ETV Bharat / bharat

Cost Of Name Change: 'ଇଣ୍ଡିଆ' ନା 'ଭାରତ' ପରିବର୍ତ୍ତନ କଲେ କେତେ ହେବ ଖର୍ଚ୍ଚ ? - ବଦଳିବ କି ଦେଶର ନାମ

ଆସନ୍ତା ୯ ତାରିଖ ଦିଲ୍ଲୀରେ G20 ସମ୍ମିଳନୀ ଆୟୋଜନ ହେବାକୁ ଯାଉଛି । ଏଥିଲାଗି ସମସ୍ତ ପ୍ରସ୍ତୁତି ଜୋରାସୋରରେ ଚାଲିଛି । G20 ସମ୍ମିଳନୀ ପୂର୍ବରୁ ରାଷ୍ଟ୍ରପତିଙ୍କ ପକ୍ଷରୁ ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କୁ ପଠାଯାଇଥିବା ନୈଶ୍ୟଭୋଜି ନିମନ୍ତ୍ରଣ ପତ୍ରକୁ ନେଇ ଆରମ୍ଭ ହୋଇଛି ତର୍କ ବିତର୍କ । ତେଣୁ ଦେଶର ନାମ କେବଳ 'ଭାରତ' ରଖାଯିବ ବୋଲି ଅନୁମାନ କରାଯାଉଛି । ଦେଶର ନାମ ପରିବର୍ତ୍ତନ କରିବାକୁ ହେଲେ କେତେ ଟଙ୍କା ଖର୍ଚ୍ଚ ହୋଇଥାଏ, ଆସନ୍ତୁ ଜାଣିବା ।

Cost Of country Name Change
ଦେଶର ନାମ ପରିବର୍ତ୍ତନ ହେଲେ କେତେ ଖର୍ଚ୍ଚ ହେବ
author img

By ETV Bharat Odisha Team

Published : Sep 6, 2023, 9:58 PM IST

ନୂଆଦିଲ୍ଲୀ: ଦେଶର ନାମ 'ଇଣ୍ଡିଆ' ପରିବର୍ତ୍ତେ କେବଳ 'ଭାରତ' ରଖିବାକୁ ଚର୍ଚ୍ଚା ହେଉଛି । G20 ସମ୍ମିଳନୀ ପୂର୍ବରୁ ରାଷ୍ଟ୍ରପତିଙ୍କ ପକ୍ଷରୁ ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କୁ ପଠାଯାଇଥିବା ନୈଶ୍ୟଭୋଜି ନିମନ୍ତ୍ରଣ ପତ୍ରକୁ ନେଇ ଆରମ୍ଭ ହୋଇଛି ତର୍କ ବିତର୍କ । ନାମ ପରିବର୍ତ୍ତନ ନେଇ ଭିନ୍ନ ଭିନ୍ନ ବୟାନ ମଧ୍ୟ ସାମ୍ନାକୁ ଆସୁଛି । ତେବେ ଦେଶର ନାମ ପରିବର୍ତ୍ତନ କରିବାକୁ ହେଲେ କେତେ ଟଙ୍କା ଖର୍ଚ୍ଚ ହୋଇଥାଏ, ଆସନ୍ତୁ ଜାଣିବା ।

ପୂର୍ବରୁ ଅନେକ ରାଜ୍ୟର ନାମ ପରିବର୍ତ୍ତନ ହୋଇଛି

ଦେଶର ନାମ ପରିବର୍ତ୍ତନ ପ୍ରସଙ୍ଗ ଉଠିବା ପ୍ରଥମ ଥର ନୁହେଁ । ପୂର୍ବରୁ ମଧ୍ୟ ଦେଶର ନାମ କେବଳ 'ଭାରତ' ରଖାଯିବା ନେଇ ବିବାଦ ଆରମ୍ଭ ହୋଇଥିଲା । ଖାଲି ଦେଶ ନୁହେଁ ସହର ହେଉ କି ରାଜ୍ୟ, ବିଭିନ୍ନ ସମୟରେ ନାମ ପରିବର୍ତ୍ତନ କରିବାର ଦାବି ଉଠିଥାଏ । ଉଦାହରଣ ସ୍ବରୁପ, ଉତ୍ତରାଞ୍ଚଳ ନାମ ପରିବର୍ତ୍ତେ ଉତ୍ତରାଖଣ୍ଡ, ଓରିଶା ପରିବର୍ତ୍ତେ ଓଡ଼ିଶା, ବମ୍ବେ ନାମ ପରିବର୍ତ୍ତନ ହୋଇ ମୁମ୍ବାଇ, କଲିକତା ପରିବର୍ତ୍ତେ କୋଲକାତା ଆଦି ରାଜ୍ୟ ନାମ ପରିବର୍ତ୍ତନ ହୋଇଥିବା ତଥ୍ୟ ରହିଛି । କିନ୍ତୁ ଏହି ନାମ ପରିବର୍ତ୍ତନ କରିବା ପାଇଁ ସରକାରଙ୍କୁ କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ ଜାଣିଛନ୍ତି କି? କେବଳ ନାମ ପରିବର୍ତ୍ତନ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ ହୋଇଥାଏ । ଏଭଳି ପରିସ୍ଥିତିରେ ଯଦି ଦେଶର ନାମ ପରିବର୍ତ୍ତନ ହୋଇ କେବଳ 'ଭାରତ' ରଖାଯାଏ, ତେବେ ସରକାରଙ୍କୁ ଭାରି ମୂଲ୍ୟ ଦେବାକୁ ପଡ଼ିବ ।

ଏହା ମଧ୍ୟ ପଢ଼ନ୍ତୁ: Parliament Special Session: ଇଣ୍ଡିଆ ନାଁ ପରିବର୍ତ୍ତନ କରି ‘ଭାରତ’ କରିବାକୁ ଆସିବ ସଙ୍କଳ୍ପ !

ଇଣ୍ଡିଆ ନାମ ପରିବର୍ତ୍ତନ ହେଲେ କେତେ ଖର୍ଚ୍ଚ ହେବ?

ଦେଶର ନାମ ପରିବର୍ତ୍ତନ କରିବାରେ ଭାରତ ପ୍ରଥମ ନୁହେଁ । ଏଭଳି ଅନେକ ଦେଶ ଅଛନ୍ତି ଯେଉଁମାନେ ସେମାନଙ୍କ ନାମ ବଦଳାଇଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୧୯୭୨ ମସିହାରେ ଶ୍ରୀଲଙ୍କାର ନାମ ପରିବର୍ତ୍ତନ କରାଯାଇଥିଲା । ଏହି ଦ୍ବୀପ ଦେଶକୁ ନିଜ ପୁରୁଣା ନାମ 'ସେଲନ'କୁ ସମସ୍ତ ସରକାରୀ ନଥିପତ୍ରରୁ ହଟାଇବା ପାଇଁ ଚାରି ଦଶନ୍ଧି ସମୟ ଲାଗିଥିଲା । ୨୦୧୮ ମସିହାରେ ସ୍ବିଜଲ୍ୟାଣ୍ଡ ରାଜା ଔପନିବେଶିକ ଅର୍ଥରୁ ମୁକ୍ତି ପାଇଁ ଦେଶର ନାମ ଏସ୍ବାଟିନି ରଖିଥିଲେ । ସେହି ସମୟରେ ଦକ୍ଷିଣ ଆଫ୍ରିକାର ଜଣେ ବୌଦ୍ଧିକ ସମ୍ପତ୍ତି ଓକିଲ ଅଲିବିୟର ଦେଶର ନାମକରଣ ମୂଲ୍ୟ ହିସାବ କରିବାକୁ ଏକ ସୂତ୍ର ଆଣିଥିଲେ । ଅଲିବିୟରଙ୍କ ଆକଳନ ଅନୁଯାୟୀ, ସ୍ବିଜଲ୍ୟାଣ୍ଡର ନାମ ପରିବର୍ତ୍ତନ କରି ଏସ୍ବାଟିନି ରଖାଯିବା ପାଇଁ ୬୦ ମିଲିୟନ ଡଲାର ଖର୍ଚ୍ଚ ହେବ । ଯଦି ଏହି ସୂତ୍ରରେ ଆମ ଦେଶର ନାମ ପରିବର୍ତ୍ତନ କରାଯାଏ, ତେବେ ଏହି ପ୍ରକ୍ରିୟାରେ ପ୍ରାୟ ୧୪ ହଜାର ୩୦୪ କୋଟି ଟଙ୍କା ଖର୍ଚ୍ଚ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.