ETV Bharat / bharat

ଶ୍ରୀଲଙ୍କାକୁ 6 ହଜାର ମେଟ୍ରିକ ଟନ ଇନ୍ଧନ ପଠାଇଲା ଭାରତ

author img

By

Published : Apr 2, 2022, 4:19 PM IST

ଶ୍ରୀଲଙ୍କାରେ ଜାରି ରହିଛି ଆର୍ଥିକ ସଙ୍କଟ । ଶକ୍ତି ଓ ଇନ୍ଧନ ସମେତ ମିଳୁନି ବିଭିନ୍ନ ଜରୁରୀ ସାମଗ୍ରୀ । 6 ହଜାର ମେଟ୍ରିକ ଟନ ଇନ୍ଧନ ପଠାଇଲା ଭାରତ । ଅଧିକ ପଢନ୍ତୁ

ଶ୍ରୀଲଙ୍କାକୁ 6 ହଜାର ମେଟ୍ରିକ ଟନ ଇନ୍ଧନ ପଠାଇଲା ଭାରତ
ଶ୍ରୀଲଙ୍କାକୁ 6 ହଜାର ମେଟ୍ରିକ ଟନ ଇନ୍ଧନ ପଠାଇଲା ଭାରତ

କଲମ୍ବୋ: ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଜାରି ରହିଥିବାବେଳେ ସହାୟତାର ହାତ ବଢାଇଛି ଭାରତ । ଶ୍ରୀଲଙ୍କାରେ ଥିବା ଭାରତୀୟ ତୈଳ ନିଗମ Indian Oil Corporation ର ସହାୟକ କମ୍ପାନୀ ଶ୍ରୀଲଙ୍କାର ସିଲନ୍ ବିଦ୍ୟୁତ୍ ବୋର୍ଡକୁ 6 ହଜାର ମେଟ୍ରିକ ଟନର ଇନ୍ଧନ ଯୋଗାଇ ଦେଇଛି । ଯାହା ଦ୍ବାରା ଶ୍ରୀଲଙ୍କାରେ ଜାରି ରହିଥିବା ତୈଳ ସଙ୍କଟ ଦୂର କରିବାରେ ଏହା ସହାୟକ ହୋଇପାରିବ । ଏହି ଇନ୍ଧନର ଯୋଗାଣ ସମ୍ପର୍କରେ କଲୋମ୍ବରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ସ୍ବାଧୀନତା ପରଠାରୁ ସବୁଠୁ ଉତ୍କଟ ଅର୍ଥନୈତିକ ସଙ୍କଟ ମଧ୍ୟରେ ଗତି କରୁଛି ଦ୍ବୀପରାଷ୍ଟ୍ର ଦେଶ ଶ୍ରୀଲଙ୍କା । ଇନ୍ଧନ ଅଭାବ ଏବଂ ବିଦ୍ୟୁତ୍ ସରବରାହ ବ୍ୟତୀତ ବୈଦେଶିକ ମୁଦ୍ରା ବିନିମୟର ଅଭାବରୁ ରନ୍ଧନ ଗ୍ୟାସ୍, ଖାଦ୍ୟ ଏବଂ ଔଷଧ ଭଳି ଅତ୍ୟାବଶ୍ୟକ ଦ୍ରବ୍ୟର ଘୋର ସଙ୍କଟ ମଧ୍ୟ ଜାରି ରହିଛି । ଗତ ଦୁଇ ଦିନ ହେଲାଣି ଦେଶର ଅନେକ ସ୍ଥାନରେ ପେଟ୍ରୋଲ ଏବଂ ଡିଜେଲ ଉପଲବ୍ଧ ନଥିବା ସ୍ଥିତି ମଧ୍ୟ ଦେଖିବାକୁ ମିଳିଲାଣି । ଇନ୍ଧନର ଅଭାବରୁ ଯୋଗାଯୋଗ ଓ ପରିବହନ ମଧ୍ୟ ବାଧାପ୍ରାପ୍ତ ହେବାରେ ଲାଗିଛି । ଶକ୍ତି ଅଭାବରୁ କର୍ମଚାରୀଙ୍କୁ କାର୍ଯ୍ୟାଳୟ ପରିବର୍ତ୍ତେ ଘରେ ରହି କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି ।

ଦେଶରେ ଲାଗି ରହିଥିବା ଆର୍ଥିକ ସଙ୍କଟ ଉଗ୍ର ହେବାରେ ଲାଗିଥିବା ବେଳେ ଜନ ଅସନ୍ତୋଷ ମଧ୍ୟ ଦେଖିବାକୁ ମିଳିଲାଣି । ନାଗରିକମାନେ ଏପରି ସମସ୍ୟା ବିରୋଧରେ ରାଷ୍ଟ୍ରପତିଙ୍କ ବାସଭବନ ସାମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆଇନ ଶୃଙ୍ଖଳା ସ୍ଥିତି ସୃଷ୍ଟି ହେବା ସହ ଏଥିରେ ଏକାଧିକ ବ୍ୟକ୍ତି ଆହତ ମଧ୍ୟ ହୋଇଥିବା ସୂଚନା ମିଳିଛି । ଏପରି ସ୍ଥିତି ପରେ ରାଷ୍ଟ୍ରପତି ଗୋତାବାୟା ରାଜପାକ୍ସେ ଗତାକାଲି (ଶୁକ୍ରବାର) ଦେଶବ୍ୟାପୀ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.