ETV Bharat / bharat

ଚୀନ ଉପରେ ରହିବ କଡା ନଜର, ସୀମାରେ ମୁତୟନ ହେବ ଅତ୍ୟାଧୁନିକ ଇସ୍ରାଏଲ ଡ୍ରୋନ - ଅତ୍ୟାଧୁନିକ ଇସ୍ରାଏଲ ଡ୍ରୋନ

ଚୀନ ସହ ଚାଲିଥିବା ସୀମା ବିବାଦ ମଧ୍ୟରେ ଭାରତୀୟ ସୁରକ୍ଷା ବଳଙ୍କ ନିରୀକ୍ଷଣ କ୍ଷମତାରେ ଆହୁରି ବୃଦ୍ଧି ଘଟିବାକୁଯାଉଛି । ଖୁବଶୀଘ୍ର ଇସ୍ରାଏଲରୁ ଅତ୍ୟାଧୁନିକ ଡ୍ରୋନ ଆଣିବାକୁଯାଉଛି ଭାରତ । ଅଧିକ ପଢନ୍ତୁ...

ଚୀନ ଉପରେ ରହିବ ଭାରତର କଡା ନଜର, ସୀମାରେ ମୁତୟନ ହେବ ଅତ୍ୟାଧୁନିକ ଇସ୍ରାଏଲ ଡ୍ରୋନ

author img

By

Published : May 26, 2021, 9:39 PM IST

ନୂଆଦିଲ୍ଲୀ: ଏବେ ଭାରତ ସୀମାରେ ପଇନ୍ତରା ମାରିବନି ଡ୍ରାଗନ । ଚୀନ ଉପରେ ରହିବ କଡା ନଜର । ଚୀନ ସହ ଚାଲିଥିବା ସୀମା ବିବାଦ ମଧ୍ୟରେ ଭାରତୀୟ ସୁରକ୍ଷା ବଳଙ୍କ ନିରୀକ୍ଷଣ କ୍ଷମତାରେ ଆହୁରି ବୃଦ୍ଧି ଘଟିବାକୁଯାଉଛି ।

ଏଲଏସି ଲଦାଖ ସେକ୍ଟର ଓ ଅନ୍ୟ କ୍ଷେତ୍ରରେ ଚୀନର ଗତିବିଧି ଉପରେ ନଜର ରଖିବା ପାଇଁ ଖୁବଶୀଘ୍ର ଇସ୍ରାଏଲରୁ ଅତ୍ୟାଧୁନିକ ଡ୍ରୋନ ଆଣିବାକୁଯାଉଛି ଭାରତ । ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ବିଶ୍ବ ମହାମାରୀ ହେତୁ ବିଳମ୍ବ ସତ୍ତ୍ବେ ଭାରତୀୟ ସୁରକ୍ଷା ବଳ ଚାରିଟି ଇସ୍ରାଏଲ୍ ଡ୍ରୋନ୍ ହାସଲ କରିବାକୁ ଯାଉଛି, ଯାହା ଲଦାଖ ଏବଂ LAC ସଂଲଗ୍ନ ଅନ୍ୟ ଅଞ୍ଚଳରେ ମୁତୟନ ହେବ।

ସୂଚନା ଅନୁଯାଯୀ, ଖୁବଶୀଘ୍ର ଭାରତକୁ ଆସୁଥିବା ଡ୍ରୋନ୍ ବର୍ତ୍ତମାନର ଡ୍ରୋନ ଅପେକ୍ଷା ଅଧିକ ଉନ୍ନତ ଏବଂ ଏଗୁଡିକର ଆଣ୍ଟି-ଜାମିଂ କ୍ଷମତା ପୂର୍ବ ଭର୍ସନ ଅପେକ୍ଷା ଉତ୍କୃଷ୍ଟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ସରକାର ଦେଇଥିବା ଜରୁରୀକାଳୀନ ଆର୍ଥିକ ପ୍ରାଧିକରଣ ଅଧିନରେ ଏହି ଡ୍ରୋନ କ୍ରୟ କରାଯାଇଛି । ଏଥିରେ ଚୀନ ସହ ବିବାଦ ମଧ୍ୟରେ 500 କୋଟି ପର୍ଯ୍ୟନ୍ତ ଅସ୍ତ୍ରଶସ୍ତ୍ର ଏବଂ ପ୍ରତିରକ୍ଷା ସମ୍ବନ୍ଧୀୟ ସାମଗ୍ରୀ କିଣିବାକୁ ସୁରକ୍ଷା ବାହିନୀକୁ ଅନୁମତି ଦିଆଯାଇଛି।

ଅନ୍ୟପକ୍ଷେ ଆମେରିକାରୁ କିଣାଯାଇଥିବା ଛୋଟ ଏବଂ ମିନି ଡ୍ରୋନଗୁଡିକ ସ୍ଥଳଭାଗରେ ନିୟୋଜିତ ବାଟାଲିୟନ ସ୍ତରର ଯବାନଙ୍କୁ ଦିଆଯିବ । ଏଥିସହ ଏକ ନିର୍ଦ୍ଦିଷ୍ଟ କ୍ଷେତ୍ର ଏବଂ ଅବସ୍ଥାନ ବିଷୟରେ ଜାଣିବା ପାଇଁ ହାତରେ ପରିଚାଳିତ ଡ୍ରୋନ ବ୍ୟବହାର କରାଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.