ETV Bharat / bharat

COVID-19; ଦେଶରେ 50 କୋଟି ଟପିଲା କୋରୋନା ଟେଷ୍ଟିଂ

କୋରୋନା ମୁକାବିଲା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କଲା ଭାରତ । ବର୍ତ୍ତମାନ ସୁଦ୍ଧା ଦେଶରେ 50କୋଟି ଅତିକ୍ରମ କଲା ଟେଷ୍ଟିଂ । କେବଳ ଗତ 24 ଘଣ୍ଟା ମଧ୍ୟରେ ଦେଶରେ ସମୁଦାୟ 18 ଲକ୍ଷ 73 ହଜାର 757 ନମୁନା ପରୀକ୍ଷା କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Aug 19, 2021, 12:58 PM IST

ଦେଶରେ 50 କୋଟି ଟପିଲା ନମୁନା ପରିକ୍ଷା, 24 ଘଣ୍ଟାରେ 18,73, 757 ଟେଷ୍ଟିଂ

ନୂଆଦିଲ୍ଲୀ: କୋରୋନା ମୁକାବିଲା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କଲା ଭାରତ । ବର୍ତ୍ତମାନ ସୁଦ୍ଧା ଦେଶରେ 50କୋଟି ଅତିକ୍ରମ କଲା ଟେଷ୍ଟିଂ । ସାରା ଦେଶରେ ଅଗଷ୍ଟ ମାସରେ ଦୈନିକ ହାରାହାରି 17 ଲକ୍ଷ ନମୁନା ପରୀକ୍ଷା ହେବା ସହିତ ଏବେ ପର୍ଯ୍ୟନ୍ତ ସମଗ୍ର ଦେଶରେ 50କୋଟି ଅତିକ୍ରମ କରିଛି । ଏନେଇ ICMR ଗୁରୁବାର ପ୍ରକାଶ କରିଛି । କେବଳ 55 ଦିନ ମଧ୍ୟରେ ଭାରତ 10 କୋଟି ଟେଷ୍ଟିଂ କରି ମାଇଲଖୁଣ୍ଟ ହାସଲ କରିଛି । ଏପଟେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ ସମୁଦାୟ 18 ଲକ୍ଷ 73 ହଜାର 757 ନମୁନା ପରୀକ୍ଷା କରାଯାଇଛି ।

ଦେଶରେ ସଂକ୍ରମଣ ବିରୋଧରେ ଜାରି ରହିଛି ଟୀକାକରଣ । ସଂକ୍ରମଣକୁ ମାତ ଦେବା ପାଇଁ ଟୀକାକରଣ ଡ୍ରାଇଭକୁ ଜୋରଦାର କରାଯାଇଥିବା ବେଳେ 53.24 କୋଟିରୁ ଅଧିକ ଟିକା ବିଭିନ୍ନ ରାଜ୍ଯ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପ୍ରଦାନ କରାଯାଇଛି । ଏନେଇ ସୋମବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି । ଏପଟେ ଟେଷ୍ଟିଂ ବୃଦ୍ଧି ପାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୬ ହଜାର ୪୦୧ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଦେଶରେ ୨୪ ଘଣ୍ଟା ମଧ୍ୟରେ ୫୩୦ ଜଣଙ୍କ ମୁଣ୍ଡ ନେଇଛି ମହାମାରୀ । ଏହାକୁ ମିଶାଇ ଦେଶରେ ମୋଟ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୩୩ ହଜାର ୪୯ରେ ପହଞ୍ଚିଛି । ଦେଶରେ ଏବେ ୩ ଲକ୍ଷ ୬୪ ହଜାର ୧୨୯ଟି ଆକ୍ଟିବ କେସ ରହିଛି । ଯାହା ଦୀର୍ଘ ୧୪୯ ଦିନ ପରେ ସର୍ବନିମ୍ନ ଅଟେ। ଏପଟେ ଭାରତରେ କ୍ରମାଗତଭାବେ ଦୈନିକ ସୁସ୍ଥଙ୍କ ସଂଖ୍ୟା ଦୈନିକ ନୂଆ ସଂକ୍ରମଣ ମାମଲା ଠାରୁ ଅଧିକ ରହୁଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 56 ଲକ୍ଷ 36 ହଜାର 336 ଡୋଜ ଟିକା ଦିଆଯାଇଛି, ଯାହାକୁ ମିଶାଇ ମୋଟ 56 କୋଟି 64ଲକ୍ଷ 88 ହଜାର 433 ଟୀକାକରଣ ସରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.