟରେ ମଧ୍ୟ ଦେଶ ବିଶ୍ବରେ ପ୍ରମୁଖ ପ୍ରତିରକ୍ଷା ସାମଗ୍ରୀ ରପ୍ତାନିକାରୀ ରହିଛି । ତେବେ ଏଥିପ୍ରତି ଗର୍ବ ଅନୁଭବ କରିବା ଆବଶ୍ୟକ ନାହିଁ କାରଣ ଭାରତୀୟଙ୍କ ନିକଟରେ ଜ୍ଞାନ ଏବଂ ସାମର୍ଥ୍ୟର ଅଭାବ ନାହିଁ ।
ଦେଶ ମଙ୍ଗଳ ଗ୍ରହରେ ପହଞ୍ଚିବାର ସାମର୍ଥ୍ୟ ରଖିଥିବା ବେଳେ ଆଧୁନିକ ଅସ୍ତ୍ରଶସ୍ତ୍ର ନିର୍ମାଣ କରିବାରେ ମଧ୍ୟ ସାମର୍ଥ୍ୟ ରଖିଛି । ପ୍ରତିରକ୍ଷା କ୍ଷେତ୍ରରେ ଭାରତ ନିଜର ସାମର୍ଥ୍ୟ ଓ କ୍ଷମତାକୁ ବୃଦ୍ଧି କରିବା ପାଇଁ ଉଦ୍ୟମ ଜାରି ରଖିଛି ବୋଲି ମୋଦି କହିଛନ୍ତି । ଏହି କ୍ଷେତ୍ରରେ ଭାରତ 2014 ମସିହାରୁ ସ୍ବଚ୍ଛତା, ପୂର୍ବାନୁମାନ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଛି । ଏହି କ୍ଷେତ୍ରକୁ ସୁଦୃଢ କରିବା ପାଇଁ ବିଦେଶୀ ଅସ୍ତ୍ରଶସ୍ତ୍ରକୁ ମଧ୍ୟ ନିୟୋଜିତ କରାଯାଉଛି । ଆତ୍ମନିର୍ଭର ଭାରତକୁ ଏହି କ୍ଷେତ୍ରରେ ସାମିଲ କରିବା ପାଇଁ ଦେଶ 100ଟି ସାମଗ୍ରୀକୁ ମଧ୍ୟ ଆମଦାନୀ କରିଛି ।
ପ୍ରତିରକ୍ଷା କ୍ଷେତ୍ରରେ ବେସରକାରୀ ସଂସ୍ଥାକୁ ମଧ୍ୟ ମୋଦି ପ୍ରଶଂସା କରିଛନ୍ତି । ତେବେ ବେସରକାରୀ ସଂସ୍ଥା ବିନା ଦେଶ ଏହି ସଫଳତା ହାସଲ କରିବା ସମ୍ଭବ ନଥିଲା ବୋଲି ମୋଦି କହିଛନ୍ତି । ବିଶ୍ବର ଛୋଟ ଦେଶମାନଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବାରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଭାରତ କମ ମୂଲ୍ୟରେ ଏହି ଦେଶଗୁଡିକୁ ଅସ୍ତ୍ରଶସ୍ତ୍ର ଯୋଗାଉଛି ।
@ANI