ETV Bharat / bharat

China Tension: ଅରୁଣାଚଳ ସୀମାରେ କମ୍ବାଟ ଏୟାର ପାଟ୍ରୋଲିଂ ଆରମ୍ଭ, ଖୁବଶୀଘ୍ର ହେବ 2 ଯୁଦ୍ଧାଭ୍ୟାସ - ଅରୁଣାଚଳ ପ୍ରଦେଶରେ ବାୟୁସେନାର ପାଟ୍ରୋଲିଂ

LAC ରେ ଭାରତ ଚୀନ ସେନା ମଧ୍ୟରେ ସଂଘର୍ଷ ପରେ ଅରୁଣାଚଳ ସୀମାରେ କମ୍ବାଟ ଏୟାର ପାଟ୍ରୋଲିଂ ଆରମ୍ଭ କଲା ବାୟୁସେନା । ସଂଘର୍ଷ ପରେ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ଦେଖାଯାଇଥିଲା ଚୀନ ଯୁଦ୍ଧ ବିମାନ । ଅଧିକ ପଢନ୍ତୁ

China Tension: ଅରୁଣାଚଳ ସୀମାରେ କମ୍ବାକ୍ଟ ଏୟାର ପାଟ୍ରୋଲିଂ ଆରମ୍ଭ କଲା ବାୟୁସେନା

author img

By

Published : Dec 13, 2022, 4:35 PM IST

Updated : Dec 13, 2022, 4:40 PM IST

ହାଇଦ୍ରାବାଦ: ତୱାଙ୍ଗରେ ଭାରତ ଚୀନ ସେନା ମଧ୍ୟରେ ସଂଘର୍ଷ ପରେ ଅରୁଣାଚଳ ପ୍ରଦେଶ ସୀମାରେ କମ୍ବାଟ ଏୟାର ପାଟ୍ରୋଲିଂ କଡାକଡି କରିଛି ଭାରତୀୟ ବାୟୁସେନା । ସଂଘର୍ଷ ପରେ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ଚୀନ ଯୁଦ୍ଧ ବିମାନ ପଇଁତରା ମାରୁଥିବାର ଦେଖାଯାଉଥିଲା । ଯାହାକୁ ପ୍ରତିହତ କରିବା ପାଇଁ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ମଧ୍ୟ ଉଡାଣ ଭରି କମ୍ବାକ୍ଟ ପାଟ୍ରୋଲିଂ ଆରମ୍ଭ କରିଛି । ଚୀନ ସ୍ଥଳସେନା ଓ ବାୟୁସେନାର ଗତିବିଧି ଉପରେ ନଜର ତୀକ୍ଷ୍ଣ ନଜର ରଖାଯାଇଛି ।

ସଂଘର୍ଷ ପରେ ଅରୁଣାଚଳ ପ୍ରଦେଶ ସୀମାରେ ଭାରତୀୟ ଅଞ୍ଚଳ ଖୁବ ନିକଟବର୍ତ୍ତୀ ସ୍ଥାନରେ ଚୀନ ବାୟୁସେନାର ଯୁଦ୍ଧ ବିମାନ ଉଡାଣ ଭରିଥିଲେ । ତେବେ ଏହାକୁ ପ୍ରତିହତ କରିବା ପାଇଁ ଭାରତୀୟ ବାୟୁସେନା ପକ୍ଷରୁ ମଧ୍ୟ କ୍ଷୁଦ୍ଧ ବିମାନ ମୁତୟନ କରାଯାଇଥିଲା । ଅରୁଣାଚଳ ପ୍ରଦେଶରେ ସଂଘର୍ଷ ପରେ ଏପରି ସ୍ଥିତି ସୃଷ୍ଟି ହୋଇଛି । ବାୟୁସେନା ସମ୍ପୂର୍ଣ୍ଣ ତୀକ୍ଷ୍ଣ ନଜର ରଖିଛି । ଏପରିକି ଗତ ସପ୍ତାହରେ 2ରୁ 3 ଥର ବାୟୁସେନାକୁ ଚୀନ ଯୁଦ୍ଧବିମାନକୁ ଘଉଡାଇବାକୁ ପଡିଥିଲା ।

ଗୋଟିଏ ପଟେ ସୀମାରେ ଉତ୍ତେଜନା ମଧ୍ୟରେ ପୂର୍ବ-ଲଦାଖ ଓ ଅରୁଣାଚଳରେ ସ୍ଥଳସେନା ଓ ବାୟୁସେନା ସମ୍ପୂର୍ଣ୍ଣ ମୁକାବିଲା ପ୍ରସ୍ତୁତି କରୁଥିବା ବେଳେ ସଂସଦରେ ବିବୃତ୍ତି ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ବିବୃତ୍ତିରେ ରାଜନାଥ କହିଛନ୍ତି, "ଏଲଏସି ନିକଟବର୍ତ୍ତୀ ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଚୀନ ଯବାନମାନେ ଅନୁପ୍ରବେଶ କରିଥିଲେ । ଆମ ଯବାନ ଏହାର ଦୃଢତାର ସହ ପ୍ରତିରୋଧ କରିଥିଲେ । ଉଭୟ ସେନା ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏଥିରେ ଆମର କେହି ଯବାନ ମୃତ କିମ୍ବା ଗୁରୁତର ଭାବେ ଆହତ ହୋଇନାହାନ୍ତି । ଘଟଣା ପରେ ଉଭୟ ପକ୍ଷ ମଧ୍ୟରେ କମାଣ୍ଡରସ୍ତରୀୟ ବୌଠକ କରିଛନ୍ତି । ଦେଶ ଆମର ଯବାନଙ୍କ ସାହାସିକତାକୁ ପ୍ରଶଂସା କରିବା ଉଚିତ ।’’

ଭାରତ ଓ ଚୀନ ସୀମାର ପ୍ରକୃତ ନିୟନ୍ତ୍ରଣ ରେଖା (LAC)ର 9 ତାରିଖରେ ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ପ୍ରାୟ 300 ଚୀନ ଯବାନ ଅସ୍ତ୍ରଶସ୍ତ୍ର ଓ ଅନ୍ୟ ପ୍ରସ୍ତୁତି ସହ ଅନୁପ୍ରବେଶ ଉଦ୍ୟମ କରିଥିଲେ । ଏହାକୁ ଦୃଢତାର ସହ ବାଧା ଦେଇଥିଲେ ସେଠାରେ ମୁତୟନ ଥିବା ଭାରତୀୟ ଯବାନ । ଉଭୟ ପକ୍ଷର ସେନାଙ୍କ ମଧ୍ୟରେ ସଘଂର୍ଷ ହୋଇଥିଲା । ଏଥରେ ଭାରତ ଅପେକ୍ଷା ଚୀନର ଅଧିକ ସୈନ୍ୟ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି । ଘଟଣା ପରେ ଦ୍ବିପାକ୍ଷିକ ସାମରିକ ଆଲୋଚନା ଜାରି ରହିଥିବା ବେଳେ ସ୍ଥଳସେନା ଓ ବାୟୁସେନା ମଧ୍ୟ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ତେବେ ସୂଚନା ମୁତାବକ ବାୟୁସେନା ଡିସେମ୍ବର 25ରୁ ଜାନୁଆରୀ 16 ମଧ୍ୟରେ ଦୁଇଟି ଯୁଦ୍ଧାଭ୍ୟାସ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 13, 2022, 4:40 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.