ETV Bharat / bharat

ଅଟ୍ଟାରୀ ୱାଘା ବର୍ଡରରେ ପାକିସ୍ତାନଠୁ ଉଚ୍ଚରେ ଉଡିବ ଭାରତର ପତାକା

author img

By

Published : Oct 6, 2022, 7:11 PM IST

ପାକିସ୍ତାନ ଜାତୀୟ ପତାକାଠାରୁ ଉଚ୍ଚରେ ଉଡ଼ିବ ଭାରତୀୟ ଜାତୀୟ ପତାକା (India to host national flag higher than Pakistan)। ଅଟ୍ଟାରୀ ୱାଘା ବର୍ଡରରେ ୪୧୮ ଫୁଟ ଉଚ୍ଚରେ ଜାତୀୟ ପତାକା ଉଡ଼ାଇବାକୁ ନିଷ୍ପତ୍ତି ନେଇଛି NHAI । ଅଧିକ ପଢ଼ନ୍ତୁ

India to host national flag higher than Pakistan flag at Attari Wagah border
ଅଟ୍ଟାରୀ ୱାଘା ବୋର୍ଡରରେ ପାକିସ୍ତାନଠାରୁ ଉଚ୍ଚରେ ଉଡ଼ିବ ଭାରତ ଜାତୀୟ ପତାକା

ଚଣ୍ଡିଗଡ଼: ପାକିସ୍ତାନ ଜାତୀୟ ପତାକାଠାରୁ ଉଚ୍ଚରେ ଉଡ଼ିବ ଭାରତର ଜାତୀୟ ପତାକା (India to host national flag higher than Pakistan) । ପଞ୍ଜାବର ଅଟ୍ଟାରୀ ୱାଘା ବର୍ଡରରେ ୪୧୮ ଫୁଟ ଉଚ୍ଚରେ ଜାତୀୟ ପତାକା ଉଡ଼ାଇବାକୁ ନିଷ୍ପତ୍ତି ନେଇଛି ଜାତୀୟ ସଡ଼କ ନିର୍ମାଣ ପ୍ରାଧିକରଣ (NHAI) । ଏହି ଘୋଷଣା ପରେ ଦୁଇ ଦେଶ ମଧ୍ୟରେ ଫ୍ଲାଗ୍‌ ୱାର୍‌ ଆରମ୍ଭ ହୋଇଯାଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

୨୦୧୭ର ଅଟ୍ଟାରୀ ୱାଘା ବର୍ଡରରେ ୩୬୦ ଫୁଟ ଉଚ୍ଚରେ ଜାତୀୟ ପତାକା ଲଗାଯାଇଥିଲା । ଏଥିପାଇଁ ୩.୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଏହାପରେ ଚଳିତ ବର୍ଷ ପାକିସ୍ତାନ ଆରପାଖରେ ୪୦୦ ଫୁଟର ଜାତୀୟ ପତାକା ଲଗାଇଥିଲା । ସର୍ବୋଚ୍ଚରେ ଉଡ଼ିବାକୁ ଥିବା ତ୍ରିରଙ୍ଗାର ଲମ୍ବ ୧୮ ଫୁଟ୍‌ ରହିବ ବୋଲି ଜଣାପଡ଼ିଛି । ପାକିସ୍ତାନର ଜାତୀୟ ପତାକାର ଲମ୍ବ ମଧ୍ୟ ୧୮ ଫୁଟ୍‌ ରହିଛି ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିବା ପରେ NHAI ଜଣେ ଠିକାଦାରଙ୍କୁ ଟେଣ୍ଡର ଦେଇଛି । ଏହାକୁ ନେଇ NHAIର ଜଣେ ଅଧିକାରୀ କହିଛନ୍ତି, "ଅଟ୍ଟାରୀ ୱାଘା ବର୍ଡରରେ ଜାତୀୟ ପତାକା ଲଗାଇବା ପାଇଁ ଆମେ ଜଣେ ଠିକାଦାରଙ୍କୁ ଟେଣ୍ଡର ଦେଇଛୁ । କେଉଁ ସ୍ଥାନରେ ଏହି ଜାତୀୟ ପତାକା ଲାଗିବ ତାହାକୁ ନେଇ କୌଣସି ନିଷ୍ପତ୍ତି ନିଆଯାଇନି । ତେବେ BSF ଅଧିକାରୀଙ୍କ ପରାମର୍ଶ କ୍ରମେ ଜାତୀୟ ପତାକା ଲଗାଯିବ । ଚେକ୍‌ ପୋଷ୍ଟ ନିକଟରେ ଦର୍ଶକ ଗ୍ୟାଲେରୀର ପାଖାପାଖି ଲଗାଯିବାର ଅଧିକ ସମ୍ଭାବନା ରହିଛି । ବର୍ତ୍ତମାନ ଅଟ୍ଟାରୀ ୱାଘା ବର୍ଡରରେ କାର୍ଯ୍ୟକ୍ରମ ବା ସେନାର ପରାକ୍ରମ ଦେଖିବାକୁ ଆସୁଥିବା ଲୋକଙ୍କୁ ଭଲ ଭାବରେ ଜାତୀୟ ପତାକା ଦୃଶ୍ୟମାନ ହୋଇପାରୁନାହିଁ । ଗ୍ୟାଲେରୀ ବିଲ୍ଡିଂର ଉଚ୍ଚତା ଯୋଗୁଁ ଏଭଳି ହେଉଛି । ଏଣୁ ବଡ଼ ଜାତୀୟ ପତାକା ଲଗାଯିବାକୁ ନିଷ୍ପତ୍ତି ହୋଇଛି ।"

NHAIର ଇଞ୍ଜିନୟର ଇନ୍‌ଚାର୍ଜ୍‌ ଯୋଗେଶ ଯାଦବ କହିଛନ୍ତି, "ପ୍ରକଳ୍ପ ନିର୍ଦ୍ଦେଶକ ସୁନୀଲ ଯାଦବ ଏହି କାର୍ଯ୍ୟର ତଦାରଖ କରିବେ । ଅଟ୍ଟାରୀ ୱାଘା ବୋର୍ଡରରେ ତ୍ରିରଙ୍ଗା ଲାଗିବା ପରେ ଏହା ଦେଶର ସର୍ବୋଚ୍ଚରେ ଉଡ଼ୁଥିବା ତ୍ରିରଙ୍ଗା ହେବ ।"

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.