ETV Bharat / bharat

Manipur Issue: ପ୍ରଧାନମନ୍ତ୍ରୀ ବିବୃତ୍ତି ନରଖିବା ଯାଏଁ ଗାନ୍ଧୀମୂର୍ତ୍ତି ତଳେ ଧାରଣା ଜାରି ରଖିବ ‘ଇଣ୍ଡିଆ’ ମେଣ୍ଟ

author img

By

Published : Jul 25, 2023, 5:35 PM IST

ମଣିପୁର ପ୍ରସଙ୍ଗରେ ସଦନରେ ପ୍ରଧାନମନ୍ତ୍ରୀ ବିବୃତ୍ତି ନରଖିବା ଯାଏ ଗାନ୍ଧୀମୂର୍ତ୍ତି ତଳେ ଧାରଣା ଜାରି ରଖିବ ଇଣ୍ଡିଆ ମେଣ୍ଟ । ଗତକାଲି ନିଲମ୍ବିତ ହେବା ପରେ ଧାରଣାରେ ବସିଛନ୍ତି ଆମ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂ । ଅଧିକ ପଢନ୍ତୁ

Manipur Issue: ପ୍ରଧାନମନ୍ତ୍ରୀ ବିବୃତ୍ତି ନରଖିବା ଯାଏଁ ଗାନ୍ଧୀମୂର୍ତ୍ତି ତଳେ ଧାରଣା ରଖିବ ‘ଇଣ୍ଡିଆ’ ମେଣ୍ଟ

ନୂଆଦିଲ୍ଲୀ: ମଣିପୁର ହିଂସା ପ୍ରସଙ୍ଗରେ ସଦନରେ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ଦାବି କରି ମୌସୁମୀ ଅଧିବେଶନ ଅଚଳ କରିଦେଇଛନ୍ତି ବିରୋଧୀ । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ଗୃହରେ ବିବୃତ୍ତି ନରଖିବା ଯାଏ ବିରୋଧୀମାନେ ଆନ୍ଦୋଳନ ପ୍ରତ୍ୟାହାର କରିବେ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି । ବିରୋଧୀ ମହାମେଣ୍ଟ ସଦସ୍ୟ ସାଂସଦମାନେ ସଂସଦ ପରିସରରେ ଥିବା ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଜାରି ରଖିବା ନେଇ କହିଛନ୍ତି ।

କଂଗ୍ରେସ ସାଂସଦ ଜେ.ବି ମାଥେର କହିଛନ୍ତି, ‘‘ମଣିପୁର ହିଂସାରେ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ନଆସିବା ଯାଏ, ଆମେ ଗୃହ ବାହାରେ ଓ ଭିତରେ ପ୍ରତିବାଦ ଜାରି ରଖିବୁ । ଏହା ପ୍ରକୃତରେ ଆଶ୍ଚର୍ଯ୍ୟଜନକ ଯେ ତିନି ମାସ ବିତିଗଲାଣି, ମଣିପୁରରେ ପରିସ୍ଥିତି ଏବେ ବି ଉତ୍ତେଜନାପୂର୍ଣ୍ଣ ଓ ବିଶୃଙ୍ଖଳା ଲାଗି ରହିଛି । ମଣିପୁରରେ ଆମର ଭାଇ ଭଉଣୀମାନଙ୍କ ସୁରକ୍ଷା ପାଇଁ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ପ୍ରଧାନମନ୍ତ୍ରୀ ଗୃହରେ ଉତ୍ତର ମଧ୍ୟ ରଖୁନାହାନ୍ତି । ଆମେ ତାଙ୍କ ବିବୃତ୍ତି ଦାବି କରୁଛୁ । ପ୍ରଧାନମନ୍ତ୍ରୀ ବିବୃତ୍ତି ନରଖିବା ଯାଏ, ଗୃହ ଭିତରେ ଓ ବାହାରେ ବିରୋଧୀ ଦଳଙ୍କ ଧାରଣା ଓ ପ୍ରତିବାଦ ଜାରି ରହିବ ।’’

ଗତକାଲି ଆମ ଆଦମୀ ପାର୍ଟି ସାଂସଦ ସଂଞ୍ଜୟ ସିଂ ଏହି ପ୍ରସଙ୍ଗ ଉଠାଇ ରାଜ୍ୟସଭାରେ ନାରାବାଜୀ କରିଥିଲେ । ତାଙ୍କୁ ସମ୍ପୂର୍ଣ୍ଣ ଅଧିବେଶନରୁ ରାଜ୍ୟସଭା ସଭାପତି ତଥା ଉପରାଷ୍ଟ୍ରପତି ଜଗଦୀଶ ଧନଖଡ ନିଲମ୍ବନ କରିଥିଲେ । ଏହାକୁ ନେଇ ବିରୋଧୀମାନେ ହୋହାଲ୍ଲା କରିବା ପରେ ଗୃହକାର୍ଯ୍ୟ ଆଜି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା । ଏହାକୁ ନେଇ ସଞ୍ଜୟ ସିଂଙ୍କ ସହ ଅନ୍ୟ କିଛି ବୋରୋଧୀ ନେତା ମଧ୍ୟ ସଂସଦ ପରିସରରେ ଅହୋରାତ୍ର ଧାରଣାରେ ବସିଥିଲେ । ସାଂସଦ ସଞ୍ଜୟ ସିଂଙ୍କ ସହ ସମସ୍ତ ବିରୋଧୀ ଦଳ ରହିଥିବା କହିଛନ୍ତି କଂଗ୍ରେସ ସାଂସଦ ଜେ.ବି ମାଥେର କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- BJP Parliamentary Party Meeting: ବିରୋଧୀ ମେଣ୍ଟ 'ଇଣ୍ଡିଆ' ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ, କହିଲେ ଦିଗହରା ବିରୋଧୀ

ଜୁଲାଇ 20 ରୁ ଆରମ୍ଭ ହୋଇଥିବା ସଂସଦ ମୌସୁମୀ ଅଧିବେଶରେ ମଣିପୁର ହିଂସାକୁ ନେଇ ଝଡ଼ ଲାଗି ରହିଛି । ଅଧିବେଶନକୁ 5 ଦିନ ହୋଇଥିଲେ ସୁଦ୍ଧା ଗୋଟିଏ ବି ଦିନ ଗୃହ ସ୍ବାଭାବିକ ଚାଲି ପାରୁନାହିଁ । ଏହାରି ଭିତରେ ଆଜି ବିଜେପି ସଂସଦୀୟ ଦଳ ବୈଠକ ବସିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ଯକ୍ଷତାରେ ବୈଠକ ବସିଛି । ବୈଠକରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । ବିରୋଧୀ ଦିଗହରା ହୋଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.