ETV Bharat / bharat

ପୁଣି ସିଙ୍ଗାପୁରକୁ ଉଡିବ ବିମାନ, ୨ ଦେଶ ମଧ୍ୟରେ ଆଲୋଚନା

author img

By

Published : Nov 18, 2021, 3:08 PM IST

ସିଙ୍ଗାପୁର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସହିତ ଚେନ୍ନାଇ, ଦିଲ୍ଲୀ ଏବଂ ମୁମ୍ବାଇରୁ ଦୈନିକ ଦୁଇଟି ବିମାନ ଉଡ଼ାଣ ପୁନଃ ଆରମ୍ଭ ପାଇଁ ଆଲୋଚନା । ଅଧିକ ପଢନ୍ତୁ

ପୁଣି ସିଙ୍ଗାପୁରକୁ ଉଡିବ ବିମାନ, ୨ ଦେଶ ମଧ୍ୟରେ ଆଲୋଚନା
ପୁଣି ସିଙ୍ଗାପୁରକୁ ଉଡିବ ବିମାନ, ୨ ଦେଶ ମଧ୍ୟରେ ଆଲୋଚନା

ନୂଆଦିଲ୍ଲୀ: ପୁଣି ଆରମ୍ଭ ହୋଇପାରେ ସିଙ୍ଗାପୁରକୁ ବିମାନ ସେବା । ସିଙ୍ଗାପୁର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସହିତ ଚେନ୍ନାଇ, ଦିଲ୍ଲୀ ଏବଂ ମୁମ୍ବାଇରୁ ଦୈନିକ ଦୁଇଟି ବିମାନ ଉଡ଼ାଣ ପୁନଃ ଆରମ୍ଭ ପାଇଁ ଆଲୋଚନା ଚାଲିଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା, ବନ୍ଦେ ଭାରତ ମିଶନ ଅଧୀନରେ ଏୟାର ଇଣ୍ଡିଆ ମାଧ୍ୟମରେ କେବଳ ପ୍ରତ୍ୟାବର୍ତ୍ତନ କରାଯାଉଛି ।

  • Began my Singapore visit by meeting S. Iswaran, Minister of Transport.

    Discussed enhancing travel arrangements between the two countries. pic.twitter.com/KCbLSB0TU2

    — Dr. S. Jaishankar (@DrSJaishankar) November 17, 2021 " class="align-text-top noRightClick twitterSection" data=" ">

ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଟୁଇଟ୍ କରି କହିଛନ୍ତି ଯେ, ' ସିଙ୍ଗାପୁର ପରିବହନ ମନ୍ତ୍ରୀ ଏସ୍ ଇସୱରନଙ୍କୁ ଭେଟି ଦୁଇ ଦେଶ ମଧ୍ୟରେ ଯାତ୍ରା ବ୍ୟବସ୍ଥା ବୃଦ୍ଧି ଉପରେ ଆଲୋଚନା କରାଯାଇଛି ।

ସିଙ୍ଗାପୁର ଘୋଷଣା କରିଛି ଯେ, ନଭେମ୍ବର 29 ରୁ ଭାରତ ପାଇଁ ଏହାର ଟୀକାକରଣ ଟ୍ରାଭେଲ ଲେନ୍ସ (VTL) ଖୋଲିବ ଏବଂ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ଟିକା ନେଇଥିବା ଯାତ୍ରୀମାନଙ୍କ ପାଇଁ କ୍ବାରେଣ୍ଟାଇନର ଆବଶ୍ୟକତା ପଡିବ ନାହିଁ ।

ଉଭୟ ଦେଶର ଯାତ୍ରୀଙ୍କ ସୁରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସୂତ୍ରରୁ ପ୍ରକାଶ ଯେ, ସିଙ୍ଗାପୁର ଏବଂ ଭାରତ ମଧ୍ୟରେ ବାଣିଜ୍ୟିକ ବିମାନ ଚଳାଚଳ ଆରମ୍ଭ ପାଇଁ ଆଲୋଚନା ସଠିକ୍ ଦିଗରେ ଗତି କରୁଛି ଏବଂ ଖୁବଶୀଘ୍ର ନିଷ୍ପତ୍ତି ନିଆଯାଇପାରେ ।

ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ବର୍ତ୍ତମାନ ସିଙ୍ଗାପୁରରେ ଅଛନ୍ତି ଏବଂ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି । ଗତକାଲି ଜୟଶଙ୍କର ସିଙ୍ଗାପୁରର ପରିବହନ ମନ୍ତ୍ରୀଙ୍କୁ ଭେଟି ଦୁଇ ଦେଶ ମଧ୍ୟରେ ଯାତ୍ରା ବ୍ୟବସ୍ଥା ବୃଦ୍ଧି ଉପରେ ଆଲୋଚନା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.