ETV Bharat / bharat

POKରେ ନିର୍ବାଚନ କଲା ପାକିସ୍ତାନ; ଭାରତର କଡା ଆପତ୍ତି - india slams pakistan for holding polls in pok

ଗତକାଲି(ଗୁରୁବାର) ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ ଜାମ୍ମୁ କାଶ୍ମୀର ପ୍ରସଙ୍ଗରେ ଚୀନ-ପାକର ଯୁଗ୍ମ ପ୍ରେସ ରିଲିଜକୁ ବିରୋଧ କରିଛନ୍ତି । ଉଭୟ ଦେଶକୁ ଶକ୍ତ ବାର୍ତ୍ତା ଦେଇ ଅରିନ୍ଦମ କହିଛନ୍ତି କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀର ଓ ଲଦାଖ ଭାରତର ଅଭିନ୍ନ ଅଙ୍ଗ ରହିଛି ରହିବ, କୌଣସି ଶକ୍ତି ଏହାକୁ ଭାରତରୁ ଅଲଗା କରି ପାରିବ ନାହିଁ ।

POK
POK
author img

By

Published : Jul 30, 2021, 7:54 AM IST

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କାଶ୍ମୀର (POK)ରେ ନିକଟରେ ପାକିସ୍ତାନ କରିଥିବା ନିର୍ବାଚନକୁ ନେଇ ଭାରତର କଡା ପ୍ରତିକ୍ରିୟା । ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା କଲା ଭାରତ । ନିର୍ବାଚନକୁ ନେଇ ଭାରତର ବୈଦେଶିକ ମନ୍ତ୍ରଣାଳୟ କହିଛି ଅବୈଧ କବଜାକୁ ଲୁଚାଇବାକୁ ଯାଇ ପାକିସ୍ତାନ ନିର୍ବାଚନ କରିଛି । ଏହା ଗ୍ରହଣୀୟ ନୁହେଁ । ତୁରନ୍ତ ବେଆଇନ ଦଖଲ ମୁକ୍ତ କରିବାକୁ ପାକିସ୍ତାନକୁ କହିଛି ଭାରତ ।

ଗତକାଲି(ଗୁରୁବାର) ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ ଜାମ୍ମୁ କାଶ୍ମୀର ପ୍ରସଙ୍ଗରେ ଚୀନ-ପାକର ଯୁଗ୍ମ ପ୍ରେସ ରିଲିଜକୁ ବିରୋଧ କରିଛଛନ୍ତି । ଉଭୟ ଦେଶକୁ ଶକ୍ତ ବାର୍ତ୍ତା ଦେଇ ଅରିନ୍ଦମ କହିଛନ୍ତି କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀର ଓ ଲଦାଖ ଭାରତର ଅଭିନ୍ନ ଅଙ୍ଗ ରହିଛି ରହିବ, କୌଣସି ଶକ୍ତି ଏହାକୁ ଭାରତରୁ ଅଲଗା କରି ପାରିବ ନାହିଁ । ସେହିପରି ପାକ ଅଧିକୃତ କାଶ୍ମୀର(POK)ରେ କରିଥିବା ନିର୍ବାଚନକୁ ନେଇ କଡା ପ୍ରତିକ୍ରିୟା ଦେଇ କହିଛନ୍ତି ଅରିନ୍ଦମ । କୌଣସି ଭାରତୀୟ ଭୂଖଣ୍ଡରେ ବାହ୍ୟ ଶତ୍ରୁର କବଜା ଓ ନିର୍ବାଚନ ଗ୍ରହଣୀୟ ନୁହେଁ । ତୁରନ୍ତ ପାକିସ୍ତାନ ଏହାକୁ ଖାଲି କରୁ । ଅବୈଧ ନିର୍ବାଚନ କରି ପାକିସ୍ତାନ ନିଜର ଉଦ୍ୟମରେ ସଫଳ ହୋଇପାରିବ ନାହିଁ ।

POK ରେ ହୋଇଛି ନିର୍ବାଚନ...

ମିଡିଆ ରିପୋର୍ଟ ଅନୁସାରେ ନିକଟରେ ପାକିସ୍ତାନ POKରେ ବିଧାନସଭା ନିର୍ବାଚନ କରାଇଛି । ଆଉ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ପାର୍ଟି ପାକିସ୍ତାନ-ତହରିକ-ଏ-ଇନସାପ (PTI)କୁ ସଫଳତା ମିଳିଛି । ପାକିସ୍ତାନର ଏହି ନିର୍ବାଚନକୁ ନେଇ ଭାରତ କଡା ଆପତ୍ତି କରିବା ସହ ପିଓକେ ଖାଲି କରିବାକୁ ପରାମର୍ଶ ଦେଇଛି ।

ମାନବାଧିକାର କ୍ଷୁର୍ଣ୍ଣ ଲୁଚାଇ ପାରିବ ନାହିଁ ପାକିସ୍ତାନ...

ସେହିପରି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି, ପାକ ଅଧିକୃତ କାଶ୍ମୀର(ପିଓକେ)ରେ ନିର୍ବାଚନ କରି ପାକିସ୍ତାନ ବିଶ୍ବର ନଜର ହଟାଇବାକୁ ଚାହୁଁଛି । କାରଣ POKରେ ହେଉଥିବା ମାନବାଧିକାର ଉଲ୍ଲଘଂନକୁ ଲୁଚାଇ ପାରିବ ନାହିଁ ପାକିସ୍ତାନ । ନିର୍ବାଚନ କରି ନା ଅବୈଧ କବଜାକୁ ଲୁଚାଇ ପାରିବ ପାକିସ୍ତାନ ନା ହେଉଥିବା ମାନବାଧିକାରର ଉଲ୍ଲଙ୍ଘନ ।

CPEC ଭାରତ ଭୂଖଣ୍ଡରେ ....

ଅନ୍ୟପଟେ ଅରିନ୍ଦମ କହିଛନ୍ତି ଚୀନର ମହତ୍ତ୍ବଙ୍କାକ୍ଷୀ ପ୍ରକଳ୍ପ ‘ଚୀନ ପାକିସ୍ତାନ ଆର୍ଥିକ କରିଡର’ (CPEC)ର କିଛି ଅଂଶ ଭାରତର ଭୂଖଣ୍ଡରେ ଆସୁଛି । ଏହାକୁ ମଧ୍ୟ ଆମେ ବିରୋଧ କରୁଛୁ । ଆମର ଆପତ୍ତି ଉଭୟ ଦେଶକୁ ଜଣାଇ ଦେଇଛୁ ବୋଲି କହିଛନ୍ତି ଅରିନ୍ଦମ। କାରଣ ଭାରତର ଭୂଖଣ୍ଡରେ କୌଣସି ବିଦେଶୀ ରାଷ୍ଟ୍ରର ନିର୍ମାଣକୁ ଆମେ ଗ୍ରହଣ କରିବୁ ନାହିଁ ବୋଲି ଅରିନ୍ଦମ ପାକିସ୍ତାନ ଓ ଚୀନକୁ ଚେତାଇ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.