ETV Bharat / bharat

Ukraine crisis: ତୁରନ୍ତ ୟୁକ୍ରେନ ଛାଡିବାକୁ ଭାରତୀୟଙ୍କୁ ନିର୍ଦ୍ଦେଶ

author img

By

Published : Feb 20, 2022, 9:17 PM IST

ପୁଣି ଋଷ ଓ ୟୁକ୍ରେନ ମଧ୍ୟରେ ଉତ୍ତେଜନା ବଢିବା ଆଶଙ୍କା । ସ୍ବଦେଶ ଫେରିବା ପାଇଁ ସମସ୍ତ ନାଗରିକଙ୍କୁ ଭାରତର ପରାମର୍ଶ । ଦୂତାବାସ ଜାରି କଲା ୨୪ ଘଣ୍ଟିଆ ହେଲ୍ପ-ଲାଇନ ନମ୍ବର । ଅଧିକ ପଢନ୍ତୁ

Ukraine crisis: ତୁରନ୍ତ ୟୁକ୍ରେନ ଛାଡିବାକୁ ଭାରତୀୟଙ୍କୁ ନିର୍ଦ୍ଦେଶ
Ukraine crisis: ତୁରନ୍ତ ୟୁକ୍ରେନ ଛାଡିବାକୁ ଭାରତୀୟଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପୁଣି ବଢିବାରେ ଲାଗିଛି ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆଶଙ୍କା । ସାମ୍ପ୍ରତିକ ସ୍ଥିତିକୁ ଦେଖି ୟୁକ୍ରେନରେ ଥିବା ଭାରତୀୟଙ୍କ ସୁରକ୍ଷା ଚିନ୍ତା ମଧ୍ୟ ବଢିଛି । ଆଜି ଭାରତ ସରକାରଙ୍କ ପକ୍ଷରୁ ୟୁକ୍ରେନରେ ଥିବା ଭାରତୀୟଙ୍କୁ ତୁରନ୍ତ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୟୁକ୍ରେନ ସମେତ ଅନ୍ୟ ପୂର୍ବ ୟୁରୋପୀୟ ଦେଶରେ ଥିବା ସମସ୍ତ ନାଗରିକ ଓ ଛାତ୍ରଛାତ୍ରୀ ନିହାତି ଆବଶ୍ୟକ ନଥିଲେ ତୁରନ୍ତ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବାକୁ କହିଛି କେନ୍ଦ୍ର ସରକାର ।

ପୂର୍ବରୁ ମଧ୍ୟ ସେଠାରେ ଥିବା ଛାତ୍ରଛାତ୍ରୀଙ୍କୁ ସ୍ବଦେଶ ଫେରିବାକୁ କୁହାଯାଇଥିବା ବେଳେ ପୁଣି ଥରେ ଦ୍ବିତୀୟ ପର୍ଯ୍ୟାୟ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ପୂର୍ବରୁ ଭାରତୀୟଙ୍କ ଫେରିବା ପାଇଁ ରାଜଧାନୀ କିବରେ ଥିବା ଭାରତୀୟଙ୍କ ପାଇଁ ହେଲ୍ପ-ଲାଇନ ନମ୍ବର ଜାରି କରିବା ସହ ନିୟନ୍ତ୍ରଣ କକ୍ଷ ମଧ୍ୟ ସ୍ଥାପନ କରାଯାଇଥିଲା । ଭାରତକୁ ୟୁକ୍ରେନରୁ ପର୍ଯ୍ୟାପ୍ତ ବିମାନ ନଥିବା ଅଭିଯୋଗ ହୋଇଥିବା ବେଳେ ନିକଟରେ ଉପଲବ୍ଧ ତାରିଖରେ ଯାତ୍ରା ପାଇଁ ବୁକିଂ କରିବାକୁ ପରାମର୍ଶ ଦିଆଯାଇଥିଲା । ଏବେ ଉକ୍ତ ପ୍ରକ୍ରିୟାକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକାରୀ କରିବାକୁ ମିଶନ ଆରମ୍ଭ କରିଛି ଭାରତ ।

ୟୁକ୍ରେନ ରାଜଧାନୀ କିବରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ୨୪ ଘଣ୍ଟିଆ ହେଲ୍ପ-ଲାଇନ ନମ୍ବର ଜାରି କରାଯିବା ପ୍ରବାସୀଙ୍କୁ ସମସ୍ତ ଅତ୍ୟାବଶକୀୟ ସୂଚନା ପ୍ରଦାନ କରାଯାଉଛି । ସ୍ଥିତିରେ ଗମ୍ଭୀରତା ସୃଷ୍ଟି ହେବା ପୂର୍ବରୁ ସମସ୍ତ ଭାରତୀୟଙ୍କୁ ଫେରାଇ ଆଣିବା ଉପରେ ଗୁରୁତ୍ବ ଦେଉଛି ଭାରତ ।

ଗତ କିଛି ଦିନ ଧରି ଉଭୟ ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆଶଙ୍କା ସାମାନ୍ୟ ଟଳିଥିବା ଚର୍ଚ୍ଚା ଜୋର ଧରିବାରୁ ୟୁକ୍ରେନରେ ଥିବା ବିଭିନ୍ନ ଦେଶର ପ୍ରବାସୀ ନାଗିରକମାନେ ସାମାନ୍ୟ ଆଶ୍ବସ୍ତି ଅନୁଭବ କରିଥିଲେ । ତେବେ ପୁଣି ଥରେ ସଙ୍କଟମୟ ସ୍ଥିତି ସୃଷ୍ଟି ହେବାରେ ଲାଗିଛି । କୌଣସି ଗମ୍ଭୀର ସ୍ଥିତି ସୃଷ୍ଟି ହେବା ପୂର୍ବରୁ ସମସ୍ତ ୟୁରୋପୀୟ ଦେଶମାନେ ନିଜ ନାଗରିକଙ୍କୁ ସ୍ବେଦେଶ ପ୍ରତ୍ୟାବର୍ତ୍ତନ କରିବାକୁ ପରାମର୍ଶ ଦେଇସାରିଥିବାବେଳେ ଭାରତ ମଧ୍ୟ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.